October 23, 2025
Home »  ମାଁ ସୁରେଶ୍ୱରୀ ଓ ମାଁ ଭଗବତୀ ବ୍ରହ୍ମଚାରିଣୀ ବେଶରେ ଦର୍ଶନ ଦେଲେ ଆଜି

 ମାଁ ସୁରେଶ୍ୱରୀ ଓ ମାଁ ଭଗବତୀ ବ୍ରହ୍ମଚାରିଣୀ ବେଶରେ ଦର୍ଶନ ଦେଲେ ଆଜି

0
WhatsApp Image 2025-09-23 at 5.21.53 PM

ସୁବର୍ଣ୍ଣପୁର: ଶାରଦୀୟ ନବରାତ୍ରୀର ଦ୍ୱିତୀୟ ପ୍ରଭାତରେ ସୁବର୍ଣ୍ଣପୁରର ମା’ ସୁରେଶ୍ୱରୀଙ୍କୁ ଦିବ୍ୟ ବ୍ରହ୍ମଚାରିଣୀ ବେଶରେ ଦର୍ଶନ କରିବାର ସୁଯୋଗ ପାଇଲେ ଭକ୍ତ। ଅନେକ ଭକ୍ତମାନେ ଦୀପ, ଧୂପ ଓ ମନ୍ତ୍ରୋଚ୍ଚାରଣରେ ମା’ଙ୍କୁ ପ୍ରାର୍ଥନା କଲେ।
ପୌରାଣିକ ମହାତ୍ମ୍ୟ ରହିଛି, ହିମାଳୟଙ୍କ କନ୍ୟା ପାର୍ବତୀ କଠିନ ତପସ୍ୟା କରି ମହାଦେବଙ୍କୁ ପତି ଭାବେ ପ୍ରାପ୍ତ କରିଥିଲେ।

ସେଇ ତପୋମୟୀ ରୂପଟି ବ୍ରହ୍ମଚାରିଣୀ ନାମରେ ପରିଚିତ। ସରଳ ଜଟାଧାରିଣୀ, ହାତରେ ଜପମାଳା ଓ କମଣ୍ଡଳୁ ସହିତ ସେ ସାଧନାର ପରାକାଷ୍ଠାର ପ୍ରତୀକ। ମା’ଙ୍କ ଏହି ବେଶରେ ହସ୍ତେ ଜପମାଳା, ଅନ୍ୟହସ୍ତେ କମଣ୍ଡଳୁ ବିରାଜିତ। ସଂଯମ, ଧୈର୍ଯ୍ୟ ଓ ତପସ୍ୟାର ପ୍ରତୀକ ଏହି ରୂପକୁ ଦର୍ଶନ କରି ଭକ୍ତମାନେ ଆତ୍ମିକ ଶାନ୍ତିର ଅନୁଭବ କରନ୍ତି।
ଆସ୍ଥା ଓ ଆନନ୍ଦର ସହ ଏହି ଶୁଭ ଅବସରରେ ମା’ସୁରେଶ୍ୱରୀଙ୍କ ସହିତ ମା’ଭଗବତୀ ଓ ମା’ଦୁର୍ଗାଦେବୀ ମଧ୍ୟ ବ୍ରହ୍ମଚାରିଣୀବେଶରେ ଦର୍ଶନ ଦେଇଥିବାରୁ ଭକ୍ତମାନଙ୍କ ମଧ୍ୟରେ ନାହିଁନଥିବା ଉତ୍ସାହ ଦେଖିବାକୁ ମିଳିଥିଲା। ମା’ଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ କରି ଭକ୍ତମାନେ ଅତ୍ୟନ୍ତ ପ୍ରସନ୍ନଲାଭ କରିଥିବା ହାବଭାବରୁ ମନେହେଉଥିଲା।ଏହା ସହ ମା’ଙ୍କ ଏହି ଦୁର୍ଲଭ ଦର୍ଶନ ଦ୍ୱାରା ମନରେ ସଂଯମ ଓ ସାଧନାର ପଥରେ ଚାଲିବାର ପ୍ରେରଣା  ଦେଇଥାଏ ବୋଲି ଜନ ବିଶ୍ୱାସ ରହିଛି। ସେହି ଆସ୍ଥା ଓ ବିଶ୍ଵାସରେ ସୁବର୍ଣ୍ଣପୁର ସହରଟି ଆଜି ମା’ଙ୍କ ଜୟଧ୍ୱନି ପ୍ରଦୀପର ଆଲୋକ ଓ ଭକ୍ତିର ଉତ୍ସାହରେ ଭରିଯାଇଥିଲା।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *