ଯାଦବ ସମାଜ ର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ
ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରାଞ୍ଚଳ ପାଲିପଡ଼ା ଠାରେ ମା ସମଲେଶ୍ୱରୀ ଙ୍କ ପୂଜା ଅବସରରେ ବିନିକା ନଗର ସଭାପତି ଧ୍ରୁବଚରଣ ହାତୀ ଙ୍କ ଅଧ୍ୟକ୍ଷତା ରେ ଯାଦବ ସମାଜର ମହାସଭା ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଇ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସମାଜର ପରମ୍ପରା,ସଂସ୍କୃତି,ଜାତିର ରୀତିନୀତି,ଏକତା,ଶିକ୍ଷା, ସ୍ୱାସ୍ଥ୍ୟ,ଯାଦବ ସମାଜକୁ ସରକାରୀ ସହାୟତା,କୌଳିକ ବୃତ୍ତିକୁ ପ୍ରୋତ୍ସାହନ ଆଦି ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଥିଲା I ଆଗାମୀ ଦିନରେ ସରକାର ଯଦି ଯାଦବ ସମାଜକୁ ଅବହେଳା କରିବେ ତାହେଲେ ଯାଦବ ସମାଜ ରାଜରାସ୍ତାକୁ ଓଲ୍ଲାଇ ଆନ୍ଦୋଳନ କରାଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି I

ଏଥିରେ ଅଖିଳ ଭାରତୀୟ ଯାଦବ ସମାଜ ସମ୍ପାଦକ ତଥା ବରଗଡ଼ ଜିଲ୍ଲା ଯାଦବ ସମାଜ ସଭାପତି ରାଜୁ ଘିବିଲା, ସୁବର୍ଣ୍ଣପୁର ଜିଲ୍ଲା ଯାଦବ ସମାଜ ଯୁବ ସଭାପତି ତପନ ଜୁଆଡି,ଜିଲ୍ଲା ଯୁବ ସମ୍ପାଦକ, ନିର୍ମଳ ଷାଣ୍ଡ,ବିନିକା ଯାଦବ ସମାଜ ପୂଜା କମିଟି ସଭାପତି ଦେବରାଜ ଗରିଆ, ପୂଜା ସମ୍ପାଦକ କୃଷ୍ଣଚନ୍ଦ୍ର ବନଛୋର, ବରିଷ୍ଠ କାର୍ଯ୍ୟକର୍ତ୍ତା ଶଙ୍ଖନାଦ ସାଲମା, ଗୋପବନ୍ଧୁ ଭୁଏ, ଉମାକାନ୍ତ ଦୀପ, ପଦ୍ମଲୋଚନ କାଲସେ, ଧନୁ ବଗର୍ତ୍ତି , ବଳ ଦୀପ, ବ୍ରଜବିହାରୀ ବାଗ, ସନ୍ତୋଷ ସାଣ୍ଢ, ସମଲେଶ୍ୱରୀ ମନ୍ଦିର ପୂଜକ ପୁରନ୍ଦର ଗରିଆ, ବନ ବିହାରୀ ରାଜହଂସ, ଆଲୋକ ରାଜହଂସଙ୍କ ସମେତ ପଡୋଶୀ ଜିଲ୍ଲାର ସଭାପତି ସମ୍ପାଦକ ମାନେ ଉପସ୍ଥିତ ରହିଥିଲେ l ସେହିପରି ବୃନ୍ଦାବନ ଦୀପ ମଞ୍ଚ ପରିଚାଳନା କରିଥିବା ବେଳେ ମନଗଡୁ ଯୁଆଡି ଧନ୍ୟବାଦ ଅର୍ପଣ କରିଥିଲେ I ତେବେ ଏଇ ବନ୍ଧୁ ମିଳନ ସମାବେଶରେ ବିନିକା ସହରାଞ୍ଚଳ ଓ ବ୍ଲକ ସ୍ତରୀୟ ସମସ୍ତ ଯାଦବ ସମାଜର ଭାଇମାନେ ସାମିଲ ହୋଇଥିବା ବେଳେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଶତାଧିକ ଯାଦବ ସମାଜର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
