April 28, 2025
Home » ଯୁଲୁଣ୍ଡା ଗ୍ରାମରେ ପ୍ରଶାସନ ଦ୍ୱାରା ଜବରଦଖଲ ଉଚ୍ଛେଦ

ଯୁଲୁଣ୍ଡା ଗ୍ରାମରେ ପ୍ରଶାସନ ଦ୍ୱାରା ଜବରଦଖଲ ଉଚ୍ଛେଦ

0
WhatsApp Image 2024-08-31 at 3.49.24 PM

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଯୁଲୁଣ୍ଡା ଗ୍ରାମର ମଧ୍ୟଭାଗ ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ଜବରଦଖଲ କରି ରଖି ଥିବା ଗୃହ କୁ ଆଜି ପ୍ରଶାସନ ଉଚ୍ଛେଦ କରିଛି । ଉଚ୍ଛେଦ ପରେ ଯୁଲୁଣ୍ଡl ରାସ୍ତା ସମସ୍ୟା ସମାଧାନ ହେବ
ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏହି ରାସ୍ତା ପ୍ରଶସ୍ତି କରଣ ଚାଲି ଥିବା ବେଳେ ରାସ୍ତା ଜବର ଦଖଲ ଥିବାରୁ ଦୀର୍ଘ ମାସ ହେବ ରାସ୍ତାକାମ ଅଗ୍ରଗତି ହୋଇ ପାରୁ ନଥିଲା। ଫଳରେ ସେହି ରାସ୍ତାରେ ଗମନା ଗମନ ବାଧାପ୍ରାପ୍ତ ହେବାସହ ଛାତ୍ର ଛାତ୍ରୀ ବିଦ୍ୟାଳୟ କୁ ଯିବା ଆସିବା ବନ୍ଦ କରି ଦେଇଥିଲେ। ଆଜି ଜବର ଦଖଲ ହଟିବାରୁ ଗ୍ର୍ରାମବାସୀ ଆଶ୍ୱସ୍ତି ଅନୁଭବ କରିଥିବା ଜଣାପଡ଼ିଛି। ଆଗକୁ ତୁରନ୍ତ ରାସ୍ତା କାମ ସାରିବାକୁ ଗ୍ରାମବାସୀ ପ୍ରଶାସନ ପାଖରେ ଦାବି ରଖିଛନ୍ତି। ଏହି ଜବରଦଖଲ ଉଚ୍ଛେଦ ବେଳେ ମାଜିଷ୍ଟେଟ ଭାବରେ ବିନିକାର ଅତିରିକ୍ତ ତହସିଲଦାର ଦୟାରାମ ମେହେର,ତହସିଲ କର୍ମଚାରୀ ହେତେଶ ପୂଝାରୀ, ଲଛିପୁର ଆଇଆଇସି ରଞ୍ଜିତ ସାହୁ, ଏସଆଇ ସରୋଜ ପାଣିଗ୍ରାହୀ,ରେଭୁନୁ ସୁପର ଭାଇଜର ପ୍ରିୟବ୍ରତ ସେଠୀ,ମେଘଳା ରାଜସ୍ବ ନିରୀକ୍ଷକ ଘନଶ୍ୟାମ ବେହେରା,ଅମିନ ଖଗେଶ୍ବର ସାହୁ , ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରାଣବନ୍ଧୁ ରାଉତଙ୍କ ସମେତ ୨ ପ୍ଳାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲେ l

 

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *