February 11, 2026
Home » ମହାଲକ୍ଷ୍ମୀଙ୍କ ଜନ୍ମଦିନ ଅବସରରେ ତେଲୁଗୁ ସମ୍ପ୍ରଦାୟ ମହିଳାମାନଙ୍କ ଦ୍ବାରା ମହାଲକ୍ଷ୍ମୀ ପୂଜା ଅନୁଷ୍ଠିତ

ମହାଲକ୍ଷ୍ମୀଙ୍କ ଜନ୍ମଦିନ ଅବସରରେ ତେଲୁଗୁ ସମ୍ପ୍ରଦାୟ ମହିଳାମାନଙ୍କ ଦ୍ବାରା ମହାଲକ୍ଷ୍ମୀ ପୂଜା ଅନୁଷ୍ଠିତ

0
WhatsApp Image 2025-03-14 at 11.05.52 AM

ମହାଲକ୍ଷ୍ମୀଙ୍କ ଜନ୍ମଦିନ ଅବସରରେ କସ୍ତୁରୀ ନାଗରରେ ଅବସ୍ଥିତ ବୀରା ଭେଙ୍କଟ ସତ୍ୟନାରାୟଣ ମନ୍ଦିର ପ୍ରାଙ୍ଗଣରେ ସମସ୍ତ ସ୍ଥାନୀୟ ତେଲୁଗୁ ସମ୍ପ୍ରଦାୟ ମହିଳାମାନଙ୍କ ଦ୍ବାରା ମହାଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର ମାଆ ଲକ୍ଷ୍ମୀଙ୍କ ପୂଜା ଅବସରରେ ସମସ୍ତ ମହିଳାଙ୍କ ଦ୍ଵାରା ଲକ୍ଷ୍ମୀ ସ୍ତତ୍ର ପାଠ କରାଯାଇ ଥିଲା । ମଙ୍କ ସ୍ତତ୍ର ୧୦୮ ଥର ପଠନ ହୋଇଥିଲା ।

ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିବା ଧନ ଧାତ୍ରୀ ମାଆ ଲକ୍ଷ୍ମୀ ସ୍ତତ୍ର ପଠନ ସରିବା ପରେ ମନ୍ଦିରରେ ମାଙ୍କୁ ଅର୍ପିତା ପ୍ରସଦଟିକୁ ମହିଳା ସମସ୍ତଙ୍କୁ ବଣ୍ଟନ କରାଯାଇଥିଲା । ପ୍ରତିବର୍ଷ ଏଠାରେ ବହୁତ ଶ୍ରଦ୍ଧା ଓ ଭକ୍ତି ସହ ସ୍ଥାନୀୟ ମହିଳାଙ୍କ ଦ୍ଵାରା ପାଳିତ ହୋଇଥାଏ । ଅନୁଷ୍ଠିତ ଉକ୍ତ ପୂଜା କାର୍ଯ୍ୟକ୍ରମ ମାଙ୍କ ଜନ୍ମଦିବସ ସହ ଦଳ ପୂର୍ଣ୍ଣିମା,ହୋଲି, ସଂକ୍ରାନ୍ତି ପବିତ୍ର ଅବସରରେ ପାଳିତ ହୋଇଥିଲା ।

ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *