ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଇନପୁଟ୍ ସହାୟତା ଲାଇଭ କାର୍ଯ୍ୟକ୍ରମ ଅନୁଷ୍ଠିତ “ଚାଷୀ କ୍ୱିଣ୍ଟାଲ ପ୍ରତି ଟ.୩୧୦୦/-ଙ୍କା ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ ପାଇବେ”

ଚାଷୀଙ୍କୁ ଧାନ ବିକ୍ରି ଇନପୁଟ୍ ସହାୟତା ଲାଇଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସ୍ଥାନୀୟ ଜିସିଡ଼ି ପଡ଼ିଆ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହଜାର ସଂଖ୍ୟାରେ ଚାଷୀ ଯୋଗଦାନ କରି ବରଗଡ଼ ଜିଲା ସୋହେଲା ଠାରେ ମୁଖ୍ୟମନ୍ତ୍ରୀଙ୍କ ଲାଇଭ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଚଳିତ ବର୍ଷ ଧାନ କ୍ୱିଂଟାଲ ପିଛା ଚାଷୀ ୩୧୦୦ ଟଙ୍କା ପାଇବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଥିଲେ ।
୨୩୦୦ ଟଙ୍କା ଧାନର ସହାୟକ ମୂଲ୍ୟ ହୋଇଥିବା ବେଳେ ୮୦୦ ଟଙ୍କା ଇନପୁଟ ସବସିଡ଼ ରହିଛି । ଉକ୍ତ ଇନପୁଟ ସବସିଡ଼ ଚାଷୀଙ୍କ ପାଇଁ ବେଶ୍ ସହାୟକ ହେବ ବୋଲି ଅନେକ କୃଷକ ନେତା ଆଜି କାର୍ଯ୍ୟକ୍ରମରେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ପାରୁଲ ପଟାୱରି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜିଲା ମୁଖ୍ୟ କୃଷି ଅଧିକାରୀ ବିଷ୍ଣୁ ପ୍ରସାଦ କର, ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ଦାଶରଥି ସୋରେନ୍, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ କସ୍ତୁରି ସନ୍ୟାସି ରାଜୁ ଓ ଡିଆରସିଏସ ସୀତାପତି କରୁଣାକର ମାଝି ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଜିଲାର ସମସ୍ତ ୧୧ବ୍ଳକରୁ ହଜାର ସଂଖ୍ୟରେ ଚାଷୀ ସାମିଲ ହୋଇଥିଲେ ।