ମାଓବାଦୀଙ୍କ ନାମରେ ଜବରଦସ୍ତ ବଟି ଆଦାୟ କରିବା ଅଭିଯୋଗରେ ମାଲକାନଗିରି ପୋଲିସ ଦ୍ବାରା ପାଞ୍ଚ ଜଣ ନକଲି ମାଓବାଦୀ ଗିରଫ
ମାଲକାନଗିରି ଜିଲ୍ଲାରେ ଚିତ୍ରକୋଣ୍ଡା ଅଞ୍ଚଳରେ ମାଓବାଦୀ କହି ଜବରଦସ୍ତ ବଟି ଆଦାୟ କରିବା ଅଭିଯୋଗରେ ପୋଲିସ ପାଞ୍ଚ ଜଣ ନକଲି ମାଓବାଦୀଙ୍କୁ ଗିରଫ କରିଛି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଚିତ୍ରକୋଣ୍ଡା ଏସ୍ଡ଼ିପିଓ ଲଷ୍ମୀଧର ସ୍ୱାଇଁ । ନକଲି ପାଞ୍ଚ ଜଣକ ମନ ପାଙ୍ଗୀ, ଏମ ନାରାୟଣ, ଜଗୁ ହ୍ୱନ୍ତାଳ, ବିନୋଦ ଜେନା ଓ ଉମାକାନ୍ତ ମାଧଭି ମଧ୍ୟରୁ ଚିତ୍ରକୋଣ୍ଡାରୁ ତିନି ଜଣ ଓ ପଦ୍ମଗିରିର ଦୁଇ ଯୁବକ ଗିରଫ କରି ପୋଲିସ ସେମାନଙ୍କ ନିକଟରୁ ବନ୍ଧୁକ, ମାଓବାଦୀ ଚିଠି ଏବଂ ତିନୋଟି ମୋବାଇଲ୍ ଫୋନ୍ ଜବତ କରି କୋର୍ଟ ଚାଲଣ କରିଛି।
ଚିତ୍ରକୋଣ୍ଡା ଏସ୍ଡ଼ିପିଓ ଲଷ୍ମୀଧର ସ୍ୱାଇଁ ସୂଚନା ମୁତାବକ ବଡ଼ପଦର ପଞ୍ଚାୟତ ନାୟବ ସରପଞ୍ଚ ଭକତରାମ ସୀସା ଡିସେମ୍ବର ୦୩ ତାରିଖରେ ଦୁହିଁ ନକଲି ମାଓବାଦୀଙ୍କ ବିରୁଧରେ ଏକ ଲିଖିତ ଅଭିଯୋଗ ଦେଇଥିଲେ । ଅଭିଯୋଗକୁ ଆଧାର କରି ତଦନ୍ତ ସମୟରେ ଉକ୍ତ ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ।
ସୂଚନା ଅନୁଯାୟୀ ବଡ଼ପଦର ପଞ୍ଚାୟତରେ ୧୦ ଲକ୍ଷ୍ୟ ଉର୍ଦ୍ଧ୍ବ ଟଙ୍କାର ବିଭିନ୍ନ ସରକାରୀ ଠିକା କାର୍ଯ୍ୟକୁ ବଡ଼ପଦର ପଞ୍ଚାୟତର ପୂର୍ବତନ ନାୟବ ସରପଞ୍ଚ ଜଗୁ ହ୍ୱନ୍ତାଳ ଓ ପଣସଗନ୍ଧିର ଏମ ନାରାୟଣ ଦୁହେଁ ମିଶି କରୁଥିବା କାମକୁ ରଡ଼, ସିମେଣ୍ଟ ଯୋଗଉ ଥିଲେ ଚିତ୍ରକୋଣ୍ଡାର ହରିବନ୍ଧୁ ଗତନ । ଜଗଉଥିବ ମେଟେରିଆଲ ଟଙ୍କା ମାଗିବାରୁ ହରିବନ୍ଧୁ ଗତନଙ୍କ ଉପରେ ଖରାପ ନଜର ରଖିଥିଲେ ଉକ୍ତ ଠିକାଦାର ଦୁହେଁ । ଅପର ପକ୍ଷରେ ନିମ୍ନମାନର କାମ ହୋଇଥିବାରୁ ବଡ଼ପଦରର ନାୟବ ସରପଞ୍ଚ ଭକତରାମ ସୀସା ଚିତ୍ରକୋଣ୍ଡା ବ୍ଲକରେ ଅଭିଯୋଗ କରିଥିଲେ। ସେହିପରି ବଡ଼ପଦର ପଞ୍ଚାୟତ ବାଙ୍ଗୁରୁପଡ଼ା ଗ୍ରାମର ପୂର୍ବତନ ୱାର୍ଡମେମ୍ବର ଲକିନାଥ ପାଙ୍ଗୀ ଓ ଅଭିଯୁକ୍ତ ମନ ପାଙ୍ଗିଙ୍କ ମଧ୍ୟରେ ପାଞ୍ଚ ଏକର ଜମିକୁ ନେଇ ବିବାଦ ରହି ଆସୁଥିଲା । ଜଗୁ ହନ୍ତାଲ ସହ ଏମ ନାରାୟଣ, ମନ ପାଙ୍ଗୀଙ୍କ ସହ ବନ୍ଧୁତା ରହିଥିଲା । ମନ ପାଙ୍ଗୀ ମୁଖ୍ୟତଃ ଉକ୍ତ ଦୁଇଟି ଘଟଣାକୁ ନଜର ରଖି ଯୋଜନାବଦ୍ଧ ଭାବରେ ଭକତରାମ ସୀସା,ହରିବନ୍ଧୁ ଗତନଙ୍କୁ ଡରାଇବାକୁ ମାଲକାନଗିରି ପଦ୍ମଗିରି ଅଞ୍ଚଳର ଦୁଇଜଣଙ୍କୁ ଆଣି ନକ୍ସଲ ବେଶରେ ଜଗୁ ହ୍ୱନ୍ତାଳଙ୍କ ଘରେ ରଖି ଚିଠି ଲେଖି ଭକତରାମ ସୀସା,ହରିବନ୍ଧୁ ଗତନଙ୍କୁ ଡକାଇ ବିଲ ନ ହେବା ପର୍ଯ୍ୟନ୍ତ ଟଙ୍କା ନ ମାଗିବାକୁ ବନ୍ଧୁକ ମୁନ ଦେଖାଇ ଧମକ ଦେବା ସହ ପାଖରେ ଯାହା ଅଛି ଦେଇଦେବକୁ କହିଥିଲେ । ପନ୍ଦର ଦିନ ପରେ ପୁଣି ଆସି ନକ୍ସଲ ସଂଗଠନକୁ ପଚାଶ ହଜାର ଟଙ୍କା ମାଗିଥିଲେ । ନଦେଲେ ପ୍ରଜକୋର୍ଟ ରେ ଦଣ୍ଡିତ କରା ଯିବା ବୋଲି ଧମକ ଦେଇଥିଲେ । କିନ୍ତୁ,ଭକତରାମ ସୀସାଙ୍କୁ ଉକତ ନକଲି ମାଓବାଦୀଙ୍କ ଆଚରଣରେ ସନ୍ଦେହ ହୋଇ ଥାନାରେ ଲିଖିତ ଅଭିଯୋଗ ପରେ ସମସ୍ତ ପାଞ୍ଚ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ମାଲକାନଗିରିର ଡିଏସପି ଲକ୍ଷ୍ମୀଧର ସ୍ୱାଇଁ ସୂଚନା ଦେଇଛନ୍ତି।
ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