ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ
l ସୁବର୍ଣ୍ଣପୁର –ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ “ହର ଘର ତ୍ରିରଙ୍ଗା” ଉତ୍ସବ ପାଳିତ ହୋଇଯାଇଛି l ପ୍ରଧାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ତ୍ରିରଙ୍ଗା ପତାକାର ସୃଷ୍ଟି ବିକାଶ ଓ ବ୍ୟବହାର ବିଷୟରେ ସମବେତ ଛାତ୍ର ଛାତ୍ରୀଙ୍କୁ ବୁଝାଇଥିଲେ l

ଖେଳ ଶିକ୍ଷକ ଚିନ୍ମୟ କୁମାର ଦାସଙ୍କ ନେତୃତ୍ୱରେ ଛାତ୍ର ଛାତ୍ରୀମାନଙ୍କୁ ନେଇ ଏକ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରାରେ ବାହାରି ମାୟାବର୍ହା ଗ୍ରାମ ପରିକ୍ରମା କରିଥିଲେ l ଶିକ୍ଷକ ରାଜୁ ମେହେର, ନନ୍ଦିଘୋଷ ବାରିକ,ଲିପି ପଧାନ,କିରଣ କୁମର ପଟେଲ କର୍ମଚାରୀ ବିଭୀଷଣ ଖମାରୀ,ସୁରଜ ଖମାରୀ , ସମୀର କଠାର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
