March 20, 2026
Home » ମାର୍ଚ୍ଚ ୨୦ ତାରିଖ ବିଶ୍ୱବ୍ୟାପୀ ‘ପଖାଳ ଦିବସ’

ମାର୍ଚ୍ଚ ୨୦ ତାରିଖ ବିଶ୍ୱବ୍ୟାପୀ ‘ପଖାଳ ଦିବସ’

0
Screenshot 2026-03-20 144101

ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱବ୍ୟାପୀ ଓଡ଼ିଆମାନେ ‘ପଖାଳ ଦିବସ’ ଭାବେ ପାଳନ କରନ୍ତି। ପଖାଳ କେବଳ ଏକ ଖାଦ୍ୟ ନୁହେଁ, ବରଂ ଏହା ଓଡ଼ିଆ ଅସ୍ମିତା, ସଂସ୍କୃତି ଏବଂ ପରମ୍ପରାର ଏକ ଅଭିନ୍ନ ଅଙ୍ଗ। ତେବେ ଓଡ଼ିଆ ଙ୍କ ପାରମ୍ପରିକ ପଖାଳ କୁ ନେଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପଖାଳ ଦିବସ କୁ ଆଡ଼ମ୍ବର ସହକାରେ ପାଳନ କରାଯାଉଛି। ଏହି ପଖାଳ ଦିବସ ଏବେ ଏକ ଭାଇ ଚାରାର ପର୍ବ ଭାବେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳନ ହେଉଛୁ। ତେଣେ ପଖାଳ ଦିବସ ଅବସର ରେ ପ୍ରତ୍ୟେକ ଓଡ଼ିଆ ଙ୍କୁ ଶୁଭକାମନା ଦେବା ପାଇଁ ପୁରୀ ରେ ପାଳନ ହୋଇଛି ପଖାଳ ଦିବସ। ପୁରୀ ଆଜି ସାମାଜିକ ସଂଗଠନ ଉର୍ଜାବାନ ଓଡ଼ିଶା ଟ୍ରଷ୍ଟ ପକ୍ଷରୁ ପଖାଳ ଦିବସ କୁ ଆଡ଼ମ୍ବର ସହକାରେ ପାଳନ କରାଯାଉଛି। ପୁରୀ ସହର ଅନେକ ଯୁବକ, ସମାଜସେବୀ, ଲୋକ ପ୍ରତିନିଧି ଏକାଠି ହୋଇ ପଖାଳ ଦିବସ ପାଳନ କରିଛନ୍ତି। ପଖାଳ ଦିବସ କୁ ସ୍ମରଣୀୟ କରିବା ପାଇଁ ଦହି ପଖାଳ ସହିତ ପାରମ୍ପରିକ ବ୍ୟଞ୍ଜନ ଆଳୁ ଭର୍ତା, ଭଜା, ବଡିଚୁରା, ଭଜା ମାଛ, ଚିଙ୍ଗୁଡ଼ି ଛେଚା ଭଳି ଏକାଧିକ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ ହୋଇଥିଲା। ଯାହାକି ଖାଇ ଆତ୍ମତୃପି ପାଇଥିଲେ ସମସ୍ତେ।

ବିଭିନ୍ନ ପ୍ରକାର ପଖାଳ ରହିଛି।
ସଜ ପଖାଳ: ଯାହା ଭାତରେ ପାଣି ଦେଇ ତତ୍କାଳ ପ୍ରସ୍ତୁତ କରାଯାଏ।
ବାସି ପଖାଳ: ଭାତରେ ପାଣି ଦେଇ ରାତିସାରା ରଖାଯାଇଥିବା ପଖାଳ।
ଦହି ପଖାଳ: ପଖାଳରେ ଦହି, ଭୃସଙ୍ଗ ପତ୍ର, ଅଦା ଏବଂ କଞ୍ଚାଲଙ୍କା ଦେଇ ପ୍ରସ୍ତୁତ ହୋଇଥାଏ ସୁଆଦିଆ ଦହି ପଖାଳ।
ଚୁପୁଡ଼ା ପଖାଳ: ପାଣିରୁ ଭାତକୁ ଚୁପୁଡ଼ି ବାହାର କରି ଦହି ଓ ଅନ୍ୟ ମସଲା ମିଶାଯାଇଥାଏ। ପଖାଳ ସାଙ୍ଗକୁ ‘ସାଇଡ୍ ଆଇଟମ’ ପଖାଳର ଅସଲ ମଜା ବୃଦ୍ଧି କରିଥାଏ। ପଖାଳ ସାଙ୍ଗରେ ଥିବା ଚଟଣି, ଭଜାର , ବଡ଼ି ଚୁରା ,
ଶାଗ ଭଜା, ଆଳୁ ଭରତା , ବାଇଗଣ ମାଛ ଭଜା , ଶୁଖୁଆ ,
କାକୁଡ଼ି, ପିଆଜ ଓ କଞ୍ଚାଲଙ୍କା ପଖାଳ ରୁ ସ୍ଵାଦ କୁ ଦ୍ଵି ଗୁଣିତ କରିଥାଏ। ତେବେ
ପଖାଳ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆଧୁନିକ ଯୁଗରେ ଆମର ପାରମ୍ପରିକ ଖାଦ୍ୟକୁ ବିଶ୍ୱ ଦରବାରରେ ପରିଚିତ କରାଇବା ଏବଂ ଗ୍ରୀଷ୍ମ ଋତୁରେ ଏହାର ଉପକାରିତା ବିଷୟରେ ସମସ୍ତଙ୍କୁ ଜଣାଇବା।

