December 23, 2025
Home » ଯୋଗ ମହୋତ୍ସବ ସମିତି ହରଭଙ୍ଗା ଖଣ୍ଡର କାର୍ଯ୍ୟକାରୀ କମିଟି ଗଠିତ

ଯୋଗ ମହୋତ୍ସବ ସମିତି ହରଭଙ୍ଗା ଖଣ୍ଡର କାର୍ଯ୍ୟକାରୀ କମିଟି ଗଠିତ

0
WhatsApp Image 2025-12-16 at 1.43.11 PM

ସୁବର୍ଣ୍ଣପୁର — ଯୋଗ ମହୋତ୍ସବ ସମିତି ହରଭଙ୍ଗା ଖଣ୍ଡ ର କାର୍ଯ୍ୟକାରୀ କମିଟି ଗଠିତ ଗୋଇଯାଇଛି l ଅମୀୟ କୁମାର ଦାସ, ସଂଯୋଜକ,ପ୍ରାନ୍ତ ଯୋଗ ମହୋତ୍ସବ ସମିତି ଓ ସତ୍ୟ ଶୋଭନ ମିଶ୍ର, ସହ ସମ୍ପାଦକ, ପ୍ରାନ୍ତ ଯୋଗ ମହୋତ୍ସବ ସମିତି ଙ୍କ ଉପସ୍ଥିତିରେ ଭୈରବୀ ଡ଼ିଗ୍ରୀ ମହାବିଦ୍ୟାଳୟ ଠାରେ ଗଠନ କରାଯାଇଛି l ହରଭଙ୍ଗା ଖଣ୍ଡ ସମିତି ର ଖଣ୍ଡ ସଂଯୋଜକ ଭାବେ କୁମୁଦ ଚନ୍ଦ୍ର ପ୍ରଧାନ ସହ ସଂଯୋଜକ ବାଲକୃଷ୍ଣ ପାତ୍ର, ସହ ସଂଯୋଜିକା ଶାନ୍ତିଲତା ମହାକୁଡ଼, ସଦସ୍ୟ ଭାବେ ସତ୍ୟ ନାରାୟଣ ନାୟକ, ସୁଜାତା ସେଠି, ରଞ୍ଜିତ ସାମଲ, ସିଦ୍ଧେଶ୍ୱର ପାଢ଼ୀ,ମୁଖ୍ୟ ଉପଦେଷ୍ଟା ଭାବେ ରାଜ କିଶୋର ଅଗ୍ରୱାଲ ଓ ବାଳକୃଷ୍ଣ ନାୟକ ଙ୍କୁ ମନୋନୀତ କରାଯାଇଛି l ପ୍ରତି ଗ୍ରାମ ପଂଚାୟତ ରୁ ଅନ୍ୟୁନ ୫ ଜଣ ଯୋଗ ଶିକ୍ଷାର୍ଥୀ ଚୟନ କରି ତାହାର ତାଲିକା ପ୍ରାନ୍ତ କୁ ପଠାଇବା ପାଇଁ ସୂଚନା ଦିଆଗଲା l ପ୍ରତି ବିଦ୍ୟାଳୟ ଓ ମହାବିଦ୍ୟାଳୟ ରେ ଯୋଜନା ସ୍ଥିର କରି ଯୋଗ ର ଅନ ଲାଇନ ଓ ଅଫ ଲାଇନ କ୍ଲାସ କରାଇ ପରୀକ୍ଷା କରାଇବା କଥା ଆଲୋଚନା ହୋଇଥିଲା l ଯେଉଁ ମାନେ ଉର୍ତ୍ତୀର୍ଣ୍ଣ ହେବେ ତାଙ୍କୁ ଭାରତ ସରକାର ଙ୍କ ଆୟୁଷ ମନ୍ତ୍ରାଳୟ ତରଫରୁ ମାନପତ୍ର ପ୍ରଦାନ କରାଯିବ l ଯାହା ଦ୍ୱାରା ଆଗାମୀ ଦିନରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରେ ଇନଷ୍ଟ୍ରକ୍ଟର ଓ ଇଭାଲୁଏଟର ପଦରେ ମାନ୍ୟତା ପାଇବେ l ଆସନ୍ତା ଫେବୃଆରୀ ୮ ତାରିଖରେ ଯୋଗ ଶିକ୍ଷକ ସମ୍ମିଳନୀ କରାଯିବା ପାଇଁ ଏହି ବୈଠକରେ ସ୍ଥିର କରାଯାଇଛି l ଜାତୀୟ ସ୍ୱାସ୍ଥ୍ୟ ମିଶନ ର ଯୋଗ ଶିକ୍ଷକ ବ୍ରଜ ଭାଇ ଯୋଗ ଶିକ୍ଷା ଦେବେ ବୋଲି ମତ ପ୍ରକାଶ ପାଇଲା l ମା ଭୈରବୀ ଯୋଗ ଶାଖା ର ସମସ୍ତ ସ୍ୱୟଂସେବକ ଲବ କିଶୋର ପ୍ରଧାନ, ଝଡିଆ ବେହେରା, କାର୍ତ୍ତିକେଶ୍ୱର ସାହୁ, ଭାଗିରଥି ଦାସ, ଓ ରମେଶ ତାରେଣିଆ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ l ଶେଷରେ ଶାନ୍ତି ପାଠ ସହ ବୈଠକ ଶେଷ କରାଯାଇଥିଲା l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *