October 5, 2026
Home » ମୃଗୀ ରୋଗର ଚିକିତ୍ସାରେ ନୂଆ ଆଶା

ମୃଗୀ ରୋଗର ଚିକିତ୍ସାରେ ନୂଆ ଆଶା

0
WhatsApp Image 2026-10-02 at 6.56.43 PM

ସେନୋବାମେଟ୍‌ର ଫେଜ୍-III କ୍ଲିନିକାଲ୍ ଟ୍ରାଏଲ୍ ସଫଳତାର ସହ ସମାପ୍ତ

ଭୁବନେଶ୍ୱର:ଫୋକାଲ୍ ସିଜର୍ସ (Focal Seizures) ବା ମୃଗୀ ରୋଗର ଚିକିତ୍ସା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ କ୍ଲିନିକାଲ୍ ଟ୍ରାଏଲ୍ ଭୁବନେଶ୍ୱରର ସ୍ପର୍ଶ ହସ୍ପିଟାଲ୍ସ ଆଣ୍ଡ କ୍ରିଟିକାଲ୍ କେୟାର ପ୍ରାଇଭେଟ୍ ଲିମିଟେଡ୍ରେ ସଫଳତାର ସହ ସମାପ୍ତ ହୋଇଛି। ଏହି ଅଧ୍ୟୟନର Principal Investigator (PI) ଥିଲେ ପ୍ରଫେସର ଡା. ସୂର୍ଯ୍ୟପ୍ରକାଶ ଏସ୍. ଚୌଧୁରୀ, ପ୍ରଫେସର ଓ ନ୍ୟୁରୋଲଜିଷ୍ଟ। ଏହି Phase III, multicentre, randomized, double-blind, parallel-group clinical trialରେ ଫୋକାଲ୍ ସିଜର୍ସ ରୋଗୀଙ୍କ ପାଇଁ Cenobamate ଟାବଲେଟ୍‌କୁ ଅନ୍ୟ ଔଷଧ ସହିତ adjunctive therapy ଭାବେ ବ୍ୟବହାର କରିବାର ପ୍ରଭାବଶୀଳତା ଓ ସୁରକ୍ଷାକୁ Eslicarbazepine ସହ ତୁଳନା କରାଯାଇଥିଲା।

ଏହି କ୍ଲିନିକାଲ୍ ଟ୍ରାଏଲ୍ ଭାରତର ୧୭ଟି ସାଇଟ୍‌ରେ ଆୟୋଜିତ ହୋଇଥିବା ଏକ ବହୁକେନ୍ଦ୍ରୀୟ ଅଧ୍ୟୟନର ଅଂଶ ଥିଲା। ଆମ ଓଡିଶାରେ ସ୍ପର୍ଶ ହସ୍ପିଟାଲ୍‌ ଛଡା କେବଳ AIIMS Hospital କୁ ଏହି ଅଧ୍ୟୟନ ପାଇ ଅନୁମୋଦନ ମିଳିଥିଲା।

ଟ୍ରାଏଲ୍‌ର clinical evaluation ପରେ Cenobamate tabletsର ବିଭିନ୍ନ strength—12.5 mg, 25 mg, 50 mg, 100 mg, 150 mg ଓ 200 mg—ନିର୍ମାଣ ଓ ବଜାରଜାତକରଣ ପାଇଁ ଅନୁମତି ଦେବାକୁ ସମ୍ପୃକ୍ତ କମିଟି ସୁପାରିଶ କରିଥିବା ଦଲିଲରେ ଉଲ୍ଲେଖ ରହିଛି।

ଡା. ଚୌଧୁରୀଙ୍କ ଅବଦାନ

ଏହି ଅଧ୍ୟୟନର Principal Investigator ଭାବେ ପ୍ରଫେସର ଡା. ସୂର୍ଯ୍ୟପ୍ରକାଶ ଏସ୍. ଚୌଧୁରୀଙ୍କ ନେତୃତ୍ୱରେ ଭୁବନେଶ୍ୱରରେ trial conduct ଓ patient monitoring ସମ୍ପନ୍ନ ହୋଇଥିଲା। ଏପରି ଆନ୍ତର୍ଜାତୀୟ ମାନର Phase III clinical research ଓ multicentre trialରେ ଓଡ଼ିଶାର ଏକ କେନ୍ଦ୍ରର ଅଂଶଗ୍ରହଣ ରାଜ୍ୟର clinical research କ୍ଷେତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା।

ପ୍ରଫେସର ଡା. ସୂର୍ଯ୍ୟପ୍ରକାଶ ଏସ୍. ଚୌଧୁରୀ କହିଛନ୍ତି ଯେ, ଫୋକାଲ୍ ସିଜର୍ସରେ ଅନେକ ରୋଗୀଙ୍କୁ ଦୀର୍ଘକାଳୀନ ଔଷଧ ଚିକିତ୍ସାର ଆବଶ୍ୟକତା ହୋଇଥାଏ। ନୂଆ anti-seizure medicationର efficacy ଓ safety ସମ୍ପର୍କରେ ବୈଜ୍ଞାନିକ ତଥ୍ୟ ସୃଷ୍ଟି କରିବା ରୋଗୀଙ୍କ ପାଇଁ ଅଧିକ ବିକଳ୍ପ ଉପଲବ୍ଧ କରାଇବାରେ ସହାୟକ ହୋଇପାରେ।ଏହି ଅଧ୍ୟୟନର ସଫଳ ସମାପ୍ତି ପାଇଁ ରୋଗୀ, ଗବେଷଣା ଟିମ୍, ସ୍ପର୍ଶ ହସ୍ପିଟାଲ୍‌ର ସମସ୍ତ ସହଯୋଗୀ ଏବଂ LifeSan Clinical Researchଙ୍କୁ କୃତଜ୍ଞତା ଜଣାଯାଇଛି।ପ୍ରଫେସର ଡଃ ସୂର୍ଯ୍ୟପ୍ରକାଶ ଏସ୍. ଚୌଧୁରୀଙ୍କ ଆନ୍ତର୍ଜାତୀୟ କ୍ଲିନିକାଲ୍ ଗବେଷଣାରେ ଅବଦାନପ୍ରମୁଖ ଗବେଷକ (Principal Investigator) ଭାବେ ପ୍ରଫେସର ଡଃ ସୂର୍ଯ୍ୟପ୍ରକାଶ ଏସ୍. ଚୌଧୁରୀ ବିଶ୍ୱସ୍ତରୀୟ ଓ ଆନ୍ତର୍ଜାତୀୟ କ୍ଲିନିକାଲ୍ ଟ୍ରାୟାଲ୍‌ରେ ସକ୍ରିୟ ଭାବେ ଜଡ଼ିତ ରହି ନ୍ୟୁରୋସାଇନ୍ସ କ୍ଷେତ୍ରରେ ନୂତନ ଔଷଧ ଓ ଚିକିତ୍ସା ପଦ୍ଧତିର ଗବେଷଣାରେ ଅବଦାନ ରଖିଆସୁଛନ୍ତି।ଏପର୍ଯ୍ୟନ୍ତ ସେ ୧୦ରୁ ଅଧିକ କ୍ଲିନିକାଲ୍ ଟ୍ରାୟାଲ୍ ସଫଳତାର ସହିତ ସମ୍ପନ୍ନ କରିଛନ୍ତି। ଏହି ଗବେଷଣାଗୁଡ଼ିକରେ ଷ୍ଟ୍ରୋକ୍, ପାର୍କିନ୍ସନ୍‌ସ୍ ରୋଗ, Epilepsy, ମାଇଗ୍ରେନ୍, ମାୟାସ୍ଥେନିଆ ଗ୍ରାଭିସ୍, GBS, ପେରିଫେରାଲ୍ ନ୍ୟୁରୋପାଥି, MND, ଆଞ୍ଜାଇଟି ଡିସଅର୍ଡର୍ ସମେତ ବିଭିନ୍ନ ଜଟିଳ ଓ ବିଋଳ ସ୍ନାୟୁରୋଗ ଓ ନ୍ୟୁରୋସାଇକିଆଟ୍ରିକ୍ ରୋଗ ସାମିଲ ରହିଛି।ଏହା ବ୍ୟତୀତ ନୂତନ ଔଷଧ ଓ ଚିକିତ୍ସା ପଦ୍ଧତି ସମ୍ପର୍କିତ ଅନେକ କ୍ଲିନିକାଲ୍ ରିସର୍ଚ୍ଚ ପ୍ରକଳ୍ପ ବର୍ତ୍ତମାନ ସମୀକ୍ଷା ଓ ବିଭିନ୍ନ ପର୍ଯ୍ୟାୟରେ ରହିଛି।ଆନ୍ତର୍ଜାତୀୟ କ୍ଲିନିକାଲ୍ ରିସର୍ଚ୍ଚରେ ଦୀର୍ଘ ଅଭିଜ୍ଞତା ମାଧ୍ୟମରେ ଡଃ ଚୌଧୁରୀ ନୂତନ ଔଷଧ ଓ ଚିକିତ୍ସା ପଦ୍ଧତିର ସୁରକ୍ଷା, ପ୍ରଭାବଶୀଳତା ଏବଂ କ୍ଲିନିକାଲ୍ ଉପଯୋଗିତା ସମ୍ପର୍କରେ ପ୍ରମାଣଭିତ୍ତିକ ତଥ୍ୟ ସୃଷ୍ଟିରେ ଅବଦାନ ରଖିଛନ୍ତି।ପ୍ରମୁଖ ଗବେଷକ ଭାବେ ତାଙ୍କର କ୍ଲିନିକାଲ୍ ରିସର୍ଚ୍ଚ କାର୍ଯ୍ୟ ପାଇଁ ସେ ଆନ୍ତର୍ଜାତୀୟ ଗବେଷକ ଓ କ୍ଲିନିକାଲ୍ ରିସର୍ଚ୍ଚ ସଂଗଠନଗୁଡ଼ିକ ପକ୍ଷରୁ ବିଭିନ୍ନ ସମୟରେ ସମ୍ମାନ ଓ ସ୍ୱୀକୃତି ପାଇଥିବା ଉଲ୍ଲେଖ ରହିଛି।ଭାରତରେ ନୂତନ ନ୍ୟୁରୋଲଜିକାଲ୍ ଔଷଧ ସମ୍ପର୍କିତ କ୍ଲିନିକାଲ୍ ରିସର୍ଚ୍ଚ ପ୍ରକଳ୍ପଗୁଡ଼ିକରେ ତାଙ୍କର ଅଭିଜ୍ଞତା ଓ ଗବେଷଣା ଅବଦାନ ତାଙ୍କୁ ଜଣେ ଅଭିଜ୍ଞ Principal Investigator ଭାବେ ପରିଚିତ କରାଇଛି। ଭାରତରେ DCGI (Drugs Controller General of India) ଅନୁମୋଦନ ପରେ ନୂତନ ଔଷଧ ସମ୍ପର୍କିତ କ୍ଲିନିକାଲ୍ ଅଧ୍ୟୟନରେ ମଧ୍ୟ ତାଙ୍କର ଅଭିଜ୍ଞତା ଗୁରୁତ୍ୱ ବହନ କରେ।ନୂତନ ଔଷଧ ଓ ଚିକିତ୍ସା ପଦ୍ଧତିର ବିକାଶ, ପ୍ରମାଣଭିତ୍ତିକ ନ୍ୟୁରୋଲଜିକାଲ୍ ଚିକିତ୍ସାର ପ୍ରସାର ଏବଂ ରୋଗୀଙ୍କ ପାଇଁ ନୂତନ ଚିକିତ୍ସା ବିକଳ୍ପ ଉପଲବ୍ଧ କରାଇବା ଦିଗରେ ପ୍ରଫେସର ଡଃ ସୂର୍ଯ୍ୟପ୍ରକାଶ ଏସ୍. ଚୌଧୁରୀଙ୍କ କ୍ଲିନିକାଲ୍ ଗବେଷଣା ଅବଦାନ ଉଲ୍ଲେଖନୀୟ। PROF. (DR.) SURJYAPRAKASH S. CHOUDHURY
Senior Consultant Neurologist
M.D. ( Medicine), D.M. (Neurology)
Gold Medalist, SGPGI, Lucknow
FWHS, FRCP, FWFNR, PDF, PDCC

Leave a Reply

Your email address will not be published. Required fields are marked *