ମା ପାଇଁ ଗଛ ଟିଏ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ

ବୃକ୍ଷ ହିଁ ଜୀବନ।
ଦେଓଗଡ ଜିଲ୍ଲା ରିଆମାଳ ଫରେଷ୍ଟ ରେଞ୍ଜ ଅଞ୍ଚଳ ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋପବନ୍ଧୁ କ୍ଲବ ଦ୍ଵାରା ଆୟୋଜିତ ମାଆ ପାଇଁ ଗଛଟିଏ କାର୍ଯକ୍ରମ ରେ ବୃକ୍ଷ ରୋପଣ କରାଯାଇଛି। ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ତଥା ସମ୍ବଲପୁର ସାଂସଦ ଙ୍କ ଜିଲ୍ଲା ପ୍ରତିନିଧି ଅରୁଣ କୁମାର ସାହୁ।
ସମେତ ଦେଓଗଡ DFO ସ୍ଵାଧୀନତା ସାହାଣୀ।BDO ରିଆମାଳ ଆଦିତ୍ୟ କୁମାର ପଣ୍ଡା। ରେଞ୍ଜର ଧରୁଆ ରିଆମାଳ। ସ୍ଥାନୀୟ ଅଞ୍ଚଳ ର ଅନେକ ବୁଦ୍ଧିଜିବୀ ଓ ଗୁଣ୍ଡିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଏବଂ ଛାତ୍ର ଛାତି ମାନେ ବୃକ୍ଷ ରୋପଣ ରେ ଉପସ୍ଥିତ ଥିଲେ। ଜିଲ୍ଲା ସଭାପତି ଙ୍କ କହିବା କଥା ମାନନୀୟ ପ୍ରଧାନ ମନ୍ତ୍ରୀ ଙ୍କ ଆହୁଆନ କ୍ରମେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ସାରା ଦେଶ ରେ କାର୍ଯକ୍ରମ ହେଉଥିଲା ବେଳେ ଓଡ଼ିଶା ରାଜ୍ୟ ସମସ୍ତ ଜିଲ୍ଲା, ବ୍ଲକ ଓ ଗ୍ରାମ ପଞ୍ଚାୟତ ଠାରେ ମଧ୍ୟ ବୃକ୍ଷ ରୋପଣ କରାଯାଉଛି।
ରେଞ୍ଜର ରିଆମାଳ ଧରୁଆ ବାବୁ ଙ୍କ କହିବା କଥା ଚଳିତ ବର୍ଷ ଏବେ ସୁଦ୍ଧା ଦେଓଗଡ ଜିଲ୍ଲା ରେ ପାଖା ପାଖି ୫୦୦୦ ହାଜର ବୃକ୍ଷ ରୋପଣ କରାଯାଇଛି। ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ସାମିଲ ହୋଇ ଅତି ଆନନ୍ଦ ଉଲ୍ଲାସ ସହିତ ବୃକ୍ଷ ରୋପଣ କରିଥିଲେ। ସ୍ଥାନୀୟ ଗୋପବନ୍ଧୁ କ୍ଲବ ସଭାପତିଙ୍କ ସହଯୋଗ ରେ ଜଙ୍ଗଲ ସୁରକ୍ଷା ହେଉ କି ବୃକ୍ଷ ରୋପଣ ହେଉ ଗୋପବନ୍ଧୁ କ୍ଲବ ସଭାପତି ସହଯୋଗ କରିଥାନ୍ତି।
ଦେଓଗଡ ରୁ ଦେବାନନ୍ଦ ନାଏକ ଙ୍କ ସହିତ ଇପିଏ ନିୟୁଜ।