ବୁଦ୍ଧିଜୀବି ଶ୍ୟାମ ପ୍ରକାଶ ସେନାପତି ନିଜ ପ୍ରତିକ୍ରିୟାରେ କୁହନ୍ତି, ପଖାଳ ଦିବସ ପାଳନ ଆମ ପିଲା ଦିନର ଗାଁ ସ୍ମୃତି ମନେପକାଇ ଦେଉଛି। ଆମ ଜେଜେ ମା, ଜେଜେ ବାପା ଆମ ପିଲାଦିନେ ଆମକୁ ପଖାଳ ସହିତ ବଡିଚୁରା ସମେତ ଅନେକ ସ୍ୱାଦିଷ୍ଟ ବ୍ୟଞ୍ଜନ କରି ଖାଇବାକୁ ଦେଉଥିଲେ। ତେବେ ସେହି ପଖାଳ ଏବେ ସାରା ବିଶ୍ଵ ରେ ପଖାଳ ଦିବସ ଭାବେ ପାଳନ ହେଉଛି ତାହା ଆମକୁ ବହୁତ୍ ଖୁସି ଓ ଗର୍ବ ଅନୁଭବ ମିଳୁଛି। ଆମ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କ ନିକଟ ରେ ମଧ୍ୟ ପଖାଳ ଭୋଗ ହୋଇଥାଏ। ଏଣୁ ପଖାଳ ଆମ ଓଡ଼ିଆ ସଂସ୍କୃତି ର ଅଭିନ୍ନ ଅଙ୍ଗ। ଆମ ପାରମ୍ପରିକ ପଖାଳ ଏବେ ବଡ ବଡ ହୋଟେଲ ରେ ସ୍ଥାନ ପାଇଛି। ଏହାକୁ ଦେଶ ବିଦେଶ ର ଲୋକ ମାନେ ବହୁତ୍ ପସନ୍ଦ କରୁଛନ୍ତି। ପଖାଳ ଖାଇଲେ ପେଟ ଥଣ୍ଡା ସହିତ ମନ ପ୍ରଫୁଲ୍ଲ ରହିଥାଏ। ଏହା ଦେହ କୁ ହିତ ବୋଲି ଅନେକ ଡାକ୍ତର ମଧ୍ୟ କହିଛନ୍ତି। ପଖାଳ କୁ ଗୀତ ମଧ୍ୟ ରହିଛି। ଗରିବ ହେଉକି ଧନି ପଖାଳ ସମସ୍ତଙ୍କ ପ୍ରିୟ।

ଉର୍ଜାବାନ ଓଡ଼ିଶା ଟ୍ରଷ୍ଟ ର କର୍ମକର୍ତ୍ତା ତଥା ଯୁବ ସମାଜସେବୀ ନିହାରିକା ତ୍ରୀପାଠୀ ନିଜ ପ୍ରତିକ୍ରିୟାରେ କୁହନ୍ତି, ମୁଁ ପଖାଳ ଦିବସ ଅବସରରେ ସାରା ଓଡ଼ିଶା ବାସୀ ଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଦେଉଚି। ଆମ ଉର୍ଜାବାନ ଓଡ଼ିଶା ଟ୍ରଷ୍ଟ ପକ୍ଷରୁ ବିଗତ ୬ବର୍ଷ ହେବ ପଖାଳ ଦିବସ ପାଳନ କରାଯାଉଛି। ମହାପ୍ରଭୂ ଙ୍କ ଧାମ ହେଉଛି ଭାଇଚାରା ର ସହର। ଆମେ ପଖାଳ ଦିବସ ଅବସରରେ ଭାଇଚାରା କୁ ବଜାୟ ରଖିବାକୁ ପଖାଳ ଦିବସ ପାଳନ କରୁଛୁ। ଏହାକୁ ଆୟୋଜନ କରାଗଲେ ଏକ ଆନନ୍ଦ ମିଳିଥାଏ। ଆଜି ଆମେ ଦହି ପଖାଳ ସହିତ ବହୁତ୍ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରିଥିଲୁ। ପଖାଳ ହେଉଛି ଆମ ଓଡ଼ିଆ ଙ୍କ ପ୍ରମୁଖ ଖାଦ୍ୟ। ସେହି ପଖାଳ ଏବେ ସାରା ବିଶ୍ଵ ରେ ପଖାଳ ଦିବସ ଭାବେ ପାଳନ ହେବା ଆମ ପାଇଁ ବହୁତ୍ ଗର୍ବର ବିଷୟ। ଆମେ ପଖାଳ ଦିବସ ପାଳନ ନେଇ ଲୋକ ଙ୍କୁ ସଚେତନ କରାଇବା ସହ ଭାଇଚାରା କିଭଳି ଆମ ଭିତରେ ବଜାୟ ରହିବ ତାହା ଆମର ପଖାଳ ଦିବସ ପାଳନ ର ମୁଖ୍ୟ ଉଦ୍ଦେଶ୍ୟ।

Leave a Reply

Your email address will not be published. Required fields are marked *