July 1, 2025
Home » ମା ତାରାତାରିଣୀ ଙ୍କ ପୀଠ ଚଳଚଂଚଳ

ମା ତାରାତାରିଣୀ ଙ୍କ ପୀଠ ଚଳଚଂଚଳ

0
bra-jagannath

ପବିତ୍ର ଚୈତ୍ର ମାସ ର ଚତ୍ରୁର୍ଥ ମଙ୍ଗଳବାର।ରାଜ୍ୟ ର ପ୍ରମୁଖ ଶକ୍ତିପୀଠ ରେ ମା’ଙ୍କୁ ଦର୍ଶନ କରିବାକୁ ଲାଗିଚି ଭକ୍ତ ଙ୍କ ଭିଡ଼।ଦକ୍ଷିଣ ଓଡ଼ିଶା ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀ ଙ୍କ ପୀଠ ହୋଇଉଠିଛି ଳ ଚ୍ଞ୍ଚଲ୍।ଏହି ଦିନ ରେ ମା ଙ୍କୁ ଦର୍ଶନ କରିଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ଭକ୍ତ ଙ୍କ ବିଶ୍ଵାସ ରହିଛି।ଆଜି ମା ବାସନ୍ତୀ ଦୁର୍ଗା ବେଶ ରେ ଭକ୍ତ କୁ ଦର୍ଶନ ଦେଇଛନ୍ତି।ମାନସିକଧାରୀ ସେମାନଙ୍କ ନବଜାତ ଶିଶୁ ଙ୍କୁ ମଣ୍ଡନ କରି ଲମ୍ବାଧାଡ଼ି ରେ ଆସି ମା’ଙ୍କ ଆଶିଷ ନେଉଛନ୍ତି।ଯାତ୍ରୀ ମାନେ ଅତିରିକ୍ତ ୩ପଥ ଦେଇ କୁମାରୀ ପର୍ବତ ଶିଖର କୁ ଆସି ଦର୍ଶନ କରିଛନ୍ତି। ହୁଳହୁଳି ଶଙ୍ଖ ନାଦ ରେ ଯାକଜମ ରେ ଚାଲିଛି ମା ଙ୍କ ଚୈତ୍ର ପର୍ବ।ଜନ ସମାଗମ କୁ ଦୃଷ୍ଟି ରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ତାରାତାରିଣୀ ମନ୍ଦିର ପୀଠ ପରିସର ରେ ଉପମୁଖ୍ୟ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଓ ଆଇନ ମନ୍ତ୍ରୀ ପୃଥିବୀ ରାଜ ହରିଶ୍ ଚନ୍ଦନ,ଇସ୍ପାତଓପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଗୋକୁଳ ନନ୍ଦ ମଲ୍ଲିକ ଆସି ପରିଦର୍ଶନ କରିଛନ୍ତି।ଆଜି ଚୈତ୍ର ମାସ ଚତୁର୍ଥ ମଙ୍ଗଳ ବାର ରେ ତାରାତାରିଣୀ ପୀଠ କୁ ଆସିଛନ୍ତି ମନ୍ତ୍ରୀ ଙ୍କ ସମେତ ସ୍ଥାନୀୟ ଖଲ୍ଲିକୋଟ,ଛତ୍ରପୁର,ବ୍ରହ୍ମପୁର,ଆସ୍କା ର ବିଧାୟକ ଗଣମାନେ।ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଗଞ୍ଜାମ ଏସପି ଶ୍ରୀ ଶୁଭେନ୍ଦୁ ପାତ୍ର ଉପସ୍ଥିତ ଅଛନ୍ତି।ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିଗେଟ,ପାନୀୟ ଜଳ,ବିଜୁଳି ମଧ୍ୟ ବ୍ୟବସ୍ଥା କରାଯାଇଚି।

ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *