July 5, 2025
Home » ମା ମଝିଘରିଆଣୀ ପୂଜା କମିଟି ପକ୍ଷରୁ ଶ୍ରୀ ରାମ ନବମୀ ଦିବସରେ ନବକନ୍ୟା ପୂଜା ଅନୁଷ୍ଠିତ

ମା ମଝିଘରିଆଣୀ ପୂଜା କମିଟି ପକ୍ଷରୁ ଶ୍ରୀ ରାମ ନବମୀ ଦିବସରେ ନବକନ୍ୟା ପୂଜା ଅନୁଷ୍ଠିତ

0
WhatsApp Image 2025-04-07 at 9.29.50 PM

ରାୟଗଡ଼ା ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ପୂଜା କମିଟି ପକ୍ଷରୁ ଶ୍ରୀରାମ ନବମୀ ଏବଂ ଦୁର୍ଗା ନବମୀ ଅବସରରେ ରବିବାର ଦିନ ନଅ ଦୁର୍ଗାଙ୍କ ପ୍ରତୀକ ରୂପେ ନଅଟି କୁନି ଝିଅଙ୍କୁ ପୂଜାଅର୍ଚ୍ଚନା କରାଯାଇଥିଲା । ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମଙ୍କ ଜନ୍ମ ବାର୍ଷିକୀର ଏହି ଶୁଭ ଉତ୍ସବ ବିଶ୍ୱବାସୀଙ୍କୁ ସତ୍ୟ, ଧର୍ମ, କରୁଣା ଏବଂ କର୍ତ୍ତବ୍ୟର ବାର୍ତ୍ତା ଦେଇଥିବା ପବିତ୍ର ନବରାତ୍ରି ଅବସରରେ ଉକ୍ତ ନଅ ଦିନ ଅଖଣ୍ଡ ଦୀପ ମନ୍ଦିର ପରିସରରେ ପ୍ରଜ୍ବଳିତ କରି ଅନେକ ଶ୍ରଦ୍ଧାଳୁ ମାଆଙ୍କ ନିକଟରେ ମାନସିକ ରଖିଥାନ୍ତି । ମନ୍ଦିର ପୂଜା କମିଟି ଅନ୍ତିମ ଦିବସରେ ରବିବାର ଦିନ ସେମାନେ ନଅ ଦୁର୍ଗାଙ୍କ ପ୍ରତୀକ ନଅ ଝିଅଙ୍କୁ ମଧ୍ୟ ପୂଜା କରିଥିଲେ।
ଭାରତରେ ନବରାତ୍ରୀ ବିଭିନ୍ନ ରୂପ ଏବଂ ପରମ୍ପରାକୁ ମିଳିତ ଭାବରେ ନଅ ରାତି’ ଦେବୀ ଦୁର୍ଗାଙ୍କର ନଅ ଅବତାର ପାଳନ କରୁଥିବା ନବଦୁର୍ଗା ରୂପେ ଜଣାଶୁଣା ଏହି ନବରାତ୍ରି ବର୍ଷରେ ଚାରି ଥର ହିନ୍ଦୁମାନେ ପାଳିଥାଆନ୍ତି ।
ମନ୍ଦିର ପୂଜା କମିଟି ନବଦୁର୍ଗା ରୂପେ ନଅ ଜଣ କନ୍ୟାଙ୍କ ପାଦ ଧୋଇ ପଦରେ ଅଳତା ଲଗାଇ ନୂତନ ବସ୍ତ୍ର,ଚୁଡ଼ି,ସିନ୍ଦୂର,ମଥାରେ ତିଲକ ଲଗାଇ ଧୁପ,ଦୀପ,ଫୁଲ ଦେଇ ପୂଜା ପାଠ କରିବା ସହ ମନପସନ୍ଦ୍ ତାଙ୍କ ଈଛା ମୁତାବକ ଖାଦ୍ୟ ପ୍ରଦାନ କରିଥିଲେ ।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *