July 4, 2025
Home » ମହାନଦୀରୁ ମୃତ ଦେହ ଉଦ୍ଧାର

ମହାନଦୀରୁ ମୃତ ଦେହ ଉଦ୍ଧାର

0
WhatsApp Image 2025-01-18 at 4.26.21 PM

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ରହେଲା ନିକଟ ମହାନଦୀ ରୁ ଭାସମାନ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରାଯାଇଛି l ମୃତ ବ୍ୟକ୍ତି ଜଣକ ଉଲୁଣ୍ଡା ଥାନା ବଡାଲି ଗ୍ରାମର ନିରଞ୍ଜନ ସାହୁ ବୋଲି ଜଣାପଡିଛି l ସୂଚନା ଅନୁସାରେ ଗତ ୧୫ ତାରିଖରେ ବିନିକା ଥାନା ସେଲେଡି ଗ୍ରାମକୁ ନିରଞ୍ଜନ ଏକ ମୃତାହ କାମରେ ଯୋଗ ଦେବାକୁ ଆସିଥିଲେ l ମାତ୍ର ସେ ଆଉ ଘରକୁ ଫେରି ନଥିଲେ l ପରିବାର ଲୋକେ ବହୁ ଖୋଜା ଖୋଜି କରିବା ପରେ ମଧ୍ୟ କୌଣସି ସନ୍ଧାନ ପାଇନଥିଲେ l ଏନେଇ ପରିବାର ଲୋକେ ଉଲୁଣ୍ଡା ଥାନାରେ ଅଭିଯୋଗ କରିଥିଲେ l ତେବେ ଆଜି ମହାନଦୀ ପାଣି ଭିତରେ ଏକ ଶବ ଭାସୁଥିବା ସ୍ଥାନୀୟ ଲୋକେ ଦେଖି ବିନିକା ଅଗ୍ନିଶମ ବିଭାଗ ଓ ପୁଲିସକୁ ଖବର ଦେଇଥିଲେ l ଘଟଣା ସ୍ଥଳରେ ବିନିକା ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ପାଣି ଭିତରୁ ଭାସମାନ ଅବସ୍ଥାରେ ମୃତଦେହ ଉଦ୍ଧାର କରି ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ l ପୋଲିସ ମୃତ ଦେହ ଜବତ କରିବା ସହିତ ଘଟଣାର ତଦନ୍ତ କରୁଛି l ତେବେ ଶୌଚ ପାଇଁ ଯାଇଥିବା ନିରଞ୍ଜନଙ୍କ ପାଣିରେ ବୁଡି ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି l ଆସନ୍ତା କାଲି ଶବ ବ୍ୟବଛେଦ ପରେ ପରିବାରକୁ ହସତନ୍ତର କରାଯିବ ବୋଲି ପୁଲିସ କହିଛି l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *