April 22, 2025
Home » ମହିଳା ସ୍ଵାସ୍ଥ୍ୟକର୍ମୀଙ୍କ ସରକାରୀ ଘରେ ଗଞ୍ଜେଇ ଜବତ କରିବା ପରେ ମହିଳା ସ୍ଵାସ୍ଥ୍ୟକର୍ମୀ ଗିରଫ ପରେ କୋର୍ଟ ଚାଲାଣ

ମହିଳା ସ୍ଵାସ୍ଥ୍ୟକର୍ମୀଙ୍କ ସରକାରୀ ଘରେ ଗଞ୍ଜେଇ ଜବତ କରିବା ପରେ ମହିଳା ସ୍ଵାସ୍ଥ୍ୟକର୍ମୀ ଗିରଫ ପରେ କୋର୍ଟ ଚାଲାଣ

0

ରାୟଗଡା ଜିଲ୍ଲା ପଦ୍ମପୁର ପୋଲିସ ଦ୍ଵାରା ଜଣେ ମହିଳା ସ୍ଵାସ୍ଥ୍ୟକର୍ମୀଙ୍କ ସରକାରୀ ଘରେ ଗଞ୍ଜେଇ ଜବତ କରିବା ପରେ ମହିଳା ସ୍ଵାସ୍ଥ୍ୟକର୍ମୀ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ମିଳିଥିବା ସୂଚନା ମୁତାବକ ପଦ୍ମପୁର ବ୍ଲକ ଅନ୍ତର୍ଗତ ଗୁଲୁଗୁଡା ଉପ ସ୍ବାସ୍ଥ୍ୟକେନ୍ଦ୍ରର ସ୍ବାସ୍ଥ୍ୟକର୍ମୀ ଜ୍ୟୋସ୍ନାରାଣୀ ସେଠୀ ସେ ଗଞ୍ଜେଇ କାରବାର କରୁଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ବୁଧୁବାର ଦିନ ପଦ୍ମପୁର ତହସିଲଦାର,ଶିଶୁ ଓ ମହିଳା ଡେସ୍କର ଅଧିକାରୀଙ୍କ ଉପସ୍ଥିତିରେ ପୋଲିସ ତାଙ୍କ ସରକାରୀ ବାସଭବନରେ ଚଢ଼ଉ କରିବା ସମୟରେ ୨ କିଲୋ ୫୦୦ ଗ୍ରାମ ବିଶିଷ୍ଟ ଏକ ଗଞ୍ଜେଇ ପ୍ୟାକେଟ୍ ପାଇବା ପରେ ଜବତ କରିବା ସହ ସ୍ୱାସ୍ତ୍ୟକର୍ମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପଦ୍ମପୁର ପୋଲିସ । କେନ୍ଦ୍ରାପଡା ଜିଲ୍ଲା ଅଞ୍ଚଳର ଜ୍ୟୋସ୍ନାରାଣୀ ସେଠୀ ଗଞ୍ଜେଇ ବ୍ୟାପାର କେତେ ଦିନରୁ ଚାଲିଛି,କାହା ସାହାଯ୍ୟରେ ଚାଲିଛି,କେତେ ଜଣ କ୍ସଂପୃକ୍ତ ରହିଛନ୍ତି ସେ ସବୁ ଦିଗରେ ରାୟଗଡ଼ା ପୋଲିସ ତଦନ୍ତ କରୁଛି । ପୋଲିସ ଗୁଲୁଗୁଡା ଉପ ସ୍ବାସ୍ଥ୍ୟକେନ୍ଦ୍ରର ସ୍ବାସ୍ଥ୍ୟକର୍ମୀ ଜ୍ୟୋସ୍ନାରାଣୀ ସେଠୀ ଗିରିଫ କରିବା ପରେ ତାଙ୍କ ବିରୋଧରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।

ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *