ଯାତ୍ରା ଦେଖି ଫେରୁଥିବା ବେଳେ ଅଘଟଣ
ପୋଲ ତଳକୁ ଖସିପଡି ୨ କକା,ପୁତୁରା ଙ୍କ ମୃତ୍ୟୁ…
ଭବାନୀପାଟଣା :କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚକୁଳି ନିକଟରେ ଥିବା ଏକ ପୋଲ ତଳକୁ ବାଇକରେ ଖସି ପଡି ୨ କକା,ପୁତୁରାଙ୍କ ମୃତ୍ୟୁ ହୋଇଛି। ମୃତ ୨ ହେଲେ ପଳାସ ଗ୍ରାମର ନରେଶ ନାଏକ(୩୩) ଓ ପ୍ରଦୀପ ନାଏକ (୩୨) ବୋଲି ଜଣାପଡିଛି। ଉଭୟ ଏକ ପଲସର ବାଇକ ନଂ(OD08U-5287)ରେ ସୋମବାର ବିଳମ୍ବିତ ରାତିରେ ହାବସପୁର ରୁ ଯାତ୍ରା ଦେଖି ଫେରୁଥିବା ସମୟରେ ବାଟରେ ପଡୁଥିବା ପୋଲ ତଳକୁ ଭାରସାମ୍ୟ ହରାଇ ଖସି ପଡ଼ିଥିଲେ।

ଫଳରେ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ମଙ୍ଗଳବାର ସକାଳୁ ଖବର ପାଇଁ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୨ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜୁନାଗଡ଼ ଡାକ୍ତରଖାନାକୁ ପଠାଇଛି। ଅନ୍ୟପଟେ, ଦୁଇ କକା,ପୁତୁରା ମୃତ୍ୟୁ ଘଟଣାକୁ ନେଇ ପଲାସ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ସେମାନଙ୍କ ଅକାଳ ମୃତ୍ୟୁ ରେ ଗାଁ ରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
