ମୀନା ବଜାର ଦୋଳି ଲୁହା ଛିଡି କର୍ମଚାରୀ ମୃତ

ଟିଟିଲାଗଡ଼(ଇପିଏ), ଟିଟିଲାଗଡ଼ ଐତିହ୍ୟ ସମ୍ପନ୍ନ ମହା ଶିବରାତ୍ରି ମେଳା ପାଇଁ ଆସିଥିବା ମୀନା ବଜାର ଦୋଳି ରୁ ଲୁହା ଛିଣ୍ଡି ଜଣେ କର୍ମଚାରୀ ଙ୍କ ମୃତ୍ୟୁ ଘଟିଛି।ସୂଚନା ଅନୁଯାୟୀ ରାଜସ୍ଥାନର ଆଜମେର ର ସକିଲ ଖାନ ଦୋଳି ତଳେ ଛିଡା ହୋଇଥିବା ବେଳେ ତାଙ୍କ ଉପରେ ଦୋଳି ର ଏକ ଲୁହା ଛିଣ୍ଡି ପଡିଯାଇଥିଲା।ଗୁରୁତର ଅବସ୍ଥାରେ ତାଙ୍କୁ ସରକାରୀ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଟିଟିଲାଗଡ଼ ପୁଲିସ ଶବ ବ୍ୟବଚ୍ଛେଦ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ନେଇ ସୂଚନା ଦେଇଛି।
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )