ମାୟାବର୍ହା ହାଇସ୍କୁଲର ପ୍ରଧାନ ଶିକ୍ଷକ, ବିଜ୍ଞାନ ଶିକ୍ଷକ ଓ ଅତିଥି ଶିକ୍ଷକ ପୁରସ୍କୃତ l
ସୁବର୍ଣ୍ଣପୁର– ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାର ପ୍ରଧାନ ଶିକ୍ଷକ ଡ. ରବିଚନ୍ଦ୍ର ପଶାୟତ ଶିକ୍ଷାଦାନ ତଥା ରେଡକ୍ରସ ସେବା ଦାନ କ୍ଷେତ୍ରରେ, ବିଜ୍ଞାନ ଶିକ୍ଷକ ତଥା ସ୍କାଉଟ ମାଷ୍ଟର୍ ବିଜ୍ଞାନ ଶିକ୍ଷାଦାନ ତଥା ସ୍କାଉଟ ଓ ଗାଇଡର ପ୍ରଚାର ଓ ପ୍ରସାର ପାଇଁ ଏବଂ ଅତିଥି ଶିକ୍ଷକ ସମ୍ପଦ ଖମାରୀ ଶିକ୍ଷାଦାନ କ୍ଷେତ୍ରରେ ପ୍ରୟୋଗରେ ଉତ୍କର୍ଷତା ପାଇଁ ବରଗଡ଼ ଜିଲ୍ଲା ବିଜେପୁର ସ୍ଥିତ ରେଡିଆନ୍ସ ଶିକ୍ଷା ପ୍ରତିଷ୍ଠାନ ଦ୍ୱାରା ପୁରସ୍କୃତ ହୋଇଛନ୍ତି। ପ୍ରତିଷ୍ଠାନର ଅଧ୍ୟକ୍ଷ ଘନଶ୍ୟାମ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବରଗଡ଼, ସୁବର୍ଣ୍ଣପୁର ତଥା ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର କୃତୀ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ବିଜେପୁର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟାପକ ରେବନ୍ତ ମେହେର ମଞ୍ଚାସିନ ହୋଇ ବିଦ୍ୟାଳୟର ଶିକ୍ଷାଦାନ ପଦ୍ଧତିର ଉଚ୍ଚ ପ୍ରଶଂସା କରିଥିଲେ।ଏହି ଅବସରରେ ବିଦ୍ୟାଳୟର ଚେୟାରମେନ ଅଜିତ୍ ମେହେର ,ଉପାଧ୍ୟକ୍ଷ ସରୋଜ ବାରିକ ମଞ୍ଚାସିନ ହୋଇଥିବା ବେଳେ ଛାତ୍ର ଛାତ୍ରୀମାନେ ସମସ୍ତଙ୍କୁ ଗୋଲାପ ଫୁଲ ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ। ଅତିଥି ମାନଙ୍କ ମଧ୍ୟରୁ ମାୟାବର୍ହା ହାଇସ୍କୁଲର ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପଶାୟତ,ବିଜ୍ଞାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ,ରାମପୁର ନୋଡାଲ ସ୍କୁଲ ର ସୁଧୀର ଗଡଟିଆ, କବି ତେଜରୁ ବାରିକ ପ୍ରଭୁତି ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଏକାଦଶ ଶ୍ରେଣୀର ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିବାବେଲେ ସମସ୍ତ ଛାତ୍ର ଛାତ୍ରୀ ଶିକ୍ଷକ ତଥା କର୍ମଚାରୀ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
