April 18, 2026
Home » ମୁଣ୍ଡ ଫଟା ଖରା ଯୋଗୁଁ ସୁବର୍ଣ୍ଣପୁର, ବଲାଙ୍ଗୀର ଓ ବୌଦ୍ଧ ଜିଲ୍ଲା ରେ ସ୍କୁଲ, କଲେଜ ଛୁଟି l

ମୁଣ୍ଡ ଫଟା ଖରା ଯୋଗୁଁ ସୁବର୍ଣ୍ଣପୁର, ବଲାଙ୍ଗୀର ଓ ବୌଦ୍ଧ ଜିଲ୍ଲା ରେ ସ୍କୁଲ, କଲେଜ ଛୁଟି l

0
WhatsApp Image 2026-04-18 at 3.18.33 PM (1)

ସୁବର୍ଣ୍ଣପୁର — ମୁଣ୍ଡ ଫଟା ଖରା ଯୋଗୁଁ ସୁବର୍ଣ୍ଣପୁର, ବଲାଙ୍ଗୀର ଓ ବୌଦ୍ଧ ଜିଲ୍ଲା ରେ ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଗୁଡିକ ଛୁଟି ଘୋଷଣା କରିଛନ୍ତି ସମ୍ପୃକ୍ତ ଜିଲ୍ଲା ର ଜିଲ୍ଲାପାଳ ମାନେ l ସମଗ୍ର ରାଜ୍ୟରେ ଲାଗି ରହିଛି ଖରାର ପ୍ରକୋପ। କଲବଲ କରୁଛି  ଅସହ୍ୟ ତାତି । ମୁଣ୍ଡ ଫଟା ଖରା ସାଙ୍ଗକୁ ଆରମ୍ଭ ହୋଇଗଲାଣି ଅସହ୍ୟ ଗୁଳୁଗୁଳି । ସକାଳ ୮ଟା ହେଲେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି । ଚଳିତ ବର୍ଷ ତାପମାତ୍ରା ଆହୁରି ବୃଦ୍ଧି ପାଇବା ସହିତ ଅସହ୍ୟ ଗରମ ଏବଂ ଗୁଳୁଗୁଳି ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ଏହା ମଧ୍ୟରେ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ବିଭିନ୍ନ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି।

ଆଜିଠୁ ବୌଦ୍ଧ ଜିଲ୍ଲାରେ 5 ଦିନ ଯାଏଁ ସ୍କୁଲ୍, କଲେଜ୍ ଛୁଟି ଘୋଷଣା କରାଯାଇଛି। 18 ତାରିଖ ରୁ ଆସନ୍ତା 22 ତାରିଖ ଯାଏଁ ଜିଲ୍ଲାର ସମସ୍ତ ସ୍କୁଲ୍, କଲେଜ୍ ଛୁଟି ଘୋଷଣା କରାଯାଇଛି । ବୌଦ୍ଧ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ଜରୁରୀ ଶାଖା ( ପତ୍ର ସଂଖ୍ୟା -4027/II-06/2026 ତା. 17/04/2026) ତରଫରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି l ପ୍ରବଳ ଖରା ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏହି ଛୁଟି ଘୋଷଣା କରିଛନ୍ତି। କିନ୍ତୁ ଏହି ସମୟ ମଧ୍ୟରେ ପରୀକ୍ଷାଗୁଡ଼ିକ ବନ୍ଦ ହେବ ନାହିଁ। ପରୀକ୍ଷାଗୁଡ଼ିକୁ ସକାଳ ସମୟରେ କରାଯାଇପାରିବ। ସେହିପରି ଶିକ୍ଷାନୁଷ୍ଠାନମାନଙ୍କୁ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ପାଇଁ ପାନୀୟ ଜଳ ଓ ଗରମରୁ ସୁରକ୍ଷା ବ୍ୟବସ୍ଥା କରିବାକୁ ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାଏକ ନିର୍ଦ୍ଦେଶ ଦେଇଛନ୍ତି । ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଗତକାଲିଠୁ ବଲାଙ୍ଗିରରେ ସ୍କୁଲ, କଲେଜ ଛୁଟି ପାଇଁ ଘୋଷଣା ହୋଇଛି । ସ୍କୁଲ, କଲେଜ ସହ ବନ୍ଦ ରହିବ ଅଙ୍ଗନବାଡ଼ି କେନ୍ଦ୍ର । ବୈଷୟିକ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିବ । 18 ରୁ 21 ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି । । ଗ୍ରୀଷ୍ମ ସ୍ଥିତିକୁ ଦେଖି ପରବର୍ତ୍ତୀ ଛୁଟି ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ସେହିପରି ସୁବର୍ଣ୍ଣପୁର ଜିଲ୍ଲାରେ ବି ଶିକ୍ଷାନୁଷ୍ଠାନ ବନ୍ଦ ହୋଇଛି । ଜିଲ୍ଲାରେ ଥିବା ଶିକ୍ଷାନୁଷ୍ଠାନ ଏପ୍ରିଲ 18 ତାରିଖରୁ 22 ତାରିଖ ଯାଏଁ ବନ୍ଦ ରହିବ l ( ପତ୍ର ସଂଖ୍ୟା -5552/17/04/2026) ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ l ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *