November 6, 2024
Home » ମହାନଦୀ ଜଳ ବିବାଦ ସମାଧାନ ପାଇଁ ମୋହନ ସରକାରଙ୍କ ଇଛା ଶକ୍ତିର ଅଭାବ : ସମାଜବାଦୀ ପାର୍ଟି

ମହାନଦୀ ଜଳ ବିବାଦ ସମାଧାନ ପାଇଁ ମୋହନ ସରକାରଙ୍କ ଇଛା ଶକ୍ତିର ଅଭାବ : ସମାଜବାଦୀ ପାର୍ଟି

0

ଭୁବନେଶ୍ୱର : ଓଡିଶା ସରକାର ୨୦୧୬ ମସିହା ନଭେମ୍ବର ୧୯ ତାରିଖରେ ଭାରତ ସରକାରଙ୍କୁ ଛତିଶଗଡ ମହାନଦୀ ଜଳ ବିବାଦ ଉପରେ ଏକ ପିଟିସନ ଦାୟର କରିଥିଲେ ସେତେବେଳେ ଝାରସୁଗୁଡା ଏବଂ ଛତିଶଗଡ ସୀମାରେ କଲମା ବ୍ୟାରେଜ ୨୦୧୧ ମସିହାରୁ ଆରମ୍ଭ ହୋଇ ଶେଷ ପର୍ଯ୍ୟାୟରେ ପହଂଚି ସାରିଥିଲା l ଏଠାରେ ପ୍ରଶ୍ନ ଉଠେ ଯେ ଓଡିଶା ସରକାର ୨୦୧୬ ମସିହା ପୂର୍ବରୁ କଣ ଏ ସଂକ୍ରାନ୍ତରେ କିଛି ଜାଣି ପାରିନଥିଲେ??

ଏଥିରୁ ସ୍ପଷ୍ଟ ଯେ ସେତେବେଳର ବିଜେଡି ସରକାର ସବୁ ଜାଣିଶୁଧା ଚୁପ ରହିଥିଲେ ଓ ଉକ୍ତ ବ୍ୟାରେଜ ବନ୍ଦ କରିବାକୁ ବିହିତ ପଦକ୍ଷେପ ନେଇ ନଥିଲେ l ୨୦୧୬ ମସିହାରେ ଓଡିଶା ସରକାରଙ୍କ ପିଟିସନ ପାଇବା ପରେ ମାନ୍ୟବର ସୁପ୍ରିମ କୋର୍ଟ ୨୦୧୮ ମସିହା ମାର୍ଚ୍ଚ ୧୨ : ତାରିଖରେ ଭାରତର ସମ୍ବିଧାନ ଧାରା ୧୩୧ ଅନୁଯାଇ  ଆନ୍ତରାଜ୍ୟ ଜଳ ବିବାଦର ସମାଧାନ ପାଇଁ ଏକ  ମହାନଦୀ ଜଳ ବିବାଦ ଟ୍ରିବୁନାଲ ଗଠନ କରିଥିଲେ (ମ୍ୱଦତ୍ତ ) ଗଠନର ୬ ବର୍ଷ ବିତି ଯାଇଥିଲେ ସୁଦ୍ଧା କୌଣସି ଫଳପ୍ରଦ ସିଦ୍ଧାନ୍ତ ନେଇପାରି ନାହାନ୍ତି l ଯାହାକି ଏକ ବିଡମ୍ବନାର ବିଷୟ l ଏଥି ମଧ୍ୟରେ ଉକ୍ତ ଟ୍ରିବୁନାଲର କାର୍ଯ୍ୟକାଳ ୩ ଥର ବୃଦ୍ଧି କରାଯାଇ ସାରିଲାଣି l

ତୃତୀୟ ପର୍ଯ୍ୟାୟରେ ଟ୍ରିବୁନାଲ ର କାର୍ଯ୍ୟକାଳ 2026 ମସିହା ଏପ୍ରିଲ ୧୩ ତାରିଖ ପର୍ଯ୍ୟନ୍ତ  ବୃଦ୍ଧି କରାଯାଇଥିଲେ ସୁଦ୍ଧା ବିଗତ ସାତମାସ ଧରି  ଟ୍ରିବୁନାଲର ଅଧକ୍ଷ ପଦ ଖାଲି ପଡ଼ିଥିଲେ ସୁଦ୍ଧା କେନ୍ଦ୍ର ସରକାର ଏଥିପ୍ରତି ବିଶେଷ ଧ୍ୟାନ ଦେଉନାହାନ୍ତି ଏହା ଓଡିଶା ପ୍ରତି  କେନ୍ଦ୍ରର ବୈମାତୃକ ମନୋଭାବ ବୋଲି କହି ସମାଜବାଦୀ ପାର୍ଟି ସରକାରଙ୍କୁ କଡା ସମାଲୋଚନା କରିଛି l

ଏଠାରେ ଉଲେଖଯୋଗ୍ୟ ଯେ ଆନ୍ତରାଜ୍ୟ ଜଳ ବିବାଦ ଆଇନ ୧୯୫୬ ର ଧାରା ୩ ଅନୁସାରେ ମାନ୍ୟବର ଟ୍ରିବୁନାଲ ଛତିଶଗଡ ର ହାଇ ଷ୍ଟେକ ୱାଟର ବିବାଦ ଉପରେ  ତାଙ୍କର ନିର୍ଦେଶ ଜାରି କରିବେ l

ଏହି ପରିପେକ୍ଷୀରେ କୁହାଯାଇ ପାରେ ଯେ ଯେତେବେଳେ ୧୯୪୭ ମସିହାରେ  ହୀରାକୁଦ ବନ୍ଧ ନିର୍ମାଣ ପାଇଁ  ପ୍ରସ୍ତାବଗ୍ରହଣ କରାଯାଇଥିଲା, ସେତେବେଳେ କେନ୍ଦ୍ର ପ୍ରୋଭିନ୍ସ ଓ ଓଡିଶା ମଧ୍ୟରେ ଡ.ବି.ଆର ଆମ୍ବେଦକରଙ୍କ ମଧ୍ୟସ୍ତତାରେ ଉଭୟଙ୍କ ସହମତିରେ ଏକ ଚୁକ୍ତିନାମା ସ୍ଵାକ୍ଷର ହୋଇଥିଲା ଉକ୍ତ ଚୁକ୍ତିନାମା ଅନୁଯାଇ ମହାନଦୀର ଜଳ ଧାରଣ କ୍ଷମତା 20.61 ମିଲିୟନ ଏକର ଫିଟ ମଧ୍ୟରୁ ଓଡିଶାରେ ୧୨ .୨୮ ଏମ. ଏ. ଏଫ  ଓ ଛତିଶଗଡର ୮ .୩୩ ଏମ ଏ ଏଫ ଧାର୍ଯ୍ୟ କରାଯାଇଥିଲା l

ଏଣୁ ଅଣ ମୌସୁମୀ ସମୟରେ ଦୁଇ ଏମ ଏଫ ଜଳ ଓଡିଶା ପାଇବ ମାତ୍ର ଉକ୍ତ ଚୁକ୍ତିନାମକୁ ଛତିଶଗଡ ଆମାନ୍ୟ କରି ବିଭିନ୍ନ ଡ୍ୟାମ ଓ ବ୍ୟାରେଜ ଜରିଆରେ ଜଳ ବନ୍ଦୀ କରି ହୀରାକୁଦ କୁ ଜଳ ଛାଡୁ ନାହାନ୍ତି ଫଳରେ ଓଡିଶାରେ ଚାଷ, ଶିଳ୍ପ, ପାନୀୟ ଜଳ ଓ ପରିବେଶ ଉପରେ ଏହାର କୁ ପ୍ରଭାବ ପଡୁଛି l

ଖବର ଅନୁଯାଇ ଛତିଶଗଡ ସରକାର ଘରୋଇ ଶିଳ୍ପ ସଂସ୍ଥା ଗୁଡିକୁ ଜଳ ଯୋଗାଇବା ପାଇଁ ମହାନଦୀର ଉପର ମୁଣ୍ଡରେ ୫୧୬ ଟି ବ୍ୟାରେଜ  ନିର୍ମାଣ କରି ଓଡିଶାର ତଳ ମୁଣ୍ଡକୁ  ଆl
ୁଥିବା ଜଳ ପ୍ରବାହକୁକୁ ବ୍ୟାହତ କରିଛି l
୨୦୦୫ ରୁ ୨୦୧୬ ମଧ୍ୟରେ ୩୭ %, ୨୦୧୬ -୧୭ ୬୫ %, ୨୦୧୭ -୧୮ ,୬ ୧ % ଭାଗ, ୨୦୧୮ -୧୯ -୫୭ % ଭାଗ ଓ ୨୦୧୯ -୨୦ ଠାରୁ ପ୍ରାୟ ୩ ୭ % ଭାଗ ଜଳ ପ୍ରବାହ ବ୍ୟାହତ ହୋଇଛି l

ଏହାର ମୂଳ କରଣ କଲମା ବ୍ୟାରେଜ ଯୋଗୁ ହୀରାକୁଦ ଡ୍ୟାମ କୁ ଅଣ ମୌସୁମୀ ସମୟରେ ସମ୍ପୂର୍ଣ ୨ ମିଲିୟନ ଏକର ଫିଟ ଜଳ ଆସିପାରୁ ନାହିଁ l ଯେହେତୁ ମହାନଦୀ ଓଡିଶାର ଜୀବନ ରେଖା ଓ ଏହା ଉପରେ ଓଡିଶାର ୨୦ ଟି ଜିଲ୍ଲାର ୨ କୋଟି ୫୦ ଲକ୍ଷ ଲୋକ ନିର୍ଭର କରନ୍ତି ସେଥିପାଇଁ ଓଡିଶାର କୃଷି ଓ ଅର୍ଥନୀତି ମଧ୍ୟ ବ୍ୟାହତ ହେଉଛି l

ଏଥିରୁ ଜଣାଯାଏ ଯେ ଛତିଶଗଡ ସରକାର ଓଡିଶା ପ୍ରତି ବୈମାତୃକ ମନ ଭାବ ପୋଷଣ କରୁଛନ୍ତି ଏବଂ ଓଡିଶା ସରକାରଙ୍କ ଆନ୍ତରିକତାର ଅଭାବ ଯୋଗୁ ଏଭଳି ପରିସ୍ଥିତି ଉପୁଜୁଥିବା ବେଳେ ସରକାର ଖାଲି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ସମାଜବାଦୀ ପାର୍ଟି ଅଭିଯୋଗ କରିଛି

Leave a Reply

Your email address will not be published. Required fields are marked *