February 5, 2026
Home » ମାତା ଭଗବତୀ ଦେବୀ ଶର୍ମାଙ୍କ ଜନ୍ମ ଶତବାର୍ଷିକୀ ଏବଂ ଅଖଣ୍ଡ ଦୀପ ଶତବାର୍ଷିକୀ ଉତ୍ସବରେ ଯୋଗ ଦେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ମାତା ଭଗବତୀ ଦେବୀ ଶର୍ମାଙ୍କ ଜନ୍ମ ଶତବାର୍ଷିକୀ ଏବଂ ଅଖଣ୍ଡ ଦୀପ ଶତବାର୍ଷିକୀ ଉତ୍ସବରେ ଯୋଗ ଦେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

0
WhatsApp Image 2026-01-23 at 3.13.29 PM

 

ମାତା ଭଗବତୀ ଦେବୀ ଶର୍ମାଙ୍କ ଜନ୍ମ ଶତବାର୍ଷିକୀ ଏବଂ ଅଖଣ୍ଡ ଦୀପ ଶତବାର୍ଷିକୀ ଉତ୍ସବରେ ଯୋଗ ଦେବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜାନୁଆରୀ ୨୨, ୨୦୨୬ରେ ହରିଦ୍ୱାରର ଶାନ୍ତିକୁଞ୍ଜ ଓ ବୈରାଗୀ ଦ୍ୱୀପରେ ଗସ୍ତ କରିଥିଲେ। ସେ ମଧ୍ୟାହ୍ନ ୧୧.୪୦ ରେ ଶାନ୍ତିକୁଞ୍ଜ ପହଞ୍ଚି ଅଖଣ୍ଡ ଜ୍ୟୋତିରେ ପୂଜା କରିବା ପରେ ପ୍ରଣବ ପାଣ୍ଡ୍ୟା ଓ ଶୈଲା ଜିଜିଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରିବା ସହ ବିଭୂତି ସ୍ବୀକାର କରିବା ପରେ ବୈରାଗୀରେ ଗାୟତ୍ରୀ ପରିବାରର ଶତବାର୍ଷିକୀ ଉତ୍ସବରେ ଅଂଶଗ୍ରହଣ କରିଥିଲେ । ଗୃହମନ୍ତ୍ରୀ ହରିଦ୍ୱାରର ବୈରାଗୀ ଦ୍ୱୀପରେ ଆୟୋଜିତ ପୂଜ୍ୟ ମାତା ଭଗବତୀ ଦେବୀ ଶର୍ମାଙ୍କ ଜନ୍ମ ଶତବାର୍ଷିକୀ ଏବଂ ଅଖଣ୍ଡ ଦୀପ ଶତବାର୍ଷିକୀ ପାଳନର ଏକ ବିଶାଳ ସାର୍ବଜନୀନ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଥିଲେ। ହରିଦ୍ୱାରରେ ଗାୟତ୍ରୀ ପରିବାରର ଶତବାର୍ଷିକୀ ପାଳନରେ ନିଜ ଉଦବୋଧନରେ ଗୃହମନ୍ତ୍ରୀ ସମଗ୍ର ବିଶ୍ୱରେ ସାମାଜିକ ସଂସ୍କାର ଏବଂ ଆଧ୍ୟାତ୍ମିକ ଜାଗରଣରେ ସମାଜ, ସଂସ୍କୃତି ଏବଂ ରାଷ୍ଟ୍ର ନିର୍ମାଣରେ ଗାୟତ୍ରୀ ପରିବାର ସଂଗଠନର ସ୍ଥାୟୀ ଅବଦାନକୁ ପ୍ରଶଂସା କରିଥିଲେ। ,ସେ ସନାତନ ଧର୍ମ ମଧ୍ୟରେ ସାମାଜିକ କୁପ୍ରଥା ଦୂର କରିବା ଏବଂ ଆଧ୍ୟାତ୍ମିକତାକୁ ସାମାଜିକ ପ୍ରସଙ୍ଗ ସହିତ ସଂଯୋଜିତ କରିବା ପାଇଁ ଆଚାର୍ଯ୍ୟ ଶ୍ରୀ ରାମ ଶର୍ମାଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ, ମାନବତା କଲ୍ୟାଣ ପାଇଁ ତାଙ୍କ ବାର୍ତ୍ତା””ଆମେ ବଦଳିବୁ, ଯୁଗ ବଦଳିବ”..ଆମେ ସୁଧିରିବୁ..ଯୁଗ ସୁଧୁରିବ” କୁ ଗୁରୁତ୍ୱ ଦେଇଥିଲେ। ଶ୍ରୀ ଶାହ ଜାତୀୟ ସେବା ଏବଂ ମାନବ କଲ୍ୟାଣକୁ ପ୍ରୋତ୍ସାହିତ କରିବାରେ ଗାୟତ୍ରୀ ମନ୍ତ୍ରର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ କହିଥିଲେ ଯେ ଗୁରୁଜୀ ପଣ୍ଡିତ ଶ୍ରୀ ରାମ ଚନ୍ଦ୍ର ଶର୍ମା ପ୍ରଥମ ବ୍ୟକ୍ତି ଥିଲେ ଯିଏ ମହିଳାମାନଙ୍କୁ ଗାୟତ୍ରୀ ମନ୍ତ୍ର ଜପ କରିବାକୁ ଏବଂ ଯୌତୁକମୁକ୍ତ ଗଣ ବିବାହ ଆରମ୍ଭ କରିଥିଲେ। ସେ ଗତ ଦଶନ୍ଧି ମଧ୍ୟରେ ଭାରତର କାର୍ଯ୍ୟ ସଂସ୍କୃତିରେ ହୋଇଥିବା ସକାରାତ୍ମକ ପରିବର୍ତ୍ତନ ଉପରେ ମତାମତ ଦେଇଥିଲେ ଏବଂ ଯୁବପିଢ଼ିଙ୍କୁ ସମାଜ ସେବା ମାଧ୍ୟମରେ ଆତ୍ମ-ଉନ୍ନତି ଉପରେ ଧ୍ୟାନ ଦେବାକୁ ଆହ୍ୱାନ କରିଥିଲେ।ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି କହିଛନ୍ତି ଯେ ଗାୟତ୍ରୀ ମନ୍ତ୍ର ମାଧ୍ୟମରେ ପଣ୍ଡିତ ଶର୍ମା ତାଙ୍କ ସାଧନା ଓ ଦୃଢ଼ ପ୍ରଚେଷ୍ଟା ବଳରେ ବିଶ୍ୱବ୍ୟାପୀ ୮୦ଟି ଦେଶରେ ୧୫ କୋଟିରୁ ଅଧିକ ପରିବାରକୁ ଯୋଡ଼ିପାରିଛନ୍ତି , ଭଲ ମୂଲ୍ୟବୋଧ ଏବଂ ଆଧ୍ୟାତ୍ମିକ ସଚେତନତାକୁ ପ୍ରୋତ୍ସାହିତ କରିପାରିଛନ୍ତି। ସେ ବିଶ୍ୱବ୍ୟାପୀ ସନାତନ ସଂସ୍କୃତିକୁ ପ୍ରସାର କରିବା ପାଇଁ ପ୍ରୟାସ କରିବାକୁ ଆହ୍ୱାନ କରିଥିଲେ। ଗାୟତ୍ରୀ ପରିବାରର ଡକ୍ଟର ଚିନ୍ମୟ ପାଣ୍ଡ୍ୟା କହିଛନ୍ତି ଯେ ପ୍ରାଚୀନ ଗ୍ରନ୍ଥ ଦ୍ୱାରା ଅନୁପ୍ରାଣିତ ସେମାନଙ୍କର ଆଭିମୁଖ୍ୟ ଆଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ସାମାଜିକ ଉନ୍ନତି ଏବଂ ଶିକ୍ଷା ଉପରେ ଧ୍ୟାନ କେନ୍ଦ୍ରିତ କରିପାରିବ। ଉକ୍ତ ସମାବେଶ ଆଧ୍ୟାତ୍ମିକତା ଏବଂ ସାଂସ୍କୃତିକ ପୁନରୁଦ୍ଧାର ପ୍ରତି ସାମୂହିକ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥିଲା। ଏହି କାର୍ଯ୍ୟକ୍ରମରେ ଅନେକ ପ୍ରମୁଖ ବ୍ୟକ୍ତିତ୍ୱ ଏବଂ ଗାୟତ୍ରୀ ଭକ୍ତ ଯୋଗ ଦେଇଥିଲେ, ଯେଉଁମାନେ ଗାୟତ୍ରୀ ଆନ୍ଦୋଳନର ଆଧ୍ୟାତ୍ମିକ ଏବଂ ସାମାଜିକ ପ୍ରଭାବ ଉପରେ ଗୁରୁତ୍ୱାରୋପ କରିଥିଲେ।ଏଥି ସହ, ଅମିତ ଶାହ ମହର୍ଷି ଦୟାନନ୍ଦ ଗ୍ରାମରେ ପତଞ୍ଜଳି ଜରୁରୀକାଳୀନ ଏବଂ କ୍ରିଟିକାଲ୍ କେୟାର ହସ୍ପିଟାଲର ଉଦଘାଟନ କରିଥିଲେ, ଯାହା ଏହି ଅଞ୍ଚଳରେ ସ୍ୱାସ୍ଥ୍ୟସେବା ସେବାକୁ ଉନ୍ନତ କରିବ। ଗୃହମନ୍ତ୍ରୀଙ୍କ ଗସ୍ତ ସମୟରେ ହିମାଚଳ ପ୍ରଦେଶର ରାଜ୍ୟପାଳ ଏବଂ ବିଜେପି ରାଜ୍ୟ ସଭାପତି ,କେନ୍ଦ୍ର ପରିବହନ ମନ୍ତ୍ରୀ, ଆରଏସଏସର ଆଞ୍ଚଳିକ ଅଧ୍ୟକ୍ଷା, ଶ୍ରୀ ଚିନ୍ମୟ ପାଣ୍ଡ୍ୟାଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ମଞ୍ଚାସିନ ଥିଲେ।

ରିପୋର୍ଟ: ଇଷ୍ଟର୍ନ ପ୍ରେସ ଏଜେନ୍ସୀ

Leave a Reply

Your email address will not be published. Required fields are marked *