ମୁର୍ଷୁଣ୍ଢୀ ମୁରାସୁର ଦରବାର ର ଷଷ୍ଠ ସନ୍ଧ୍ୟା, ଯୋଗ ଦେଲେ ସୁର ରାଉତରାୟ
ସୁବର୍ଣ୍ଣପୁର— ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ଠାରେ ୪୩ ତମ ଗଜଲକ୍ଷ୍ମୀ ପୂଜା ଅବସରରେ ମୁରାସୁର ଦରବାରର ଶନିବାର ଷଷ୍ଠ ଦିବସ ରେ ମୁରାସୁର ଦରବାର କୁ ନାରଦ ଙ୍କ ପ୍ରବେଶ ଏବଂ ବିଷ୍ଣୁଙ୍କର ମର୍ତ୍ତ୍ୟ ମଣ୍ଡଳ ରେ ମାନବ ରୂପେ ଜନ୍ମିବେ ବୋଲି ମୁରାସର ଆଗରେ ପ୍ରକାଶ l ସନ୍ଧ୍ୟାରେ ଆଦି ଦୃଶ୍ୟ ମୁକ୍ତାକାଶ ରଙ୍ଗମଞ୍ଚରେ ପର୍ଯ୍ୟାୟକ୍ରମେ ମଞ୍ଚସ୍ଥ ହୋଇଥିଲା। ସନ୍ଧ୍ୟା ରେ ରାଜା ମୁରାସୁର ପାତ୍ରମନ୍ତ୍ରୀଙ୍କ ସହ ଶୋଭାଯାତ୍ରା ରେ ନଗର ପରିକ୍ରମା କରିବା ପରେ ଦରବାରରେ ପହଞ୍ଚିଥିଲେ। ରାଜ ନର୍ତ୍ତକୀ ଓ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ନୃତ୍ୟ ପରିବେଷଣ ହୋଇଥିଲା। ମହାରାଜଙ୍କ ଆଦେଶ କ୍ରମେ ଗଜଲକ୍ଷ୍ମୀ ପୂଜା କମିଟି ର ସଭାପତି ଲବ କୁମାର ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ରାଜ ସଭାରେ ରାଜ ଅତିଥି ଓଡିଶା ର ଚର୍ଚ୍ଚିତ ଚେହେରା ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ, ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା, ଝସକେତନ ବଘlର, କୃତିବାସ ମିଶ୍ର, ଶିବ ତରିଆ,ରଂଜିତ ରଥ, ଅମୀୟ ରଞ୍ଜନ ଦାଶ ଅତିଥି ଭାବେ ଯୋଗଦେଇ ଥିଲେ l ଦରବାର ରେ ତାଙ୍କୁ ଗଜଲକ୍ଷ୍ମୀ ପୂଜାକମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା l ପରେ ବିଭିନ୍ନ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ। କମିଟି ପକ୍ଷରୁ ପୁଷ୍ପମାଲ୍ୟ, ଉପଢୌକନ ଓ ସୃତି ଫଲକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ସନ୍ଧ୍ୟା ରେ ସୁର ମେଲୋଡି ଦ୍ଵାରା ଅର୍କେଷ୍ଠା ଅନୁଷ୍ଠିତ ହୋଇଥିଲା l ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ମା ‘ ଗଜଲକ୍ଷ୍ମୀଙ୍କ ଦର୍ଶନ ପାଇଁ ଲୋକଙ୍କ ଭିଡ ପରିଲକ୍ଷିତ ହୋଇଥିଲା। କମିଟିର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ପୁଷ୍ପାଞ୍ଜଳି ଓ ଆଳତି କାର୍ଯ୍ୟକ୍ରମ ହେଉଛି। ବ୍ୟାସ ପଣ୍ଡିତ ଅଜିତ କୁମାର ଦାସଙ୍କ ଦ୍ବାରା ଆଜି ସୀତାଚୋରି ପ୍ରସଙ୍ଗ ଉପରେ ପୁରାଣ ପାଠ ହେଉଥିଲା। ଏଥିରେ ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ରହି ଶ୍ରବଣ କରୁଛନ୍ତି ଓ ସାମୁହିକ ପ୍ରସାଦ ସେବନ କରୁଛନ୍ତି। ବହୁ ଦର୍ଶକ ବିଳମ୍ବିତ ରାତି ପର୍ଯ୍ୟନ୍ତ ମନଭରିଉପଭୋଗ କରୁଛନ୍ତି l ଷଷ୍ଠ ଦିବସରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା l ମିନାବଜାର ର ମଜା ନେବା ସହିତ ଚଟପଟି ଖାଦ୍ୟର ମଜା ମଧ୍ୟ ନେଉଛନ୍ତି ଦର୍ଶକ। ଆଜିର କାର୍ଯ୍ୟ କ୍ରମରେ ପୂଜା କମିଟିର ସଭାପତି ଲବ କୁମାର ସାହୁ, ଉପସଭାପତି ଧନଞ୍ଜୟ ସାହୁ, ଉପଦେଷ୍ଟା ରାଜ ଗୋପାଳ ପାଣିଗ୍ରାହୀ, ସତ୍ୟଞ୍ଜିବ ମିଶ୍ର,କୁଶ କୁମାର ସାହୁ. ପ୍ରେମାନନ୍ଦ ଜଟି,ସମ୍ପାଦକ ଚିରଞ୍ଜିବି ମିଶ୍ର, ସହ ସମ୍ପାଦକ ବିଦ୍ୟାଧର ଖୁରଡିଆ, କୋଷାଧ୍ୟକ୍ଷ ସତ୍ୟ ମୋହନ ବେଦପାଣି ଙ୍କ ସମେତ ସମସ୍ତ କାର୍ଯ୍ୟ କର୍ତ୍ତା ସାମିଲ ହୋଇଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
