February 20, 2026
Home » ମଧୂପଲ୍ଲୀରେ ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣି

ମଧୂପଲ୍ଲୀରେ ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣି

0
WhatsApp Image 2026-02-20 at 1.51.27 PM (1)

୪୦ ଅଭିଯୋଗରୁ ୧୮ ଟିର ତତ୍କାଳ ସମାଧାନ

ପୋଲସରା : ପୋଲସରା ବ୍ଲକ ମଧୂପଲ୍ଲୀ ପଞ୍ଚାୟତରେ ସୋମବାର ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ପୋଲସରା ବିଡ଼ିଓ ଶଶିଭୂଷଣ ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ତହସିଲଦାର ଦୀପ୍ତିମୟୀ ପାତ୍ରଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମଧୂପଲ୍ଲୀ ପଞ୍ଚାୟତର ମଧୂପଲ୍ଲୀ,ସୁନାରୀ ବୁଗୁଡ଼ା,ହିରାପଲ୍ଲୀ,ଜିଲୁଣ୍ଡା ଗ୍ରାମର ଜନସାଧାରଣଙ୍କ ଅଭିଯୋଗ ପଞ୍ଜିକରଣ କରିଥିଲେ । ଏଥିରେ ମୋଟ ୪୦ଟି ଅଭିଯୋଗ ପଞ୍ଜିକରଣ ହୋଇଥିଲା । ସେଥିମଧ୍ୟରୁ ୧୮ ଟି ଅଭିଯୋଗର ତତ୍କାଳ ସମାଧାନ ହୋଇଥିଲା । ୮ଜଣଙ୍କୁ ରାସନ୍ କାର୍ଡ, ୧୦ ଜଣଙ୍କୁ ଘରପଟ୍ଟା ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ବସନ୍ତ କରଣ, ବ୍ଳକ ଉପାଧ୍ୟକ୍ଷ କାହ୍ନୁଚରଣ ପରିଡ଼ା,ଏବିଡିଓ ସୋନମ୍ ବେହେରା, ସିଡିପିଓ ତିଳୋତ୍ତମା ରାଉତ, ବିଇଓ ଶ୍ରୀହର୍ଷ ବାବୁ ଖାଡେଙ୍ଗା, ପୋଲସରା ମେଡିକାଲ ଡାକ୍ତର ସୁଭ୍ରାମୟୀ ପାଢ଼ୀ, ପ୍ରଧାନ ଶିକ୍ଷକ ଲମ୍ବୋଦର ସାହୁ ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ କରିଥିଲେ । ପାନୀୟ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ ସ୍ଵରୁପ ତ୍ରୀପାଠୀ, ବ୍ଳକ ଯନ୍ତ୍ରୀ ପ୍ରଧାନ୍ତ ସାହୁ, କୃଷି ଅଧିକାରୀ ଗଣେଶ୍ୱର ସାହୁ,ବିଭିଓ ଡଃ ଭକ୍ତଚରଣ ଦଳାଇ,ଫିସରୀ ପ୍ରିୟବ୍ରତ ଦାସ, ବରିଷ୍ଠ ରାଜସ୍ବ ସହାୟକ ଗିରିଜା ଶଙ୍କର ମିଶ୍ର,ସ୍ବାସ୍ଥ୍ୟ କର୍ମୀ ପ୍ରିୟଦର୍ଶିନୀ ମହାପାତ୍ର,ପାୟଲ ସାହୁ ଓ ରାଜିବ ଲୋଚନ ସାହୁ,ବନପାଳ ମୁନା ଦାସ ସମେତ ବିଭିନ୍ନ ବିଭାଗର କର୍ମଚାରୀ ଜନଶୁଣାଣୀରେ ଯୋଗଦେଇଥିଲେ । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୟ କୁମାର ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲା ବେଳେ ଜନଶୁଣାଣୀ ଅଧିକାରୀଣୀ ଲିପ୍ସା ରାଣୀ ଭଞ୍ଜ, ଏଡିଓ ରବିନ୍ଦ୍ର କୁମାର ସାହୁ ସମେତ ଅଙ୍ଗନବାଡ଼ି କର୍ମୀ,ସିଆରପି ,ଏମବିକେ ବ୍ଳକ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *