February 14, 2026
Home » ମାଇଁ ଛୋଟା ସ୍କୁଲ୍ ର ବାର୍ଷିକ ଉତ୍ସବ ମଧୁବନ ୨୦୨୫/୨୬ ପାଳିତ

ମାଇଁ ଛୋଟା ସ୍କୁଲ୍ ର ବାର୍ଷିକ ଉତ୍ସବ ମଧୁବନ ୨୦୨୫/୨୬ ପାଳିତ

0
WhatsApp Image 2026-02-14 at 11.47.05 AM

 

ସୁବର୍ଣ୍ଣପୁର– ସୋନପୁର ମାଇଁ ଛୋଟା ସ୍କୁଲ୍ ର ବାର୍ଷିକ ଉତ୍ସବ ମଧୁବନ ୨୦୨୫/୨୬ ମହା ସମାରୋହ ରେ ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ସୋନପୁର କଲେଜ୍ ର ଜୁଲୋଜି ବିଭାଗ ର ମୂଖ୍ୟ ପ୍ରଫେସର ଉମାକାନ୍ତ ନାଗ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କ ଚରିତ୍ର ଗଠନ ହେଲେ ଗୋଟେ ସୁସ୍ଥ ରାଷ୍ଟ୍ର ଗଠନ ରେ ସହାୟକ ହୁଏ ବୋଲି କହିଥିଲେ l ଏଥିରେ ମା ମାନଙ୍କ ଭୂମିକା ଗୁରୁତ୍ଵ ପୂର୍ଣ୍ଣ ବୋଲି କହି ଛାତ୍ର ଛାତ୍ରୀ ଙ୍କୁ ପ୍ରେରଣା ଯୋଗାଇଥିଲେ l ମୂଖ୍ୟ ବକ୍ତା ଭାବେ କଳାପଥର ସତ୍ୟବାଦୀ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷ ପ୍ରଫେସର କିଶୋର କୁମାର ସାହୁ , ସମ୍ମାନିତ ଅତିଥି ଭାବେ କାଦୋଦର ମା ଉମାଦେବି ଆଞ୍ଚଳିକ କଲେଜ୍ ର ପ୍ରଫେସର ଉଦ୍ଧବ ପଧାନ, ସ୍କୁଲ ନିର୍ଦ୍ଦେଶିକା ମଧୁସ୍ମିତା ସାହୁ, ଅଧ୍ୟକ୍ଷା ସାହିନା ବେଗମ୍ , ସଂଯୋଜକ ଅନିଲ କୁମାର ପଣ୍ଡା ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ପ୍ରେରଣା ପ୍ରଦାନ କରି ବିଭିନ୍ନ କ୍ଷେତ୍ର ରେ କୃତୀ ଅର୍ଜନ କରିଥିବା କୃତୀ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରିଥିଲେ l ଛାତ୍ର ଛାତ୍ରୀ ଙ୍କ ଦ୍ବାରା ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଉତ୍ସବ ରେ ଶତାଧିକ ଛାତ୍ର ଛାତ୍ରୀ, ଅଭିଭାବକ, ଅଭିଭାବିକା ଓ ବୁଦ୍ଧିଜୀବି ଉପସ୍ଥିତ ଥିଲେ l ସ୍କୁଲ ଚେୟାରମେନ ପ୍ରମୋଦ ମାହାଣା ଙ୍କ ତତ୍ୱା ବଧାନ ରେ ସମସ୍ତ କାର୍ଯ୍ଯ କ୍ରମ ଅନୁଷ୍ଟିତ ହୋଇଥିବା ବେଳେ ସମସ୍ତ ଟିଚର ଓ କର୍ମଚାରୀ ସହଯୋଗ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *