November 28, 2025
Home » ମଲ ସହ ୨ ବ୍ୟାଙ୍କ ର ବିଦ୍ୟୁତ ସଂଯୋଗ କାଟିଲା ଟାଟା ପାୱାର

ମଲ ସହ ୨ ବ୍ୟାଙ୍କ ର ବିଦ୍ୟୁତ ସଂଯୋଗ କାଟିଲା ଟାଟା ପାୱାର

0
WhatsApp Image 2025-02-20 at 3.34.04 PM

ଟିଟିଲାଗଡ(ଇ ପିଏ),ପୌର ପରିଷଦ ଅନ୍ତର୍ଗତ ସରକାରୀ ଜମି ରେ ବିଦ୍ୟୁତ ବିଭାଗ ପକ୍ଷରୁ ଟ୍ରାନସପର୍ମର ବସାଯାଇ ୨ ଟି ବ୍ୟାଙ୍କ ଓ ବ୍ୟବସାୟୀକ ଅନୁଷ୍ଠାନ କୁ ବିଦ୍ୟୁତ ସଂଯୋଗ କରାଯାଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ କୁ ଭିତ୍ତିକରି ପୌର ପରିଷଦ ପକ୍ଷରୁ ସଂପୃକ୍ତ ଅନୁଷ୍ଠାନ ସହ ଟାଟା ପାୱାର ଅଧିକାରୀ ଙ୍କୁ ୧୫ ଦିନ ମଧ୍ୟରେ ଟ୍ରାନସପର୍ମର ସ୍ଥାନାନ୍ତରିତ କରିବାକୁ ନୋଟିସ ଜାରି ହୋଇଥିଲା।ନୋଟିସ ପରେ ବୁଧବାର ଟାଟା ପାୱାର ପକ୍ଷରୁ ସ୍ଥାନୀୟ ଏକ୍ସିସ ବ୍ୟାଙ୍କ, ଷ୍ଟେଷ୍ଟ ବ୍ୟାଙ୍କ ଓ ବିଶାଳ ମେଗା ମାର୍ଟ ର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଛି।ସୂଚନା ଅନୁଯାୟୀ ସହରର ଜନଗହଳି ପୂର୍ଣ୍ଣ ପୁରୁଣା ବ୍ୟାଙ୍କ ଛକ ରାସ୍ତା ପାର୍ଶ୍ଵରେ କ୍ରମାଗତ ଭାବରେ ୩ ଟି ଟ୍ରାନସପର୍ମର ବେଆଇନ ଭାବରେ ବସାଯାଇ ଏହି ବିଦ୍ୟୁତ ସଂଯୋଗ ଦିଆଯାଇଛି। ଆକ୍ସିସ ବ୍ୟାଙ୍କ ପାଇଁ ୨୫୦ କେଭି, ଷ୍ଟେଷ୍ଟ ବ୍ୟାଙ୍କ ପାଇଁ ୧୦୦ କେଭି ଓ ବିଶାଳ ମେଗାମାର୍ଟ ପାଇଁ ୧୬୦ କେଭିଏ ଟ୍ରାନ ସପର୍ମର ସ୍ଥାପନା କରାଯାଇଛି।ଏଥିରେ ଚଞ୍ଚକତା କରାଯାଇ ଅନ୍ୟ ଜମି ର କାଗଜପତ୍ର ଦେଇ ସରକାରୀ ଜମିରେ ଏହା ସ୍ଥାପନା କରାଯାଇଥିବା ଅଭିଯୋଗ ହୋଇଛି।ପୂର୍ବରୁ ଜଣେ ପୌର ଅଧିକାରୀ ଏହାକୁ ଏନ ଓ ସି ଦେଇଥିବା ବେଳେ ଟାଟା ପାୱାର ସଂପୃକ୍ତ ସଂସ୍ଥା ଗୁଡ଼ିକୁ ବିଦ୍ୟୁତ ସଂଯୋଗ ମଧ୍ୟ ଦେଇଛି।ତେବେ ବାରମ୍ବାର ଅଭିଯୋଗ ପରେ ପୂର୍ବତନ ପୌର ନିର୍ବାହୀ ଅଧିକାରୀ ସନ୍ଦୀପ ଚନ୍ଦ୍ରକାର ସ୍ଥିତି ପରଖିବା ସହ ସଂପୃକ୍ତ ସଂସ୍ଥା ଗୁଡ଼ିକୁ ନୋଟିସ ଜାରି କରିଥିଲେ।ଘଟଣା କୁ ନେଇ ଟାଟା ପାୱାର ନିର୍ବାହୀ ଯନ୍ତ୍ରୀ ବିନାୟକ ରାଉତ ଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସେ ପୌର ବିଭାଗ ନୋଟିସ ପରେ ଏହି ପଦକ୍ଷେପ ନିଆଯାଇଥିବା ପ୍ରକାଶ କରିଛନ୍ତି।

titilagarh ru santosh kejerwal nka report

Leave a Reply

Your email address will not be published. Required fields are marked *