October 23, 2025
Home » ମୃଦୁ ପାନୀୟ ବଣ୍ଟନ କରି ପୂଜା ବଜାରରେ ମାର୍କେଟ ନେଲା ପାରାଦୀପ ଟ୍ରେଲର ଓ ଗ୍ୟାସ ଟ୍ୟାଙ୍କର ମାଲିକ ସଙ୍ଘ

ମୃଦୁ ପାନୀୟ ବଣ୍ଟନ କରି ପୂଜା ବଜାରରେ ମାର୍କେଟ ନେଲା ପାରାଦୀପ ଟ୍ରେଲର ଓ ଗ୍ୟାସ ଟ୍ୟାଙ୍କର ମାଲିକ ସଙ୍ଘ

0
WhatsApp Image 2025-09-24 at 2.00.23 PM

 

ପାରାଦୀପ – ଚଳିତ ପାରାଦୀପ ର ପ୍ରସିଦ୍ଧ ବିଶ୍ୱକର୍ମା ପୂଜାରେ ଜୟଦେବ ସଦନ ଛକ ପଡିଆରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଶ୍ୱକର୍ମା ଙ୍କ ଆକର୍ଷଣୀୟ ମୂର୍ତ୍ତି ସାଙ୍ଗକୁ ସୁସଜ୍ଜିତ ତୋରଣ ଓ ଆଲୋକ ସଜ୍ଜା ଉଚ୍ଚ କୋଟିର ହୋଇଥିବା ବେଳେ ବିଭିନ୍ନ ପେଣ୍ଡାଲରେ ନାମିଦାମୀ ଓଡ଼ିଆ ଓ ହିନ୍ଦୀ ଜଗତର କଣ୍ଠଶିଳ୍ପୀ ଓ କଳାକାର ମାନଙ୍କର ସଙ୍ଗୀତ ସନସ୍ତଙ୍କୁ ମନ୍ତ୍ର ମୁଗ୍ଧ କରିଛି l ଏହି ପୂଜା ଉତ୍ସବ ୬ ଦିନ ଧରି ସଫଳତାର ସହ ଚାଲିଥିବା ବେଳେ ଲକ୍ଷାଧିକ ଆଗନ୍ତୁକ ଙ୍କ ଭିଡ଼ ଲାଗିରହିଛି l ଏହି ପରିପ୍ରେକ୍ଷୀରେ ପାରାଦୀପ ଟ୍ରେଲର ଓ ଗ୍ୟାସ ଟ୍ୟାଙ୍କର ମାଲିକ ସଙ୍ଘ ମିଳିତ ସମନ୍ୱୟ କମିଟି (ଜେସିସି) ପକ୍ଷରୁ ପ୍ରଥମ ଥର ପାଇଁ ସାଧାରଣରେ ମାଗଣା ମୃଦୁ ଥଣ୍ଡା ପାନୀୟ (ମକଟେଲ) ବଣ୍ଟନ କରାଯାଉଛି l ତେବେ ଦୈନିକ ସନ୍ଧ୍ୟାରେ ହଜାର ହଜାର ଲୋକ ବିଭିନ୍ନ ସ୍ୱାଦର ଦାମୀ ପାନୀୟ ପିଇବା ସହିତ ସଂଘର ଏପରି ଉଦ୍ୟମକୁ ପ୍ରଶଂସା କରି ଏଥର ପୂଜାରେ ଟ୍ରେଲର ଓ ଗ୍ୟାସ ଟ୍ୟାଙ୍କର ମାଲିକ ସଙ୍ଘ ମାର୍କେଟ ନେଲା ବୋଲି ଆଲୋଚନା କରୁଛନ୍ତି l ଏହି କେନ୍ଦ୍ରକୁ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା, ପୌରାଧ୍ୟକ୍ଷ ବସନ୍ତ ବିଶ୍ଵାଳ,ପୋଲିସ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସ୍ମୃତି ରଞ୍ଜନ କର,ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିବା ସହ ଟ୍ରେଲର ଜେସିସି ର ଏଭଳି ମହତ କାର୍ଯ୍ୟକୁ ପ୍ରଶଂସା କରିଥିଲେ l ଅନ୍ୟପକ୍ଷରେ ବିଭିନ୍ନ ଅନୁଷ୍ଠାନ ଓ ଶ୍ରମିକ ସଙ୍ଘ ନିୟମିତ ପୂଜା କରିଆସୁଥିବା ବେଳେ ଅସହ୍ୟ ଗୁଳୁଗୁଳି ଓ ଗ୍ରୀଷ୍ମ ପ୍ରବହାକୁ ଦୃଷ୍ଟିରେ ରଖି ଜନସାଧାରଣ ଙ୍କୁ ଥଣ୍ଡା ପାନୀୟ ସେବା ଯୋଗାଇବା ଉଦ୍ଦେଶ୍ୟରେ ଏହି କେନ୍ଦ୍ର ସ୍ଥାପନ କରାଯାଇଥିବା ନେଇ ଟ୍ରେଲର ଓ ଗ୍ୟାସ ଟ୍ୟାଙ୍କର ମାଲିକ ସଙ୍ଘ ମିଳିତ ସମନ୍ୱୟ କମିଟି ଅଧ୍ୟକ୍ଷ ତଥା ଚର୍ଚ୍ଚିତ ଶ୍ରମିକ ନେତା ପ୍ରକାଶ ତ୍ରିପାଠୀ ସୂଚନା ଦେଇଛନ୍ତି l ତେବେ ଏହି ପାନୀୟ ବଣ୍ଟନ କାର୍ଯ୍ୟକ୍ରମ କୁ ସଂଘର କର୍ମକର୍ତ୍ତା ପ୍ରକାଶ ଜେନା,ତୁଷାରକାନ୍ତ ଭୋଇ, କର୍ମେଶ୍ୱର ସ୍ୱାଇଁ, ଶ୍ରୀକାନ୍ତ ସାମଲ, ଅରୁଣ ମଙ୍ଗରାଜ, ଆଲୋକ ଦାସ, ସତ୍ୟଜିତ ପ୍ରଧାନ, ଆଶୁତୋଷ ସ୍ୱାଇଁ, ନଗେନ୍ଦ୍ର ରାଉତ, ମନୋଜ ସ୍ୱାଇଁ, ଅରକ୍ଷିତ ମାଝୀ ପ୍ରମୁଖ ସଫଳତାର ସହ ପରିଚାଳନା କରିଥିଲେ l ତେବେ ସାତଦିନ ବ୍ୟାପି ଏହି ମହୋତ୍ସବ ଆସନ୍ତା ୨୩ ତାରିଖ ମଙ୍ଗଳବାର ଦିନ ଉଦଯାପିତ ହୋଇ ବୁଧବାର ଦିନ ସାମୁହିକ ଭଷାଣି ଶୋଭାଯାତ୍ରା ଅନୁଷ୍ଠିତ ହେବ l

 

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *