February 21, 2026
Home » ‘ମହିମା’ ସୁବର୍ଣ୍ଣପୁର ଲୋକ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ୨୦୨୬ ଉଦଯାପିତ,

‘ମହିମା’ ସୁବର୍ଣ୍ଣପୁର ଲୋକ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ୨୦୨୬ ଉଦଯାପିତ,

0
WhatsApp Image 2026-01-13 at 12.57.34 PM

ଉଦଯାପନୀ ସନ୍ଧ୍ୟାରେ ଜିଲ୍ଲାପାଳଙ୍କ ସମ୍ବଲପୁରୀ ଗୀତରେ ଝୁମିଲେ ଦର୍ଶକ l

ସୁବର୍ଣ୍ଣପୁର: “ମହିମା” ସୁବର୍ଣ୍ଣପୁର ଲୋକ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା – ୨୦୨୬ ର ଉଦଯାପନୀ ଦିବସର ସାଂସ୍କୃତିକ କାର୍ଯ୍ୟକ୍ରମ ସନ୍ଧ୍ୟା ୫.୩୦ ଘଟିକା ରୁ ଆରମ୍ଭ କରାଯାଇଥିଲା। ସର୍ବପ୍ରଥମେ ଜିଲ୍ଲାର ପ୍ରତିଷ୍ଠିତ ଓ ବିଶିଷ୍ଟ କଣ୍ଠ ଶିଳ୍ପୀ ମାନଙ୍କ ଦ୍ଵାରା ସଙ୍ଗୀତ ପରିବେଷଣ କରାଯାଇଥିଲା l ଉଦଯାପନୀ ସନ୍ଧ୍ୟାରେ ସାଂସ୍କୃତିକ ସଭା ଆରମ୍ଭ କରିବା ପୂର୍ବରୁ ସୁବର୍ଣ୍ଣପୁର ର ଇଷ୍ଟ ଦେବୀ ମା ସୁରେଶ୍ୱରୀ ଙ୍କ ପ୍ରତିମୂର୍ତ୍ତିରେ ପୂଜାର୍ଚ୍ଚନା ପରେ ଆବାହନ ସଂଗୀତ ଗାନ କରିଥିଲେ ସୁବର୍ଣ୍ଣପୁର ଭୀମ ଭୋଇ କଳାପରିଷଦ ର ସଦସ୍ୟା ମାନେ। ଏହା ପରେ ସୁବର୍ଣ୍ଣପୁର ର ୩୨ ତମ ଲୋକ ମହୋତ୍ସବ ର ଶେଷ ସନ୍ଧ୍ୟା ର ସାଂସ୍କୃତିକ ସଭା ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏହି ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଝାରସୁଗୁଡା ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ, ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ବିଧାୟକ ବୀରମହାରାଜପୁର ଇଂ. ରଘୁନାଥ ଜଗଦଲା ଓ ଉଲୁଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତିଲତା ମିଶ୍ର ।ଜିଲ୍ଲାପାଳ, ଡ଼.ନୃପରାଜ ସାହୁ ଉପସ୍ଥିତ ମଞ୍ଚାସିନ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ମାନଙ୍କୁ ଓ ଉପସ୍ଥିତ ଜନସାଧାରଣ ଙ୍କୁ ଜିଲ୍ଲାର ମୁଖ୍ୟ ସେବକ ଭାବେ ସ୍ଵାଗତ ଜଣାଇବା ସହିତ କହିଥିଲେ ଆମେ ଜିଲ୍ଲା ସଫଳତାର ପାହାଚ ଧୀରେ ଧୀରେ ଅତିକ୍ରମ କରୁଛୁ। ସୁବର୍ଣ୍ଣପୁର ଜିଲ୍ଲା ସଂସ୍କୃତି ପରିଷଦର ଅନେକ ଚେଷ୍ଟା ଏବଂ ପ୍ରୟାସ ଓ ଜିଲ୍ଲାର ଜନସାଧାରଣ, ବୁଦ୍ଧିଜୀବୀ, ସମାଜସେବୀ,ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା, କଳାକାର , ଜିଲ୍ଲା ପ୍ରଶାସନ ର ସମସ୍ତ ଅଧିକାରୀ ଓ କର୍ମଚାରୀ ବୃନ୍ଦ, ସମସ୍ତ ସମ୍ବାଦପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ବୃନ୍ଦ ଏବଂ ସଂସ୍କୃତି ପରିଷଦର ପ୍ରୟାସ ଓ ସହଯୋଗ ଦ୍ଵାରା ସଫଳ ଆୟୋଜନ ହୋଇପାରିଛି। ସେ ଆହୁରି କହିଥିଲେ ଯେ ଏହି ମହୋତ୍ସବ ନିଶ୍ଚିତ ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କୁ ଖୁସି ଓ ଆନନ୍ଦ ପ୍ରଦାନ କରିଥିବ ଓ ଆମ ଜିଲ୍ଲା ଓ ଓଡ଼ିଶାର ଅନ୍ୟ ଜିଲ୍ଲା ଏବଂ ଅନ୍ୟ ରାଜ୍ୟ ରୁ ଆସିଥିବା ସାଂସ୍କୃତିକ ଦଳ ମାନଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମ, ଲୋକ କଳା, ଲୋକ ନୃତ୍ୟ, ଲୋକ ସଙ୍ଗୀତ ନିଶ୍ଚିତ ଭାବେ ମନୋରଂଜନ ପ୍ରଦାନ କରିଥିବା ବୋଲି ଆଶା ବ୍ୟକ୍ତ କରିଥିଲେ।ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ମାନ୍ୟବର ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଥିଲେ ଯେ ତାଙ୍କ ପିତାଙ୍କ ଜନ୍ମସ୍ଥାନ ହେଉଛି ସୁବର୍ଣ୍ଣପୁର ପିତେଇପାଲି ଗ୍ରାମରେ, ତେଣୁ ଏ ମାଟି ସହିତ ତାଙ୍କର ସମ୍ପର୍କ ରହିଛି ଏବଂ ସେ ଯେତେବେଳେ ସୁବର୍ଣ୍ଣପୁର କୁ ଆସିଛନ୍ତି ଏବଂ ସୁବର୍ଣ୍ଣପୁର ବାସିନ୍ଦାଙ୍କୁ ଭେଟିଛନ୍ତି ତାଙ୍କୁ ନିଜ ପରିବାର ଲୋକଙ୍କୁ ଭେଟିବା ପରି ଲାଗେ। ଭୀମ ଭୋଇଙ୍କର ମାଟିରେ ଜନ୍ମ ଗ୍ରହଣ କରିଥିବା ପ୍ରତ୍ୟେକ ବ୍ୟକ୍ତି ବିଶେଷ ନିଜକୁ ଗର୍ବ ଅନୁଭବ କରିବା ଉଚିତ ବୋଲି ଶ୍ରୀ ତ୍ରିପାଠୀ କହିଥିଲେ। ସୁବର୍ଣ୍ଣପୁର ଜିଲ୍ଲା କଳା ଓ ସଂସ୍କୃତି ଓଡିଶାରେ ଏକ ସ୍ୱତନ୍ତ୍ର ପରିଚୟ ରହିଛି ଏବଂ ଅତ୍ୟନ୍ତ ମନୋରମ ସ୍ଥାନରେ ଏହି ମହୋତ୍ସବ ଆୟୋଜିତ ହେଉଥିବାରୁ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ତ୍ରିପାଠୀ, ଜିଲ୍ଲା ପ୍ରଶାସନ ଏବଂ ଏହି ମହୋତ୍ସବ ଆୟୋଜନରେ ଅଂଶ ଗ୍ରହଣ କରିଥିବା ସମସ୍ତ କର୍ମକର୍ତ୍ତା ଯାହାଙ୍କ ପାଇଁ ମହୋତ୍ସବ ସଫଳ ହୋଇଛି ତାଙ୍କୁ ଧନ୍ୟବାଦ ଦେଇଛନ୍ତି।

ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ମାନ୍ୟବର ବିଧାୟକ ବୀରମହାରାଜପୁର ଇଂ. ଜଗଦଲା ଉପସ୍ଥିତ ମଞ୍ଚାସିନ ଅତିଥି ମାନଙ୍କ ସହିତ ମହୋତ୍ସବ ରେ ଉପସ୍ଥିତ ଦର୍ଶକ ତଥା ସୁବର୍ଣ୍ଣପୁର ଜିଲ୍ଲାର ଜନ ସମାବେଶ ତାଙ୍କର ସାଂସ୍କୃତିକ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ।
ପାଞ୍ଚ ଦିନ ଧରି ଚାଲିଥିବା ‘ମହିମା’ ସୁବର୍ଣ୍ଣପୁର ଲୋକ ମହୋତ୍ସବ ଏବଂ ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳା ୨୦୨୬ ର ଅନ୍ତିମ ସନ୍ଧ୍ୟାରେ ଜିଲ୍ଲାପାଳ ଡ଼.ନୃପରାଜ ସାହୁ ନିଜେ ଗାନ କରିଥିଲେ ସମ୍ବଲପୁରୀ ସଂଗୀତ “ମହୁଲ ଝାରେ ବରସିଲା ପାନୀ” ଓ “ଲବଙ୍ଗ ଲତା ମୋର ଗଜାମୁକୁତା ଲୋ କହ ପଦେ ମିଠା କଥା” | ତାଙ୍କ ସହିତ ସମସ୍ତ କଣ୍ଠ ଶିଳ୍ପୀ / ଗାୟିକା ମାନେ ସମ୍ବଲପୁରୀ ଗୀତ ଗାନ କରିଥିଲେ ଏବଂ ଜିଲ୍ଲାପାଳ ମହୋଦୟ ଙ୍କ ସହିତ ସମ୍ବଲପୁରୀ ନୃତ୍ୟ କରିଥିଲେ l ଏହି ପାଞ୍ଚ ଦିନର ସମାପ୍ତି ହେବା ଆମ ମାନଙ୍କୁ ସମସ୍ତଙ୍କୁ ଭାବୁକ କରିଛି।ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସୋନପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରତୀକ କର। ସେ କହିଥିଲେ ଏହା କେବଳ ଏକ ମହୋତ୍ସବ ନୁହେଁ ଏଠାରେ ଚାଲିଥିବା ପଲ୍ଲିଶ୍ରୀ ମେଳା ଆର୍ଥିକ ଅଭିବୃଦ୍ଧି ର ଏକ ମାଧ୍ୟମ ଅଟେ । “ମହିମା” ସୁବର୍ଣ୍ଣପୁର ଲୋକ ମହୋତ୍ସବର ଅନ୍ତିମ ସନ୍ଧ୍ୟା ରେ ଶ୍ରୀ କର ସମସ୍ତ ଅଧିକାରୀ, କାର୍ଯ୍ୟାଳୟ, ସଫେଇ କର୍ମଚାରୀ, ପୋଲିସ, ଗଣମାଧ୍ୟମ ବନ୍ଧୁଗଣ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।
ସାଂସ୍କୃତିକ କାର୍ଯକ୍ରମ ଆରମ୍ଭ ହେବା ପୂର୍ବରୁ ଓରମାସ ର ସମସ୍ତ ଷ୍ଟଲ ମାନଙ୍କରେ ମିଶନ ଶକ୍ତି ବିଭାଗର ସୁବର୍ଣ୍ଣପୁର ଜିଲ୍ଲା ଓ ଓଡ଼ିଶା ବିଭିନ୍ନ ଜିଲ୍ଲାର ବିଭିନ୍ନ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗୁଡିକର ଉତ୍ପାଦ ବିକ୍ରୟ ରେ ଯାହାଙ୍କ ପ୍ରଦର୍ଶନୀ ସର୍ବାଧିକ ବିକ୍ରୟ କରିଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଙ୍କୁ ପୁରସ୍କୃତ,ସମ୍ମାନିତ କରାଯାଇଥିଲା। ଏହା ଛଡା ଜିଲ୍ଲାର ସମସ୍ତ ହୋଟେଲ ଯେଉଁଥିରେ ବାହାରୁ ଆସିଥିବା କଳାକାର ମାନଙ୍କ ରହିବା ଓ ରାତ୍ରିଯାପନ କରିବାର ବ୍ୟବସ୍ଥା କରିଥିବାରୁ ସେମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି “ମହିମା” ସୁବର୍ଣ୍ଣପୂର୍ ଲୋକ ମହୋତ୍ସବ ର ପ୍ରଚାର ଓ ପ୍ରସାର ପାଇଁ ସମସ୍ତ ଛାପା ଏବଂ ବୈଦ୍ୟୁତିକ ଗଣମାଧ୍ୟମ ର ସାମ୍ବାଦିକ ଓ ପ୍ରତିନିଧି ମାନଙ୍କୁ ସମ୍ମାନିତ ଯାଇଥିଲା । ପ୍ରଥମ ଦିନରେ ମହୋତ୍ସବ ର ସ୍ମରଣିକା “ଶାକ୍ତସ୍ୱର” ଓ ସୁବର୍ଣ୍ଣପୁର କ୍ୟାଲେଣ୍ଡର ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା l
ଏହି ଉଦଯାପନୀ ସଂଧ୍ୟାରେ ସୋନପୁର ସହରର ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ, ଶ୍ରୀଲଡୁ କିଶୋର ମଲ୍ଲିକ, ଶ୍ରୀ ଗୋବିନ୍ଦ ମହାରଣା ଓ ନାଟ୍ୟ ଶ୍ରୀ ଗଦାଧର ବାରିକଙ୍କୁ ମଧ୍ୟ ସେମାନଙ୍କ ସହଯୋଗ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା
ଏହି ମହୋତ୍ସବ ରେ ପାଞ୍ଚ ଦିନ ବ୍ୟାପୀ ଅକ୍ଲାନ୍ତ ପରିଶ୍ରମ ଓ ସମୟ ପ୍ରଦାନ କରି ସାଂସ୍କୃତିକ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ସମସ୍ତ ଉଦଘୋଷକ ଓ ଉଦଘୋଷିକା ମାନଙ୍କୁ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା।
