February 8, 2026
Home » ମୋ ଆମ୍ବୁଲାନ୍ସ ନାମକ ଅନୁଷ୍ଠାନ ଉନ୍ନତ ମାନର ସ୍ବାସ୍ଥ୍ୟ ସେବା ଏବଂ ଆମ୍ବୁଲାନ୍ସ ସେବା ଯୋଗାଇବ କ୍ଷେତ୍ରରେ କାର୍ଯ୍ୟ କରିଥାଏ

ମୋ ଆମ୍ବୁଲାନ୍ସ ନାମକ ଅନୁଷ୍ଠାନ ଉନ୍ନତ ମାନର ସ୍ବାସ୍ଥ୍ୟ ସେବା ଏବଂ ଆମ୍ବୁଲାନ୍ସ ସେବା ଯୋଗାଇବ କ୍ଷେତ୍ରରେ କାର୍ଯ୍ୟ କରିଥାଏ

0
WhatsApp Image 2025-05-11 at 6.31.51 PM (2)

ମୋ ଆମ୍ବୁଲାନ୍ସ ନାମକ ଅନୁଷ୍ଠାନ ସ୍ବାସ୍ଥ୍ୟ କ୍ଷେତ୍ରରେ ଆଧୁନିକ ପ୍ରଯୁକ୍ତି ଉପଯୋଗ କରି ଉନ୍ନତ ମାନର ସ୍ବାସ୍ଥ୍ୟ ସେବା ଏବଂ ଆମ୍ବୁଲାନ୍ସ ସେବା ଯୋଗାଇବ କ୍ଷେତ୍ରରେ କାର୍ଯ୍ୟ କରିଥାଏ ।

ମୋ ଆମ୍ବୁଲାନ୍ସ ଆଜି ଓପେରେସନ୍ ସିନ୍ଦୂର ରେ ଅଂଶଗ୍ରହଣ କରିଥିବା ଅଦମ୍ୟ ସାହସୀ ଯବାନମାନଙ୍କୁ ସମ୍ମାନ ଜଣାଇବା ଉଦ୍ୟମରେ ଏକ ରକ୍ତଦାନ ଶିବିର ଆୟୋଜନ କରିଛି । ଏହି ରକ୍ତଦାନ ଶିବିର ଜୟ ଓଡ଼ିଶାର ରକ୍ତଦାନ ଅଭିଯାନ ସହଯୋଗରେ ଆୟୋଜନ ହୋଇଛି। ଏହା କ୍ରମାଗତ ଭାବରେ ଜୟ ଓଡ଼ିଶାର ତୃତୀୟ ରକ୍ତଦାନ ଶିବିର ଥିଲା । ଯାହାର ଲକ୍ଷ୍ୟ ହେଉଛି ଏହି ଭଳି ୧୦୦ ଗୋଟି ଅନୁଷ୍ଠାନ ସହିତ ରକ୍ତଦାନ ଶିବିର ଆୟୋଜନ କରିବ । ଏହି ରକ୍ତଦାନ ଶିବିର ଭୁବନେଶ୍ବର ର ଏସ୍ ଆର୍ ଭ୍ୟାଲି ନିକଟସ୍ଥ ମୋ ଆମ୍ବୁଲାନ୍ସ ର କାର୍ଯ୍ୟାଳୟ ରେ ମୋ ଆମ୍ବୁଲାନ୍ସ ର ପ୍ରତିଷ୍ଠାତା ଦୀପ୍ତି ରଞ୍ଜନ ମହାନ୍ତିଙ୍କ ନେତୃତ୍ଵ ରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଅନେକ ଲୋକ ସ୍ୱଇଚ୍ଛାରେ ରକ୍ତ ଦାନ କରି ସାମାଜିକ ଦାୟିତ୍ୱ ଓ ସଚେତନତା ର ପ୍ରତି ଅନୁପ୍ରେରଣା ଦେଇଥିଲେ।

ଏହି ଅବସରରେ ଜୟ ଓଡ଼ିଶାର ଅଧ୍ୟକ୍ଷ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ କହିଥିଲେ: “ମୋ ଆମ୍ବୁଲାନ୍ସ ପରି ଯେକୌଣସି ସଂସ୍ଥା, ଅନୁଷ୍ଠାନ, କ୍ଲବ୍ କବ ଆସୋସିଏସନ୍ ଯାହାର ୫୦ ରୁ ଅଧିକ ସଦସ୍ୟ ଅଛନ୍ତି ସେମାନେ ଏପରି ଶିବିର ଆୟୋଜନ କରିପାରିବେ, ଯାହାଦ୍ଵାରା ଗ୍ରୀଷ୍ମ ପ୍ରବାହ ସମୟରେ ରକ୍ତର ଅଭାବ ଜନିତ ସମସ୍ୟାକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ହ୍ରାସ କରିପାରିବା। ”

Leave a Reply

Your email address will not be published. Required fields are marked *