October 23, 2025
Home » ଯୁଦ୍ଧ ର ପ୍ରବଣତା ସ୍ୱରୂପ ଲୋକଙ୍କୁ ଭୟଭୀତ କରା ନ ଯିବାକୁ ଆହ୍ବାନ ! :- ଇସକଫ୍

ଯୁଦ୍ଧ ର ପ୍ରବଣତା ସ୍ୱରୂପ ଲୋକଙ୍କୁ ଭୟଭୀତ କରା ନ ଯିବାକୁ ଆହ୍ବାନ ! :- ଇସକଫ୍

0
WhatsApp Image 2025-10-05 at 9.30.16 PM (1)

 

ଛତ୍ରପୁର: ଦେଶ ଦେଶ ମଧ୍ୟରେ ମୈତ୍ରିତ୍ଵ ଆନୟନ କରାଯିବା ନିମନ୍ତେ ଦେଶ ର ଶାସକଙ୍କ ପକ୍ଷରୁ ଉଦ୍ୟମ ଆବଶ୍ୟକ । ପଡ଼ୋଶୀ ରାଷ୍ଟ୍ର ସହ ଯୁଦ୍ଧ କରିବାକୁ ଉସୁକାଇବା ଠିକ୍ ନୁହେଁ, ଦ୍ୱିପାକ୍ଷିକ ଆଲୋଚନା ମଧ୍ୟରେ ସମାଧାନ କରିବା ଆବଶ୍ୟକ, ଦେଶ ଦେଶ ମଧ୍ୟରେ ଶାନ୍ତି ମୈତ୍ରିତ୍ୱ ସ୍ଥାପନ ଜରୁରୀ ବୋଲି ଇସକଫ୍ ପକ୍ଷରୁ ମତପ୍ରକାଶ ପାଇଛି । ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ୍)ର ୧୫ତମ ଗଞ୍ଜାମ ଜିଲ୍ଲା ସମ୍ମିଳନୀ ରବିବାର ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଅନୁଷ୍ଠିତ ହୋଇଯାଇଛି ।

ଛତ୍ରପୁର ସ୍ଥିତ ପବ୍ଲିକ ସ୍କୁଲ ଠାରେ ଇସକଫ୍ ଆନୁକୁଲ୍ୟରେ ଅନୁଷ୍ଠିତ ମୈତ୍ରୀ ସମ୍ମିଳନୀରେ ବିଶ୍ୱରେ ସଦଦ୍ଭାବନା ସଂସ୍କୃତି, ଶାନ୍ତି ମୈତ୍ରୀ ରକ୍ଷା କରିବାକୁ ବରିଷ୍ଠ ନେତ୍ତୃବର୍ଗ ମତପ୍ରକାଶ କରିଛନ୍ତି ।ଗଞ୍ଜାମ ଜିଲ୍ଲା ସଭାପତି ହର ପ୍ରସାଦ ରଥ ଏହି କାର୍ଯ୍ୟକ୍ରମ ରେ ସଭାପତିତ୍ବ କରିଥିଲେ। ଅଭ୍ୟର୍ଥନା ସମିତି ଅଧ୍ୟକ୍ଷ ପ୍ରଫୁଲ୍ଲ କୁମର ପଟ୍ଟନାୟକ ସ୍ବାଗତ ସମ୍ଭାଷଣ ଦେଇ ସଦସ୍ୟମଣ୍ଡଳୀ,କମ୍ରେଡ, ସାଥୀ ଙ୍କୁ ସାଧୁବାଦ ଜଣାଇଥିଲେ । ଇସକଫ୍ ରାଜ୍ୟ ସାଧାରଣ ସମ୍ପାଦକ ଜାନକୀ ବଲ୍ଲଭ ମହାନ୍ତି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମାଜ ବିଜ୍ଞାନୀ ତଥା ବରିଷ୍ଠ ଆଇନଜୀବି ଭଗବାନ ସାହୁ, ଛତ୍ରପୁର ପୂର୍ବତନ ବିଧାୟକ ଅଶୋକ ଚୋୖଧୁରୀ, ଆଇନଜୀବି ଅବନୀ ଚନ୍ଦ୍ର ଗୟା, ଇସକଫ୍ ରାଜ୍ୟ ସଭାପତି ମଣ୍ଡଳୀ ସଦସ୍ୟ ଆଇନଜ୍ଞ ଗୋକୁଳ ଚନ୍ଦ୍ର ପଣ୍ଡା, ଶିକ୍ଷାବିତ କୁମାର ପ୍ରିୟଦର୍ଶୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।
ଯୁଦ୍ଧ ବିରୁଦ୍ଧରେ ଶାନ୍ତିର ବାର୍ତ୍ତା ପ୍ରଚାର କରିବା, ସାମ୍ପ୍ରଦାୟିକ ସଦ୍ଭାବ ପ୍ରତିଷ୍ଠା କରିବା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ମୈତ୍ରୀ ବନ୍ଧନକୁ ସୁଦୃଢ କରିବା ଏହି ସଂଗଠନର ମୂଖ୍ୟ ଉଦ୍ଦେଶ୍ୟ ବୋଲି ଅତିଥିଗଣ ମତପ୍ରକାଶ କରିଥିଲେ ।

ପରେ ଜିଲ୍ଲା ସମ୍ପାଦକ ବିଦେଶୀ ନାହାକ ସାଂଗଠନିକ ରିପୋର୍ଟ ଉପସ୍ଥାପନ କରିଥିଲେ। ଡ଼ଃ. ରାଜେନ୍ଦ୍ର ପ୍ରସାଦ ଦାସ୍, ଆଇନଜିବୀ ଆଦିତ୍ୟ ନାରାୟଣ ଶତପଥୀ ଙ୍କ ସମେତ ବହୁ ବ୍ୟକ୍ତି ଯୋଗଦେଇ ସଂଗଠନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ବ୍ୟବସ୍ଥା ଦିଗରେ ଜନସାଧାରଣ ଙ୍କ ହିତ ଦୃଷ୍ଟିକୁ ଆଲୋକପାତ କରିଥିଲେ ।ଏହି ଅବସରରେ ଆଗାମୀ ବର୍ଷ ପାଇଁ କର୍ମକର୍ତ୍ତା ଚୟନ କରାଯାଇ ହର ପ୍ରସାଦ ରଥଙ୍କୁ ପୁଣି ସଭାପତି ଚୟନ କରାଯାଇଥିବା ବେଳେ ଆଇନଜୀବି କୈଳାସ ପଲେଇଙ୍କୁ ଜିଲ୍ଲା ସମ୍ପାଦକ ଚୟନ କରାଯାଇଥିଲା। ସମ୍ମିଳନୀ ପରିଚାଳନାରେ ନୀଳକଣ୍ଠ ଦାସ, ଡି.ଆଦିନାରାୟଣ ରେଡ୍ଡୀ, ବରିଷ୍ଠ କମ୍ୟୁନିଷ୍ଟ ପାର୍ଟିର ନେତା ଏସ.କ୍ରିଷ୍ଣା ରେଡ୍ଡୀ, ଆଦିତ୍ୟ ମିଶ୍ର, ତ୍ରିନାଥ ରେଡ୍ଡୀ ପ୍ରମୁଖ ସହଯୋଗ କରିଥିବା ବେଳେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ପ୍ରତିନିଧି ଏଥିରେ ଅଂଶଗ୍ରହଣ କରିଥିଲେ।।

 

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *