July 27, 2025
Home » ମହାନଗର ନିଗମ ଅଞ୍ଚଳରେ ଉପଯୁକ୍ତ ସ୍ବାସ୍ଥ୍ୟସେବା ନିମନ୍ତେ ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନ ସମନ୍ଵୟ କମିଟି ବୈଠକ ଅନୁଷ୍ଠିତ

ମହାନଗର ନିଗମ ଅଞ୍ଚଳରେ ଉପଯୁକ୍ତ ସ୍ବାସ୍ଥ୍ୟସେବା ନିମନ୍ତେ ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନ ସମନ୍ଵୟ କମିଟି ବୈଠକ ଅନୁଷ୍ଠିତ

0
WhatsApp Image 2025-05-30 at 1.03.11 PM (1)

କଟକ ମହାନଗର ନିଗମସ୍ଥିତ ବିଜୁ ଭବନ ସମ୍ମିଳନୀ କକ୍ଷଠାରେ କଟକ ମହାନଗର ନିଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ନିମନ୍ତେ ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନ ସମନ୍ନୟ କମିଟି ବୈଠକ କଟକ ମହାନଗର ନିଗମର ମେୟର, ଶ୍ରୀ ସୁବାସ ଚନ୍ଦ୍ର ସିଂହଙ୍କ ଅଧ୍ଯକ୍ଷତା ଏବଂ ମହାନଗର ନିଗମ ଆୟୁକ୍ତ,ଶ୍ରୀ ଅନାମ ଚରଣ ପାତ୍ରଙ୍କ ସହ-ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଶେଷକରି ମହାନଗର ଅଞ୍ଚଳରେ ବିଭିନ୍ନ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ଉପରେ ମହାନଗର ନିଗମ ପକ୍ଷରୁ ଜାତୀୟ ସହରାଞ୍ଚଳ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମ ଜରିଆରେ ନିଆଯାଉଥିବା ପଦକ୍ଷେପ ସମ୍ୱନ୍ଧରେ ବୈଠକରେ ବିସ୍ତ୍ରୁତ ଆଲୋଚନା କରାଯାଇଥିଲା । ସହରରେ ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ ଆଦି ରୋଗ ନିୟନ୍ତ୍ରଣ ରଖାଯିବା ନେଇ ସମନ୍ବୟ ପୂର୍ବକ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବା ଉପରେ ବିଶେଷ ଗୁରୁତ୍ବ ଦେବା ସହ ଏହି ସମସ୍ତ ରୋଗ ପ୍ରତି ଜନ ସଚେତନତା ଓ ସତର୍କତା ଅବଲମ୍ବନ ନିମନ୍ତେ ସହାୟତା କେନ୍ଦ୍ର ଖୋଲାଯିବା ସହ ଜନଗହଳି ପୂର୍ଣ ତଥା ସହରର ମୁଖ୍ୟ ସ୍ଥାନମାନଙ୍କରେ ପୋଷ୍ଟର, ବ୍ୟାନ ନର ଲଗାଇବା ଏବଂ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର ପ୍ରସାର କରାଯିବା ପାଇଁ ନିଷ୍ପରି ହୋଇଥିବଲା । ଏ ସମସ୍ତ ରୋଗର ଲକ୍ଷଣ ଓ ପ୍ରତିକାର ନିମନ୍ତେ ସମସ୍ତ ୱାର୍ଡରେ ସ୍ବାସ୍ଥ୍ୟକର୍ମୀ, ଅଙ୍ଗନୱାଡି, ସ୍ବେଚ୍ଛାସାଥ୍‌ମାନେ ଲିଫଲେଟ ସହ ଘରକୁ ଘର ବୁଲି ସାଧାରଣ ଲୋକଙ୍କୁ ସଚେତନ କରାଇବେ ।

