November 19, 2025
Home » ମାଲକାନଗିରି ଜିଲ୍ଲାରେ ୨ ଲକ୍ଷ ୨୨ ହଜାର ହିତାଧିକାରୀ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଉପକୃତ ହେବେ

ମାଲକାନଗିରି ଜିଲ୍ଲାରେ ୨ ଲକ୍ଷ ୨୨ ହଜାର ହିତାଧିକାରୀ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଉପକୃତ ହେବେ

0
WhatsApp Image 2025-04-11 at 8.07.19 PM

ମାଲକାନଗିରି ଜିଲ୍ଲାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ ହୋଇଥିବା ବେଳେ ମାଲକାନଗିରି ବିଧାୟକ ନରସିଂହ ମାଡକାମି ପଦ୍ମଗିରି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଶୁଭାରମ୍ଭ କରିଥିବା ବେଳେ ଓ ମାଲକାନଗିରି ସଦର ବ୍ଲକ କଟେଲିଗୁଡା ଏୟାରଷ୍ଟ୍ରିପ୍ ନିକଟରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଶୁଭାରମ୍ବ କରିଛନ୍ତିା ସେହିପରି ପାଙ୍ଗାମ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ଗୋବିନ୍ଦପାଲ୍ଲୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୁଖ୍ୟ କା ର୍ଯ୍ୟ ନିର୍ୱାହୀ ଅଧିକାରୀ, ତଥା ଜିଲ୍ଲା ପରିଷଦ ନିର୍ୱାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର, ମୁଦୁଲିପଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏମ୍‌. ଜଗନ୍ନାଥ ରାଓ, ଚିତ୍ରକୋଣ୍ଡା ବ୍ଲକ ଜାନବାଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜିଲ୍ଲା ପରିଷଦ ଅଧ୍ୟ କ୍ଷା ସମାରି ତାଙ୍ଗୁଲ ଶୁଭାରମ୍ଭ କରିଛନ୍ତିା ସେହିପରି କାଲିମେଳା ବ୍ଲକ ପାପୁଲୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଜିଲ୍ଲା ପରିଷଦ ଉପାଧ୍ୟ କ୍ଷ ପତିତପାବନ ବୈଦ୍ୟ, ଓ ମାଲକାନଗିରି ସହରାଂଚଳ ଜନ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ମାଲକାନଗିରି ବ୍ଲକ ଅଧ୍ୟ କ୍ଷା ଗୌରୀ ପଡିଆମି ଏହି ଯୋଜନାର ଶୁଭାରମ୍ଭ କରିଛନ୍ତିା ତେବେ ଅନ୍ୟ ୧୯ କେନ୍ଦ୍ର ଯଥା ପାଣ୍ଡିପାଣି ପଂଚାୟତର ବୀରଲଖ୍ମଣପୁର, ମାଥିଲି ବ୍ଲକର ସାଲିମି, କିଆଙ୍ଗ, କାଳିଆଗୁଡା, ଭେଜାଗୁଡା, ଖଇରପୁଟ ବ୍ଲକର ପୋଡଘାଟ, ଚିତ୍ରକୋଣ୍ଡା ବ୍ଲକର ଜଡାମ୍ବ, ପାପୁଲୁର, କୋରୁକୋଣ୍ଡା ବ୍ଲକର ମାଟାପାକା, ତୁମୁସାପଲ୍ଲୀ, ଏମ୍‌.ଭି,. ୪୭, ଏମ୍‌.ଭି. ୧୯, ବାଲିମେଳା, କାଲିମେଳା ବ୍ଲକର କୋଇକୋଣ୍ଡା, ମାନ୍ୟମକୋଣ୍ଡା, ଏମ୍‌.ଭି. ୫୫, ପଡିଆ ବ୍ଲକର ଧରମପାଲ୍ଲୀ, ଏମ୍‌.ଭି. ୭୯, ମୋଟୁ ଜନ ସ୍‌ାସ୍ଥ୍ୟ କେନ୍ଦ୍ର ମାନଙ୍କରେ ସେହି ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଓ ସ୍ଥାନୀୟ ଜନ ପ୍ରତିନିଧି ମାନେ ଶୁଭାରମ୍ଭ କରିଛନ୍ତିା ପ୍ର ତ୍ୟେକ ଜନ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୫ ଜଣ ହିତାଧିକାରୀଙ୍କୁ ଏହି ଯୋଜନାରେ କାର୍ଡ ବିତରଣ କରା ଯାଇଥିବା ବେଳେ ଆଗାମୀ ଦିନରେ ମାଲକାନଗିରି ଜି ଲ୍ଲାରେ ୨ଲ କ୍ଷ ୨୨ ହଜାର ହିତାଧିକାରୀ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ କାର୍ଡ ପାଇବୋ ଏଥିସହ ୭୦ ବର୍ଷରୁ ଉର୍ଧ ହିତାଧିକାରୀ ମାନେ ଯେଉଁମାନେ ବିଜୁ ସ୍ୱାସ୍ଥ୍ୟ କାର୍ଡ ପାଇଛନ୍ତି ସେମାନଙ୍କୁ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରା ଯାଇ କାର୍ଡ ପ୍ରଦାନ କରା ଯିବ ବୋଲି ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ରାଓ ପ୍ରକାଶ କରିଛନ୍ତିା

ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *