ଯୋଗାଳୟ ରେ ଯୋଗ ସମ୍ବର୍ଦ୍ଧନା
ଭୁବନେଶ୍ବର – ପୋଖରୀପୁଟ ମଧୁସୂଦନ ପାର୍କ ଶ୍ରୀ ଜଗନ୍ନାଥ ଯୋଗାଳୟରେ ଜଣେ ଯୋଗୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଯୋଗୀ ନିରଞ୍ଜନ ସେନାପତି ବିଦେଶ ଭ୍ରମଣରୁ ପ୍ରତ୍ୟାବର୍ତ୍ତନ କରିବାପରେ ଯୋଗାଳୟ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ବରିଷ୍ଠ ସ୍ତମ୍ଭକାର ନିର୍ମଳ ଚନ୍ଦ୍ର ସାମଲ ଙ୍କ ଅଧ୍ୟକ୍ଷତାରେ ସ୍ୱାଗତ୍ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା। ଅବସରପ୍ରାପ୍ତ ବନ ଅଧିକାରୀ ହର୍ଷବର୍ଦ୍ଧନ ଉଦ୍ଗାତା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶ୍ରୀ ସେନାପତିଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ୍ ଜଣାଇଥିଲେ। ଶ୍ରୀ ସେନାପତି ତାଙ୍କ ଅନୁଭୂତିରେ କହିଲେ ଯେ ଭାରତର ସଂସ୍କୃତି ଅତି ମହାନ୍। ତନ୍ମଧ୍ୟରେ ଆମରାଜ୍ୟର ରୀତିନୀତି ସ୍ନେହଶ୍ରଦ୍ଧା ଓ ଭାଇଚାରା ବିଦେଶରେ ବିରଳ। ସଭାପତି ଶ୍ରୀ ସାମଲ କହିଲେ ଯେ ପାଶ୍ଚାତ୍ୟ ସଂସ୍କୃତି ଅପେକ୍ଷା ଆମ ସଂସ୍କୃତି ସବୁଠାରୁ ମହାନ୍। ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଆମର କାମ୍ୟହେବା ଉଚିତ୍। ଅନ୍ୟନ୍ୟ ମାନଙ୍କ ମଧ୍ୟରେ ଉପଦେଷ୍ଟା ପଠାଣି ବେହେରା, ଅଭୟ ମହାପାତ୍ର, ନାରାୟଣ କର, ସୀମାଚଳ ପାଢି, ରମେଶ ପାତ୍ର, ତରଣୀ ସେନ ନାୟକ, କୃଷ୍ନ ପ୍ରସାଦ ଜେନା, ଡଃ ବାଳକୃଷ୍ଣ ପ୍ରହରାଜ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଶିଶିର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