ବିଦ୍ୟାଳୟମାନଙ୍କରେ ମଧ୍ୟ ଏ ସମ୍ବନ୍ଧୀୟ ସଚେତନତା କରାଯିବା ନେଇ ନିଷ୍ପତି ପୂର୍ବକ ସହର ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଦାୟିତ୍ଵ ଦିଆଯାଇଛି । ବିଭିନ୍ନ ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଦାୟିତ୍ଵରେ ଥିବା ଚିକିତ୍ସା ଅଧିକାରୀମାନେ ସ୍ଥାନୀୟ କର୍ପୋରେଟରମାନଙ୍କ ସହ ସମନ୍ଵୟ ରକ୍ଷା ପୂର୍ବକ ବୈଠକ ଅନୁଷ୍ଠିତ କରି ସତର୍କ ସଚେତନ‌ତା ଏବଂ ରୋଗ ପ୍ରତିକାର ନିମନ୍ତେ ପଦକ୍ଷେପ ଗ୍ରହଣ କରିବେ । ଏଥିସହ ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ର ମାନଙ୍କରେ ପର୍ଯ୍ୟାପ୍ତ ପରିମାଣରେ ଔଷଧ ମହଜୁଦ ରଖିବା ନିମନ୍ତେ ବୈଠକରେ ନିଷ୍ପଭି ଗ୍ରହଣ କରାଯାଇଥିଲା । ସ୍ବାସ୍ଥ୍ୟକେନ୍ଦ୍ର କୁ ଆସୁଥିବା ୩୦ ବର୍ଷରୁ ଉର୍ଦ୍ଧ ପୁରୁଷ ଏବଂ ମହିଳା ଙ୍କ ମଧୁମେୟ ଏବଂ ଉଚ୍ଚରକ୍ତ ଚାପ ପରୀକ୍ଷା କରାଯିବ ବୋଲି ଆଜିର ଏହି ସମନ୍ବୟ ବୈଠକରେ ଆଲୋଚନା ହୋଇଥିଲା। କୌଣସି ଉପାୟରେ ଘରୋଇ ସ୍ବାସ୍ଥ୍ୟ କେନ୍ଦ୍ରମାନଙ୍କରେ ଡେଙ୍ଗୁ, ମ୍ୟାଲେରିଆ ଆଦି ରୋଗର ରକ୍ତ ନମୁନା ଓ ପରୀକ୍ଷା କରାଯିବା ପାଇଁ ଆୟୁକ୍ତ ବାରଣ କରିବା ସହ ଏଥି ନିମନ୍ତେ ଏକ ଟିମ୍ ଗଠନ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ କେବଳ ନିର୍ଦ୍ଧିଷ୍ଟ ସରକାରୀ ଚିକିତ୍ସା କେନ୍ଦ୍ର ଓ ସହାୟତା କେନ୍ଦ୍ର ମାନଙ୍କରେ ରକ୍ତ ନମୁନା ଗ୍ରହଣ କରି ପରୀକ୍ଷା କରାଯିବ ବୋଲି ସୂଚିତ କରିଥିଲେ। ଆଜିର ଏହି ବୈଠକରେ ସହର ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର, ଅତିରିକ୍ତ ସହରାଞ୍ଚଳ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର କାନ୍ନ୍ତୀ ନାୟକ, ଏଣ୍ଟେମୋଲୋଜିଷ୍ଟ ଡାକ୍ତର ଦିପ୍ତି ମହାପାତ୍ର, ଜାତୀୟ ସ୍ବାସ୍ଥ୍ୟ ମିଶନ କାର୍ଯ୍ୟକ୍ରମ ପରିଚାଳକ, ଶ୍ରୀମତି ନେହା ରାଜପୁତ ପ୍ରମୁଖ ବୈଠକରେ ଉପସ୍ଥିତ ରହି ସହରାଞ୍ଚଳରେ ସ୍ଵାସ୍ଥ୍ୟ ସେବା ନିମନ୍ତେ ମହାନଗର ନିଗମ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଏବଂ କାର୍ଯ୍ୟନିର୍ବାହ ଖସଡ଼ା ପ୍ରସ୍ତୁତି ସମ୍ବନ୍ଧରେ ଆଲୋଚନା ପୂର୍ବକ ମତାମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ‌ହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର ମାନଙ୍କର ଚିକିତ୍ସକ,ସ୍ବାସ୍ଥ୍ୟକର୍ମୀ ଆଦି ଉପସ୍ଥିତ ଥିଲେ ।

କଟକ ଇପିଏ ରୁ ଲଳିତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *