ମର୍ଣ୍ଣିଙ୍ଗ ୱାକର୍ସ ଆସୋସିଏସନ ର ରଜ ଉଛବ ପାଳନ
ଭୁବନେଶ୍ୱର – ପୋଖରୀପୁଟ ମଧୁସୂଦନ ପାର୍କ ମର୍ଣ୍ଣିଙ୍ଗ ୱାକର୍ସ ଆସୋସିଏସନ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ମାନଙ୍କ ପକ୍ଷରୁ ରଜ ଉଛବ ପାଳିତ ହୋଇଯାଇଛି! ଏଥିରେ ଶିକ୍ଷାବିତ ନିର୍ମଳ ଚନ୍ଦ୍ର ସାମଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଛବରେ ବରିଷ୍ଠ ଆଇନୀଜୀବୀ ଲଷ୍ମୀ. ନାରାୟଣ ପାଢ଼ୀ ପ୍ରାରମ୍ଭିକ ସୂଚନା ଦେଇଥିଲେ! ଉପଦେଷ୍ଠା ପଠାଣି ବେହେରା ନୂତନ ସଭ୍ୟ ଓ ଅତିଥିଙ୍କୁ ସ୍ୱାଗତ ଜଣାଇଥିଲେ ! ଅତିଥି ରୂପେ ବରିଷ୍ଠ ସାମ୍ବାଦିକ ଗୋରଖ ନାଥ ସାହୁ ଓ ଅନ୍ୟତମ ଅତିଥି ରୂପେ ଶିକ୍ଷକ ନେତା ଭଗବାନ ସାହୁ ଯୋଗଦେଇ ଭାଇଚାରା ସ୍ନେହ ବନ୍ଧନର ପର୍ବ ରଜ କୁ ହସଖୁସିରେ ପାଳିବାଳୁ କହିଥିଲେ ! କୃଷିଭିତିକ ପର୍ବ ରଜର ମହତ୍ୱ ଓ ଆଧୁନିକତା ମଧ୍ୟରେ ଲୁଚି ଯାଉଛି ରଜ ପର୍ବର ମହତ୍ୱ ଓ ଗୁରୁତ୍ୱ ଆଜିର ପିଢ଼ି ଉପଲବ୍ଧି କରିବା ଉଚ୍ଚିତବୋଲି ସଭାପତି ସାମଲ କହିଥିଲେ ! ଶିକ୍ଷକ ନେତା ଶ୍ରୀ ସାହୁଙ୍କୁ ମର୍ଣ୍ଣିଙ୍ଗ ୱାକର୍ସ ଆସୋସିଏସନ ପକ୍ଷରୁ ସମ୍ଭର୍ଦ୍ଧନା କରାଯାଇଥିଲା ! ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ଦଶରଥ ନନ୍ଦ, ହାଡିବନ୍ଧୁ ସାହୁ, ଭାସ୍କର ସେଠି, ତରଣୀସେନ ନାୟକ, ସୁଦର୍ଶନ ମହାଳିକ, ଅଶୋକ ପ୍ରଧାନ, ସିମାଞ୍ଚଳ ପାଢ଼ୀ, ନିରଞ୍ଜନ ସେନାପତି, ଶିଶିର ଦାସ, ଓ ବିଷ୍ଣୁ ଚରଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ! ପରିଶେଷରେ କୃଷ୍ଣ ପ୍ରସାଦ ଜେନା ଧନ୍ୟବାଦ ଦେଇଥିଲେ !
