July 6, 2025
Home » ଯାଜପୁରର ସ୍ୱାର୍ଥ ପାଇଁ ଜେଲକୁ ଡରି ନାହିଁ: ଭବ ପ୍ରସାଦ ଦାସ

ଯାଜପୁରର ସ୍ୱାର୍ଥ ପାଇଁ ଜେଲକୁ ଡରି ନାହିଁ: ଭବ ପ୍ରସାଦ ଦାସ

0
WhatsApp Image 2024-11-23 at 2.48.40 PM

ବିଜେପି ସରକାର ମିଛ ମାମଲାରେ ଗିରଫ ହୋଇଥିବାରୁ ଜାମିନ ଆବେଦନ କଲେନାହିଁ ଲଲବାବୁ

ଯାଜପୁର: ମନ୍ଥର ଗତିରେ ଚାଲିଥିବା ବିରଜା ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଦାବିରେ ଆନ୍ଦୋଳନ କରିବାରୁ ଗିରଫ ହେଲେ ବରିଷ୍ଠ ବିଜେଡି ନେତା ତଥା ଯାଜପୁରର ପୂର୍ବତନ ପୌରାଧ୍ୟକ୍ଷ ଭବପ୍ରସାଦ ଦାସ। ଯାଜପୁର ଟାଉନ ଥାନା ପୁଲିସ ଭବପ୍ରସାଦଙ୍କୁ ଗିରଫ କରିଛି। ବିଭିନ୍ନ ମିଥ୍ୟା ମୋକଦ୍ଦମା ଲଗାଇ ପୁଲିସ ଗିରଫ କରିଥିବା ଅଭିଯୋଗ ହୋଇଛି। ଜାମିନ ପାଇଁ ଆବେଦନ କରାଯାଇ ନ ଥିବା ସୂଚନା ଦେଇଛନ୍ତି ପରିବାରଲେକେ। ମିଛ ମାମଲାରେ ଗିରଫ କରାଯାଇଥିବାରୁ ଜାମିନ ନିବେଦନ ପାଇଁ ମନା କରିଛନ୍ତି ଭବ ପ୍ରସାଦ। ଯାଜପୁରର ସ୍ୱାର୍ଥପାଇଁ ଜେଲକୁ ଡରିନାହିଁ ବୋଲି ଭବ କହିଛନ୍ତି।

ଭବଙ୍କୁ ଗିରଫ ପାଇଁ ଡିଆଇଜିଙ୍କ ସହିତ ୨୮ ପ୍ଲାଟୁନ ପୋଲିସ ଫୋର୍ସ ଡେରା ପକାଇଥିଲେ। ସାଧାରଣ ନିର୍ବାଚନ ପୂର୍ବରୁ ମାଆ ବିରଜାଙ୍କ ପରିକ୍ରମା ପ୍ରକଳ୍ପ କାମ ଜୋରସୋରରେ ଚାଲୁଥିବା ବେଳେ ଏବେ ସଂପୁର୍ଣ୍ଣ ଠପ ହୋଇଯାଇଛି। ଯାହାକୁ ନେଇ ମାଆ ବିରଜା ସେବାୟତ ପରିଷଦ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି। ଯେଉଁ ଲକ୍ଷ୍ୟ ନେଇ ମା ବିରଜାଙ୍କ ପରିକ୍ରମା ପ୍ରକଳ୍ପ ଆରମ୍ଭ କରାଯାଇଥିଲା, ତାହା ଆଗଉ ନଥିବାରୁ ଏହି ପ୍ରକଳ୍ପ ସମ୍ପୁର୍ଣ୍ଣ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ପାଇଁ ହେବାକୁ ଥିବା ବିଭିନ୍ନ ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ। ଶୌଚାଳୟ ଠାରୁ ଆରମ୍ଭ କରି ଯଜ୍ଞ ମଣ୍ଡପ ପର୍ଯ୍ୟନ୍ତ କାମ ସରିପାରିନି । ଅନ୍ୟପଟେ ଏହି ପରିକ୍ରମା ପ୍ରକଳ୍ପ ପାଇଁ ଅଧିକୃତ ଜମିକୁ ଜବରଦଖଲକାରୀ ମାନେ ଜବରଦଖଲ କରିବା ଆରମ୍ଭ କଲେଣି । ଏପରିକି କିଛି ବ୍ୟବସାୟୀ ହାଟ କରିବା ପାଇଁ ଜିଦ ଧରି ବସିଛନ୍ତି ।

ତେଣୁ ଏହି ବ୍ୟବସାୟୀଙ୍କୁ ଯଦି ଏଠାରେ ହାଟ କରିବାକୁ ଅନୁମତି ଦିଆଯାଏ ତେବେ ଏହି ପ୍ରକଳ୍ପ ପାଇଁ ଜମି ଛାଡିଥିବା ପରିବାର ପୁଣି ଦଖଲ କରିବାକୁ ଉଦ୍ୟମ କରିବେ ବୋଲି ସେବାୟତ ପରିଷଦ ପକ୍ଷରୁ କୁହାଯାଇଛି । ତେଣୁ ଯଥା ଶିଘ୍ର ଏହି ପ୍ରକଳ୍ପ କାମକୁ ଶେଷ କରାନଗଲେ ଆଗକୁ ପରିସ୍ଥିତି ଅଶାନ୍ତ ହେବ ବୋଲି କୁହାଯାଇଛି। ଅନ୍ୟପଟେ ସମ୍ବଲପୁରରେ ମହିଳା ସପଇନ୍ସପେକ୍ଟରଙ୍କୁ ମାଡ଼ ମାରିଥିଲେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର। ତାଙ୍କ ଆଗୁଆ ଜାମିନକୁ ସୁପ୍ରିମକୋର୍ଟ ଖାରଜ କରିଥିଲେ। କିନ୍ତୁ ପୋଲିସ ଜୟ ନାରାୟଣଙ୍କୁ ଏଯାଏଁ ଗିରଫ କରୁନି। ଅପରପକ୍ଷରେ ବିରଜା ପ୍ରକଳ୍ପ ଭଳି ଏକ ମହତ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଲାଗି ଆନ୍ଦୋଳନ କରିବାରୁ ଭବ ପ୍ରସାଦ ଦାସଙ୍କୁ ଗିରଫ କରିବାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *