July 6, 2025
Home » ମାୟାବର୍ହାରେ ଓଡ଼ିଶା ଦିବସ ପାଳିତ : ଛାତ୍ର ଛାତ୍ରୀ ମାଣ୍ଡିଆ ଲଡୁ ଓ ଏମଡିଏମ ଖାଇଲେ l

ମାୟାବର୍ହାରେ ଓଡ଼ିଶା ଦିବସ ପାଳିତ : ଛାତ୍ର ଛାତ୍ରୀ ମାଣ୍ଡିଆ ଲଡୁ ଓ ଏମଡିଏମ ଖାଇଲେ l

0
WhatsApp Image 2025-04-01 at 1.40.06 PM

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ
ମାୟାବର୍ହା ର ପ୍ରଧାନ ଶିକ୍ଷକ ଡ. ରବିଚନ୍ଦ୍ର ପଶାୟତଙ୍କ ସଭାପତିତ୍ବରେ ଓଡ଼ିଶା ଦିବସ ପାଳିତ ହୋଇଯାଇଛି। ସଭାରେ ସମ୍ମାନିତ ଅତିଥି ଭାବରେ ଆଲୁମିନୀ ସଦସ୍ୟା ସ୍ନିଗ୍ଧା ପ୍ରଧାନ ମଞ୍ଚାସିନ ହୋଇ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ମହାପୁରୁଷ ମାନଙ୍କର ଅବଦାନ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ମଞ୍ଚାସିନ ହୋଇ ଓଡ଼ିଶାର କଳା, ସଂସ୍କୃତି, ନୃତ୍ୟ, ଗୀତ,ଐତିହ୍ୟ, ପରମ୍ପରା, ଯାନିଯାତ୍ରା, ପର୍ବପର୍ବାଣୀ, ସାଧାରଣ ଜୀବନ ସହ କିପରି ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ହୋଇଛି ତାହା ମତ ପ୍ରକାଶ କରିଥିଲେ। ଆଲୁମିନୀ ସଦସ୍ୟ କିରଣ କୁମାର ପଟେଲ ଅତିଥି ପରିଚୟ ପ୍ରଦାନ କରିଥିଲେ।
ସଭାର ପ୍ରାରମ୍ଭରେ ଅତିଥିମାନେ ଅଗ୍ରପୂଜ୍ୟ ଗଜାନନଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ବଳନ କରିଥିଲେ। ବିଦ୍ୟାଳୟର ଛାତ୍ରୀ ପୂଜାରାଣୀ ଦୀପ , ଅନ୍ତରା ଜାଲ,ଝରଣା ସାହୁ, ପ୍ରୀତି ଖର୍ସେଲ, ରୁବୀ ବାଗ, ପ୍ରଜ୍ଞା କୁଦେଇ ଏହି ଅବସରରେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ ।ସଭାରେ ପୂଜାରାଣି ଦୀପ, ଝରଣା ସାହୁ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିବାବେଳେ ସଂସ୍କୃତ ଶିକ୍ଷକ ରାଜୁ ମେହେର ସଭାକୁ ସଂଯୋଜନା କରିଥିଲେ । ଏହି ବର୍ଷ ପ୍ରଥମକରି ଉଚ୍ଚ ବିଦ୍ୟାଳୟ ମାନଙ୍କରେ ମଧ୍ୟାହ୍ନ ଭୋଜନ ଦିଆହେଉଥିବାରୁ ଛାତ୍ର ଛାତ୍ରୀ ମାନେ ଆଗ୍ରହର ସହ ମାଣ୍ଡିଆ ଲଡୁ ଖାଇ ଶିକ୍ଷକମାନଙ୍କ ସହ ମଧ୍ୟାହ୍ନ ଭୋଜନ ଗ୍ରହଣ କରିଥିଲେ
। ଶେଷରେ ଖେଳ ଶିକ୍ଷକ ଚିନ୍ମୟ କୁମାର ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ସଞ୍ଜୀବ ପୂଜାରୀ, ବିଭୀଷଣ ଖମାରୀ, ମୀନକେତନ ଦାସ, ସୁରଜ୍ ଖମାରୀ , ଅଙ୍କେତ ଗୋବର୍ଦ୍ଧନ ,ଅମିତ୍ ଓ ସମୀର କଠାର ସହଯୋଗ କରିଥିଲେ ।ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *