February 10, 2026
Home » ମାଗଣା ଦର୍ଶନ ସେବା ରଥ ଓ ବିଶୁଦ୍ଧ ଥଣ୍ଡା ୱାଟର ଫିଲ୍ଟଟର ର ଶୁଭ ଉଦ୍ଘାଟନ କଲେ ବିଧାୟକ।

ମାଗଣା ଦର୍ଶନ ସେବା ରଥ ଓ ବିଶୁଦ୍ଧ ଥଣ୍ଡା ୱାଟର ଫିଲ୍ଟଟର ର ଶୁଭ ଉଦ୍ଘାଟନ କଲେ ବିଧାୟକ।

0
WhatsApp Image 2025-04-09 at 11.47.28 AM

ବ୍ରହ୍ମପୁର: ବିଶ୍ବ ପ୍ରସିଦ୍ଧ ମା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଅବସରରେ ମାନ୍ୟବର ବ୍ରହ୍ମପୁର ବିଧାୟକ କେ ଅନିଲ କୁମାରଙ୍କ ତରଫରୁ ବରିଷ୍ଠ ନାଗରିକ ତଥା ଭିନ୍ନକ୍ଷମ ମାନଙ୍କ ପାଇଁ ମାଗଣାରେ ମାଁ ବୁଢୀ ଠାକୁରାଣୀଙ୍କୁ ଅସ୍ଥାୟୀ ମଣ୍ଡପରେ ଦର୍ଶନ କରିବା ଉଦ୍ଦେଶ୍ୟରେ ୫ଟି ସେବାରଥ ବା ବ୍ୟାଟେରି ଚାଳିତ ଅଟୋର ଶୁଭାରମ୍ଭକରାଯାଇ ଅଛି ।

ସୂଚନା ଅନୁସାରେ ଉକ୍ତ ଗାଡି ସେବାର ସୁବିଧା ମହାନଗର ନିଗମ କାର୍ଯ୍ୟାଳୟ ନିକଟସୁ ସିଟି ହାଇସ୍କୁଲ ଖେଳ ପଡିଆ, ହରିଡାଖଣ୍ଡି ଅଞ୍ଚଳ ସ୍ଥିତ ବାଲୁଙ୍କେଶ୍ବର ଶିବ ମନ୍ଦିର ଛକ, ଆସ୍କା ରୋଡ଼ କର୍ପୋରେସନ ରୋଡ଼ ଏବଂ ବିନାୟକ ଆଚାର୍ଯ୍ୟ ବାଳକ ସରକାରୀ ଉଚ୍ଚ ବିଦ୍ୟାଳୟ ଛକ ସହ ସ୍ଥାନୀୟ ଗାନ୍ଧୀ ପାର୍କ ରୋଡ଼ ସ୍ଥିତ ରାମଲିଙ୍ଗେଶ୍ବର ପାର୍କ ଛକ ଠାରେ ଏହି ସେବା ରଥର ଉପଲବ୍ଧ ହୋଇପାରିବ ବୋଲି ବିଧାୟକ ଶ୍ରୀ ଅନିଲ କୁମାର କହିଛନ୍ତି ।

ଏହାସହ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ମା ବୁଢ଼ୀ ଠାକୁରାଣୀ ଯାତ୍ରା, ଓ ଦଣ୍ଡ ଯାତ୍ରା କୁ ଆଖି ଆଗରେ ରଖି ମଙ୍ଗଳବାର ଦିନ ବିଧାୟକଙ୍କ ପାଣ୍ଠିରୁ କୋଡ଼ିଏ ଲକ୍ଷ୍ୟ ବ୍ୟୟ ଅଟକଳରେ ତିନି ଗୋଟି ଥଣ୍ଡା ୱାଟର ଫିଲ୍ମର ଯଥା କ୍ରମେ ଦେଶୀ ବେହେରା ସାହି ଛକ, ଆଗା ସାହି ଛକ ଏବଂ ସାନ ବଜାର ଛକ ଠାରେ ମାନ୍ୟବର ବିଧାୟକ କେ ଅନିଲ କୁମାରଙ୍କ କର କମଳରେ ଶୁଭ ଉଦଘାଟନ ହୋଇ ଯାଇଅଛି ଓ ଦିନେ ଦୁଇ ଦିନ ମଧ୍ୟରେ ଆଉ ଚାରୋଟି ଫିଲ୍ଟର କାର୍ଯ୍ଯ କ୍ଷମ ହେବ ବୋଲି ଜଣା ଯାଇଛି।

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *