ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ମୋହନ ଚରଣ ମାଝିଙ୍କ ଦ୍ଵାରା ଉଦଘାଟିତ ହେବ ଚଇତି ମହୋତ୍ସବ ୨୦୨୪
ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ମୋହନ ଚରଣ ମାଝିଙ୍କ ଦ୍ଵାରା ଉଦଘାଟିତ ହେବ ଚଳିତ ବର୍ଷ ଚଇତି ମହୋତ୍ସବ ୨୦୨୪ । ଚଳିତ ବର୍ଷ ଚଇତି ଲୋକ ମହୋତ୍ସବର ୨୦୨୪ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ପାଇଁ ଓଡ଼ିଶା ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝିଙ୍କୁ ରାୟଗଡ଼ା ଜିଲ୍ଲାପାଳ ପାରୁଲ ପଟୱାରିଙ୍କ ସମେତ ବିଜେପି ରାୟଗଡା ଜିଲ୍ଲା ସଭାପତି ଶିବ ପଟ୍ଟନାୟକ, କୋରାପୁଟ ଲୋକସଭା ସାଂସଦ ପ୍ରାର୍ଥୀ କାଳିରାମ ମାଝି, କୋରାପୁଟ ବିଧାୟକ ରଘୁରାମ ମାଛ, ରମେଶ ଖୋସଲାଙ୍କ ସମେତ ଯାଇ ନିମନ୍ତ୍ରଣ ପ୍ରଦାନ କରିଥିବା ଜଣାପଡିଛି। ନିମନ୍ତ୍ରଣ ପାଇ ଖୁସିବ୍ୟକ୍ତ କରିବା ସହ ଚଇତି ୨୦୨୪ ଭଦଘାଟନୀ ଉତ୍ସବରେ ଯୋଗ ଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ରାୟଗଡ଼ା ଜିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଇ ଡାକିବା ସମୟରେ ନିମନ୍ତ୍ରଣପତ୍ର, ସ୍ମାରକୀ ଏବଂ ଢଙ୍ଗରିଆ ଶାଲ କପଡ଼ା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଉପଢୌକନ ପ୍ରଦାନ କରିଥିଲେ ।
ଏଥିସହ ଉପ ମୁଖ୍ୟ ମନ୍ତ୍ରୀ ଶ୍ରୀ ମତି ପ୍ରଭାତୀ ପରିଡା ଓ କେ ବି ସିଂ ଦେଓ ଏବଂ ମାନ୍ୟବର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଶିଳ୍ପ ମନ୍ତ୍ରୀ ବିଭୂତି ଜେନା, ରବି ନାୟକ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ଯାନନ୍ଦ ଗଣ୍ଡ, କ୍ରୀଡ଼ା ମନ୍ତ୍ରୀ ସୂରଜ ସୁର୍ଯ୍ୟ ବଂଶି,ପଞ୍ଚାୟତିରାଜ ବିଭାଗୀୟ ମନ୍ତ୍ରୀ ରବି ନାରାୟଣ ନାୟକ ପ୍ରମୁଖ ଅତିଥି ଭାବେ ମହୋତ୍ସବରେ ଉପସ୍ଥିତ ରହିବେ ବୋଲି ଜିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ ସୂଚନା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀଗଣ ସହ ଅନେକ ମନ୍ତ୍ରୀଙ୍କ ଚଇତି ୨୦୨୪ କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ଜିଲ୍ଲା ପ୍ରଶାସନ ତତ୍ପରତା ସହ ସଜବାଜ ହେଇଥିବା ବେଳେ ମୁଖ୍ୟମନ୍ତ୍ରୀ ହେବା ପରେ ଶ୍ରୀ ମାଝୀଙ୍କ ରାୟଗଡ଼ା ଜିଲ୍ଲା ପ୍ରଥମ ଗସ୍ତ ହୋଇଥିବାରୁ ଜିଲ୍ଲା ବିଜେପି ମଧ୍ୟରେ ଉତ୍ସାହର ସହ ନିଜକୁ ସଜ କରୁଛନ୍ତି ।
ରିପୋର୍ଟ:ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