ଶେଷ ସନ୍ଧ୍ୟାରେ ବିଳମ୍ବ ରାତି ଯାଏ ଦର୍ଶକଙ୍କ ଭିଡ ଜମି ରହିଥିଲା ରାମେଶ୍ୱର ଷ୍ଟାଡିୟମ ଠାରେ। ଅନ୍ତିମ ଦିନ ବିଶିଷ୍ଟ କଣ୍ଠଶିଳ୍ପୀଙ୍କ ଦ୍ବାରା ଲୋକ ସଙ୍ଗୀତ ପରିବେଷଣ ସହିତ ଭାଗିଟିକ୍ରା ର ମାଁ ସାଂସ୍କୃତିକ ଅନୁଷ୍ଠାନ, ଡୁଙ୍ଗୁରିପାଲି ର ବ୍ଲକ କଳା ସଂସ୍କୃତି ସଂଘ, ବୀରମହାରାଜପୁର ର ବ୍ଲକ କଳା ସଂସ୍କୃତି ସଂଘ, ଜଟଣୀର ନୃତ୍ୟଶ୍ରୀ, ଉଲୁଣ୍ଡାର ସୁଆଙ୍ଗ ଅନୁଷ୍ଠାନ ଦ୍ୱାରା ପର୍‌ଭା ନୃତ୍ୟ, ପୁରୀର ମାଳ ଖମ୍ବ, କଳାହାଣ୍ଡିର ପ୍ରତିଭା, ହରିୟାଣାର ଝୁମର, ଗଞ୍ଜାମ ଦିଗପହଣ୍ଡିର ବିଚିତ୍ରା ବଣ୍ଡାଳୀ ନାଟ୍ୟ ସଂସଦ, ବଲାଙ୍ଗୀର, କୋଶଳ ଲୋକ ନୃତ୍ୟ, ତରଭାର ପାଟଣେଶ୍ଵରୀ କଳା ପରିଷଦ, ବ୍ଳକ କଳା ସଂସ୍କୃତି ସଂଘ, ବୀରମହାରାଜପୁର ବାଉଁଶୁଣୀ ସାଂସ୍କୃତିକ ଅନୁଷ୍ଠାନ, ବୌଦ୍ଧର ଭୀମଭୋଇ କଳା ନିକେତନ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଦ୍ୱାରା ଶୀତୁଆ ରାତିରେ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ।ଅନ୍ତିମ ଓ ଉଦଯାପନୀ ସନ୍ଧ୍ୟା ମଞ୍ଚରେ ସୁବର୍ଣ୍ଣପୁର ଜିଲ୍ଲାପାଳଡ. ନୃପରାଜ ସାହୁ,ଆରକ୍ଷୀ ଅଧିକ୍ଷକନାରାୟଣ ନାୟକ, ଅତିରିକ୍ତ ଜିଲ୍ଲାପାଳ, (ରାଜସ୍ବ) ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ, (ସାଧାରଣ) ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଅଶ୍ୱିନୀ କୁମାର ମେହେର ଙ୍କ ଦ୍ଵାରା ସମସ୍ତଙ୍କୁ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଯମୁନା ପ୍ରଧାନ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀ ଅର୍ଜୁନ ମାଝୀ, ଜିଲ୍ଲା ଓରମାସ ଅଧିକାରୀ ଶ୍ରୀ ସମୀର କୁମାର ନାୟକ ମହୋତ୍ସବ ପରିଚାଳନାରେ ସହଯୋଗ ଓ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ତୁଲାଇ ଥିବାରୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା।
ଶେଷରେ ଜିଲ୍ଲାପାଳ,ଆରକ୍ଷୀ ଅଧିକ୍ଷକ ଙ୍କ ସମେତ ଉପସ୍ଥିତ ସମସ୍ତ ଅଧିକାରୀ,କର୍ମଚାରୀ, ବୁଦ୍ଧିଜୀବୀ,କଳାକାର,ବିଭିନ୍ନ ଅନୁଷ୍ଠାନ ର ପ୍ରତିନିଧିମାନେ ମଞ୍ଚରେ ସମ୍ବଲପୁରୀ ଗୀତ ଗାଇ ନାଚ କରିଥିଲେ। ତାପରେ ଜିଲ୍ଲାପାଳଙ୍କ ଦ୍ୱାରା ସ୍ଥାପିତ ମଶାଲ ବିଧିମତେ ନିର୍ବାପନ୍ ପରେ ” ମହିମା ” ସୁବର୍ଣ୍ଣପୁର ଲୋକ ମହୋତ୍ସବ କୁ ଜିଲ୍ଲାପାଳଙ୍କ ଦ୍ୱାରା ସମାପ୍ତି ଘୋଷଣା କରାଯାଇଥିଲା l ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *