July 5, 2025
Home » ଯଶୋଦା ମହିଳା ମହାବିଦ୍ୟାଳୟର ନୂତନ ଶ୍ରେଣୀ ଗୃହ ଉଦଘାଟନ

ଯଶୋଦା ମହିଳା ମହାବିଦ୍ୟାଳୟର ନୂତନ ଶ୍ରେଣୀ ଗୃହ ଉଦଘାଟନ

0
WhatsApp Image 2025-03-06 at 3.08.52 PM (1)

ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ଅନ୍ତର୍ଗତ ଯଶୋଦା ମହିଳା ମହାବିଦ୍ୟାଳୟର ନୂତନ ଶ୍ରେଣୀ ଗୃହ ଉଦଘାଟନ ଉଛବ ମଙ୍ଗଳାବାର ଅନୁଷ୍ଠିତ ହେଇଥିଲା l ମୁଖ୍ୟଅତିଥି ଭାବେ ଖଣି ଓ଼ ଇସ୍ପାତ ପରିବହନ ଓ଼ ବାଣିଜ୍ୟ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମହୋଦୟ ଯୋଗଦେଇ ଉଦଘାଟନ କରିଥିଲେ l

ମୁଖ୍ୟବକ୍ତା ପ୍ରାକ୍ତନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥିଭାବେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗଦେଇ ଛାତ୍ରୀ ମାନଙ୍କ ଉଜ୍ଜଳ ଭବିଷତ କାମନା କରିବା ସହ ଅନୁଷ୍ଠାନ ର ଶିକ୍ଷା ବ୍ୟବସ୍ଥା କୁ ଉଚ୍ଚ ପ୍ରଶଂସା କରିଥିଲେ । ଅଧ୍ୟକ୍ଷା ବିବରଣୀ ପାଠ କରି ମହାବିଦ୍ୟାଳୟର ପ୍ରଗତି ଓ ବିଭିନ୍ନ ସୁବିଧା ଅସୁବିଧା ମାନ୍ୟବର ଅତିଥି ମାନଙ୍କୁ ଜଣାଇଥିଲେ। ଅତିଥି ମାନେ ମହାବିଦ୍ୟାଳୟର ପ୍ରଗତିରେ ପରିଚାଳନା ସମିତିକୁ ସହଯୋଗ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।


ଅନୁଷ୍ଠାନର ମୁଖ୍ୟ ପରିଚାଳକ ଶ୍ରୀ ମଙ୍ଗରାଜ ପଣ୍ଡା, ଅଧ୍ୟାକ୍ଷା ଶ୍ରୀମତୀ ଲିପିକା ପଣ୍ଡା ଓ ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଓ଼ କର୍ମଚାରୀ ଉକ୍ତ ସମାବେଶର ସୁପରିଚାଳନା କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ବହୁ ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ l

Leave a Reply

Your email address will not be published. Required fields are marked *