August 28, 2026
Home » ମେଜର ଧ୍ୟାନଚାନ୍ଦ ଙ୍କ ଜନ୍ମ ଜୟନ୍ତୀ ରେ ସୁବର୍ଣ୍ଣପୁର ରେ ଜିଲ୍ଲା ସ୍ତରୀୟ ଜାତୀୟ କ୍ରୀଡା ଦିବସ ପାଳିତ

ମେଜର ଧ୍ୟାନଚାନ୍ଦ ଙ୍କ ଜନ୍ମ ଜୟନ୍ତୀ ରେ ସୁବର୍ଣ୍ଣପୁର ରେ ଜିଲ୍ଲା ସ୍ତରୀୟ ଜାତୀୟ କ୍ରୀଡା ଦିବସ ପାଳିତ

0
WhatsApp Image 2026-08-28 at 11.50.23 AM

ସୁବର୍ଣ୍ଣପୁର:ମହାନ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀକୁ ସ୍ମରଣ କରି ଚଳିତ ବର୍ଷ ଜାତୀୟ କ୍ରୀଡ଼ା ଦିବସ ସୁବର୍ଣ୍ଣପୁର ଜିଲ୍ଲାରେ ପାଳନ କରାଯାଉଛି। ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲାରେ ଅଗଷ୍ଟ ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କ୍ରୀଡ଼ାଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।
ଜାତୀୟ କ୍ରୀଡ଼ା ଦିବସର ତା. ୨୮.୦୮.୨୦୨୬ ପ୍ରଥମ ଦିନକୁ ‘ଟ୍ରିବ୍ୟୁଟ୍’ ଭାବେ ପାଳନ କରଯାଇଅଛି l ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ )ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ଶିବିରକୁ ଉଦଘାଟନ କରିଥିଲେ l
ସମ୍ମାନୀତ ଅତିଥି ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ବାଲାଜୀ ବିଶ୍ଵନାଥ ଙ୍କ ସମେତ ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ଯମୁନା ପ୍ରଧାନ, ଶାରୀରିକ ଶିକ୍ଷୟିତ୍ରୀ ଶ୍ରୀମତୀ ସନ୍ଧ୍ୟାରାଣୀ ଖେତି, PTI ଖେଳ ଇଣ୍ଡିଆ ଶ୍ରୀ ମହମ୍ମଦ କଳିମ ଉପସ୍ଥିତ ଥିଲେ l
ଜାତୀୟ କ୍ରୀଡା ଦିବସ ପାଳନ ଅବସରରେ ଖେଳ ଇଣ୍ଡିଆ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ବିଭିନ୍ନ ଖେଳରେ ଯୋଗଦେଇଥିଲେ l
ଏହି ଅବସରରେ ଜିଲ୍ଲା କ୍ରୀଡା ଅଧିକାରୀ ସମସ୍ତ ଅତିଥିଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଏବଂ ମହାନ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ତାପରେ
ମୁଖ୍ୟ ଅତିଥି ନିଜର ଅଭିଭାଷଣ ପ୍ରଦାନ କରିଥିଲେ l ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧି, ଫିଟନେସ୍ ଓ ଶାରୀରିକ ସୁସ୍ଥତା ସମ୍ପର୍କରେ ସଚେତନତା ସୃଷ୍ଟି ସହ ମେଜର ଧ୍ୟାନଚାନ୍ଦଙ୍କ କ୍ରୀଡ଼ା ପ୍ରତି ଅବଦାନକୁ ସ୍ମରଣ କରିବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମତ ରଖିଥିଲେ l ସଭା ଶେଷରେ ସମସ୍ତେ କ୍ରୀଡା କୁ ଆପଣେଇ ସୁସ୍ଥ ଶାରୀରିକ ଓ ମାନସିକ ରଖିବା ପାଇଁ ଶପଥପାଠ କରିଥିଲେ l
ସକାଳ ୭ଟାରୁ ସୋନପୁର ଗାନ୍ଧୀ ଷ୍ଟାଡିୟମରେ ଡିଜିଟାଲ୍ ଚ୍ୟାଲେଞ୍ଜ୍‌ରେ ଅଂଶଗ୍ରହଣକାରୀମାନେ ୨୯ ଥର ଯେକୌଣସି କ୍ରୀଡ଼ା ଯଥା—ହକି ଡ୍ରିବଲିଂ, ଫୁଟବଲ୍ କିକ୍, ବାସ୍କେଟବଲ୍ ଡ୍ରିବଲିଂ, ବ୍ୟାଡମିଣ୍ଟନ୍ ରାଲି, ଦଉଡ଼ି ଡିଆଁ (Skipping), ବଲ୍ ବାଉନ୍ସ କିମ୍ବା ଅନ୍ୟ କୌଣସି ଉପଯୁକ୍ତ କ୍ରୀଡ଼ା କାର୍ଯ୍ୟକଳାପ କରାଯାଇଥିଲା l
ଏହି କ୍ରୀଡା ଦିବସ ପାଳନ କାର୍ଯ୍ୟକ୍ରମ କୁ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଚିତ୍ତରଞ୍ଜନ ମିଶ୍ର ସଂଯୋଜନା ଓ ଆୟୋଜନ କରିଥିଲେ l ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…..

Leave a Reply

Your email address will not be published. Required fields are marked *