September 25, 2026
Home » ରକ୍ତଦାନ ଶିବିର କରି ସଭାପତିଙ୍କ ଜନ୍ମଦିନ ପାଳନ କଳା ଜିଲ୍ଲା ସମାଜସେବୀ ସଙ୍ଘ ବରଗଡ଼

ରକ୍ତଦାନ ଶିବିର କରି ସଭାପତିଙ୍କ ଜନ୍ମଦିନ ପାଳନ କଳା ଜିଲ୍ଲା ସମାଜସେବୀ ସଙ୍ଘ ବରଗଡ଼

0
WhatsApp Image 2026-09-25 at 4.22.47 PM

ରକ୍ତଦାନ ଶ୍ରେଷ୍ଠ ଦାନ l ରକ୍ତଦାନ_ଜୀବନ_ଦାନ ll

ବୁଧବାର ଦିନ ଜିଲ୍ଲା ସମାଜସେବୀ ସଙ୍ଘ ର ପ୍ରତିଷ୍ଠା ତଥା ରାଜ୍ୟ ସମାଜସେବୀ ମହା ସଂଘ ସଭାପତି ଡ଼ ବଳିଷ୍ଠ ଦୁର୍ଗା ଙ୍କ ଶୁଭ ଜନ୍ମଦିନ ଅବସରେ ଏକ ସ୍ୱଚ୍ଛlକୃତ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା | ଏହି ଶିବିର ବରଗଡ଼ ଜିଲ୍ଲା ଆର, ଟି, ଓ କାର୍ଯ୍ୟାଳୟ ପାଖ ହନୁମାନ ମନ୍ଦିର ରେ ଆୟୋଜନ ହୋଇ ଥିଲା |ଏହି ଶିବିର ରେ ବରଗଡ଼ ଜିଲ୍ଲା ର ବିଭିନ୍ନ ସଂଗଠନ, ବିଭିନ୍ନ ଗ୍ରାମ ପଞ୍ଚାୟତ ର ଯୁବକ ମାନେ ଏବଂ ଜିଲ୍ଲା ସମାଜସେବୀ ସଙ୍ଘ ର ସଦସ୍ୟ ସଦସ୍ୟା ମାନେ ରକ୍ତଦାନ କରିଛନ୍ତି | ବର୍ତ୍ତମାନ ପ୍ରତ୍ୟେକ ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ କୁ ଦୂର କରିବା ପାଇଁ ଏହି ପ୍ରୟାସ କରିଛନ୍ତି |ଏହି ରକ୍ତଦାନ ଶିବିର ଜିଲ୍ଲା ସମାଜସେବୀ ସଙ୍ଘ ର ସଭାପତି ଙ୍କୁ ଉପହାର ସ୍ୱରୂପ ଦିଆ ଯାଇଛି |ଏହି ଶିବିରରେ ସର୍ବମୋଟ 21 ୟୁନିଟ ବରଗଡ଼ ରକ୍ତଭଣ୍ଡାର ଭ୍ରମଣଗାଡି ଦ୍ଵାରା ସଂଗ୍ରହ କରାଯାଇଛି | ଏହି ଶିବିରକୁ ଯୁବ ନେତା ତଥା ସମାଜସେବୀ ଶ୍ରୀମାନ ନବକିଶୋର ପାଣିଗ୍ରାହୀ ଫିତା କାଟି ଉଦଘାଟନ କରିଥିବା ବେଳେ ସମାଜସେବୀ ତଥା ଶିକ୍ଷାବିତ ପୂର୍ବତନ କାମଗାଁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ପହଣ୍ଡି ମହାବିଦ୍ୟାଳୟର ପ୍ରତିଷ୍ଠା ଶ୍ରୀମାନ ପ୍ରେମାନନ୍ଦ ପଟେଲ ସହିତ ସମାଜସେବୀ ସଙ୍ଘ ର ବରିଷ୍ଠ ସଦସ୍ୟ ମିଠାରାମ ସାହୁ, ଅଶୋକ ଅଗ୍ରୱାଲ,ମୋହନଲାଲ ଅଗ୍ରୱାଲ,ନିକୁଞ୍ଜ ମହାରଣା,ଜୟନ୍ତ ଭୁଏ,
ବସନ୍ତ ବାଗ, ଶିବ ଲୁହ, ନାରାୟଣ ସିଂ, ପରମେଶ୍ୱର ନାଥ,ଅନିଲ ଦାସ ରଞ୍ଜନ ସାହୁ, ଅନନ୍ତ ପ୍ରଧାନ, ପ୍ରବେଶ ରଏ, ହରମିତ ସିଂ, ପ୍ରବୀଣ ସାହୁ, ପରମେଶ୍ୱର ନାଥ, ନାରାୟଣ ସିଂ ରାଜେଶ ପୁରୋହିତ, ବସନ୍ତ ବାଗ ଏବଂ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ | ସମସ୍ତେ ମିଶି ଏହି ଶିବିରକୁ ସଫଳ କରି ଥିବାରୁ ଜିଲ୍ଲା ସମାଜସେବୀ ସଙ୍ଘ ତରଫରୁ ସମସ୍ତ ରକ୍ତଦାତା ଙ୍କୁ ବହୁତ ବହୁତ ଧନ୍ୟବାଦ |ଜିଲ୍ଲା ସମାଜସେବୀ ସଙ୍ଘ ବରଗଡ଼ ଏକାକୀ ସବୁକିଛି କରିପାରିବ ନାହିଁ କିନ୍ତୁ ଆମେ ସମସ୍ତେ ଚାହିଁଲେ ସମାଜରେ କେହି ରକ୍ତଅଭାବରୁ ମରିବେ ନାହିଁ।ରକ୍ତ ର ବିକଳ୍ପ ନାହିଁ,ରକ୍ତଦାନ କରନ୍ତୁ ଜୀବନ ବଞ୍ଚାନ୍ତୁ l

ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ,

Leave a Reply

Your email address will not be published. Required fields are marked *