ମହାନତା ଦେଖାଇଲେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ
ସୁବର୍ଣ୍ଣପୁର– ଗରିବ ଘର ର ଛାତ୍ର l ଖେଳ ସମୟ ରେ ହାତ ଭାଙ୍ଗି ଯାଇଥିଲା l ହେଲେ ବିଦ୍ୟାଳୟ ପକ୍ଷରୁ କୌଣସି ପ୍ରକାର ସାହାଯ୍ୟ ସହଯୋଗ କରାଗଲା ନାହିଁ l ଗରିବ ହୋଇଥିବାରୁ ଚିକିତ୍ସା ପାଇଁ ବାଧକ ସାଜିଲା ଅର୍ଥ l ଅର୍ଥ ନ ଥିବାରୁ ରାସନ କାର୍ଡ ଚାରି ହଜାର ଟଙ୍କା ରେ ବନ୍ଧକ ରଖି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଆସିଥିଲେ l ଏମାନଙ୍କୁ ସରକାର ଙ୍କ ସ୍ୱାସ୍ଥ୍ୟ କାର୍ଡ ମିଳି ନ ଥିବା ସୂଚନା l ଏହି ବିଷୟ ରେ ଖବର ପାଇ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ଚିକିତ୍ସାଳୟ କୁ ପହଞ୍ଚି ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ଦେଲେ ପ୍ରତିଶୃତି l ସ୍କୁଲ ତରଫରୁ ଛାତ୍ରଜଣକ ଖେଳି ଯାଇଥିବା ସମୟରେ ହାତ ଭାଙ୍ଗିଯିବାରୁ କେହି ସାହାଯ୍ୟ କଲେ ନାହିଁ l ପୁଅର ଅପରେସନ ପାଇଁ ରାସନ କାର୍ଡ ବନ୍ଧକ ପକାଇ ହସ୍ପିଟାଲ ଆଣିଛନ୍ତି ମହିଳା l ଏମିତି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ରେ l ପୁଅ ର ଚିକିତ୍ସା ପାଇଁ ରାସନ କାର୍ଡ ବନ୍ଧକ ପକାଇଲେ ମାଁ l ଖବର ପାଇ ଡାକ୍ତରଖାନରେ ପହଁଞ୍ଚିଲେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼.ନୃପରାଜ ସାହୁ l ଆହତ ଛାତ୍ର ଓ ମାଁ ଙ୍କୁ ଭେଟି ସମସ୍ତ ଚିକିତ୍ସା ଖର୍ଚ୍ଚ ପ୍ରଶାସନ ବହନ କରିବାର ଦେଲେ ପ୍ରତିଶ୍ରୁତି l ଜିଲ୍ଲାପାଳ ଡ଼ଃ. ନୃପରାଜ ସାହୁ ଙ୍କ ଏପରି ମହାନତା ପାଇଁ ବିଭିନ୍ନ ମହଲରୁ ପ୍ରଶଂସା ଛୁଟୁଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
