ମନ୍ଦିର ବିଜେ ହେଲେ ଶ୍ରୀ ଦଧି ବାମନ ତିନି ଠାକୁର
ସୁବର୍ଣ୍ଣପୁର: ଶ୍ରୀ ଦଧି ବାମନ ମହାପ୍ରଭୂ ଙ୍କ ରଥ ର ତିନି ଠାକୁର ରତ୍ନ ମଣ୍ଡପ ସୋନପୁର ଘୋଡ଼ା ଘାଟ ପଡ଼ା ରେ ପହଞ୍ଚିଲେ l ମଝିପଡ଼l ଠାରୁ ରଥ ଟଣା ହୋଇ କଇଁଥତଳ ଛକ ଯାଏ ପ୍ରଭୂ ଙ୍କୁ ଶୃଙ୍ଖଳା ରେ ଅଣା ଯାଇଥିଲା l ପରେ ପରେ ମହାପ୍ରଭୁ ତିନି ଠାକୁର ଙ୍କୁ ଭଜନ ନାମ କିର୍ତ୍ତନ୍ୟ ସହ ବ୍ରାହ୍ମଣ ସମାଜ ପକ୍ଷରୁ ମହା ସମାରୋହରେ ପହଣ୍ଡି ରେ ରତ୍ନ ମଣ୍ଡପ କୁ ନିଆ ଯାଇଛି l ପହଣ୍ଡି ସମୟରେ ପ୍ରତି ଘର ଆଗରେ ପ୍ରଭୁ ଙ୍କୁ ପୂଜା ଅର୍ଚ୍ଚନା ଓ ଉପନ ଭୋଗ ଲାଗି କରାଯାଇଛି l ମନ୍ଦିର ସମ୍ଭୁଖ ରେ ପହଞ୍ଚିବା ପରେ ହଜାର ହଜାର ମହିଳା ଭକ୍ତ ଦୀପ ଜାଳି ଶହ ଶହ ପ୍ରକାର ଉପନ୍ ଭୋଗ ଅର୍ପଣ ସହ ପ୍ରଭୁଙ୍କୁ ସ୍ୱାଗତ କରିଥିଲେ l

ନାମ କୀର୍ତ୍ତନ୍ୟ ଘଣ୍ଟ ଶଙ୍ଖ ହୁଳ ହୁଳୀ ରେ କମ୍ପି ଉଠିଥିଲା ଏ ଅଞ୍ଚଳ l ଭୋଗ ଲାଗି ପରେ ମହା ଆଳତୀ କରାଯାଇଥିଲା ଓ ପ୍ରଭୁ ଙ୍କୁ ମନ୍ଦିର ବିଜେ କରାଯାଇଥିଲା l ବଡ ଏକାଦଶୀ ତିଥି ଥିବାରୁ ଅଧର ପଣା ଭୋଗ ଅର୍ପଣ ସହ ମଧ୍ୟ ରାତ୍ର ରେ ଦଧି ବାମନ ମନ୍ଦିର ରେ ମହା ଦୀପ ଉଠିଥିଲା l ଏ ସୁନ୍ଦର ମନୋରମ ଦୃଶ୍ୟ ସବୁ କୁ ଉପଭୋଗ ଓ ଦର୍ଶନ ପାଇଁ ପ୍ରବଳ ଭକ୍ତ ଙ୍କ ସମାଗମ ହୋଇଥିଲା l ଦେବୋତ୍ତର ବିଭାଗ ର ସଦସ୍ୟ ଶ୍ରୀବତ୍ସ ମଲ୍ଲିକ ଙ୍କ ସମେତ ମନ୍ଦିର କମିଟି ର ପ୍ରଦୀପ ବକ୍ସି, ତାରା ଭୂଷଣ ସାହୁ, କାର୍ତ୍ତିକ ପଧାନ, ଦଧି ବାମନ ପୁଝାରୀ, ଅଶୋକ ପୂଝାରୀ, କଲ୍ୟାଣ ପାଢ଼ୀ, ଶିବ ସରାଫ, ରବି ସରାଫ ପ୍ରମୁଖ ସମସ୍ତ ସଦସ୍ୟ ଏ କାର୍ଯ୍ଯ କ୍ରମ ରେ ସହଯୋଗ କରିଥିଲେ l ଜଣେ ଡି ଏସ ପି ଙ୍କ ନେତୃତ୍ଵ ରେ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା l ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
