July 17, 2026
Home » ରକ୍ଷକ ସାଜିଛି ଭକ୍ଷକ : ଗଞ୍ଜେଇ ମାଫିଆ ଙ୍କ ଲିଙ୍କ ରେ ପୋଲିସ ଅଧିକାରୀ l

ରକ୍ଷକ ସାଜିଛି ଭକ୍ଷକ : ଗଞ୍ଜେଇ ମାଫିଆ ଙ୍କ ଲିଙ୍କ ରେ ପୋଲିସ ଅଧିକାରୀ l

0
WhatsApp Image 2026-07-17 at 1.00.38 PM

ସୁବର୍ଣ୍ଣପୁର —- ଚୋରା ଗଞ୍ଜେଇ କାରବାର ରେ ଲିପ୍ତ ରହୁଛନ୍ତି ପୋଲିସ ଅଧିକାରୀ ଓ କର୍ମଚାରୀ l ଯେଉଁ ମାନେ ଚୋରା ଗଞ୍ଜେଇ କୁ ଧରିବା କଥା ସେମାନେ ମାଫିଆ ଙ୍କ ସହ ମିଶି ଏପରି କାରବାର କୁ ପ୍ରୋତ୍ସାହନ ଦେଉଛନ୍ତି l ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବରେ ଗଞ୍ଜେଇ ମାଫିଆ ଙ୍କୁ ସହଯୋଗ କରୁଛନ୍ତି l ବେଆଇନ ଗଞ୍ଜେଇ କାରବାର ରେ ବୌଦ୍ଧ ର ବହୁ ପୋଲିସ ଅଧିକାରୀ ମାଫିଆ ଙ୍କ ଲିଙ୍କ ରେ ରହିଛନ୍ତି l ମନମୁଣ୍ଡା ଥାନା ର ପୂର୍ବତନ ଥାନାଧିକାରୀ ସସ୍ମିତା ମଗର ଗଞ୍ଜେଇ ମାଫିଆ ଙ୍କ ସହିତ ହ୍ଵାଟ୍ସଆପ ରେ ଚାଟ କରି ବିଭିନ୍ନ ସୂଚନା ଆଦାନପ୍ରଦାନ କରିଥିବା ଜଣାପଡିଛି l ଏ ନେଇ ଏକ ଚିଠି ସାମାଜିକ ଗଣମାଧ୍ୟମ ରେ ଘୁରି ବୁଲୁଛି l ପତ୍ର ଟି ଜିଲ୍ଲା ପୋଲିସ ମୁଖ୍ୟାଳୟ ରୁ ଗତ 04/04/2026 ନମ୍ବର 463 ରେ ତାଙ୍କ ପାଖକୁ ପଠାଯାଇଛି l ପ୍ରକାଶ ଯେ, ବୌଦ୍ଧ ଜିଲ୍ଲା ଗଞ୍ଜେଇ ମାଫିଆ ଙ୍କ ଭୂସ୍ବର୍ଗ ପାଲଟିଛି l ଗଞ୍ଜେଇ ମାଫିଆ ମାନେ ଅନେକ ପୋଲିସ ଓ ଅବକାରୀ ବିଭାଗ ର ଅଧିକାରୀ ଓ କର୍ମଚାରୀ ଙ୍କ ମାଧ୍ୟମରେ ସେମାନଙ୍କ ବେଆଇନ ଗଞ୍ଜେଇ କାରବାର ଚଳାଇଛନ୍ତି l ବିଭିନ୍ନ ସମୟରେ ପୋଲିସ କର୍ମଚାରୀ ମାନେ ଧରାପଡି ଗିରଫ ମଧ୍ୟ ହୋଇଛନ୍ତି l ଅନେକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି l ଗତ 5 ବର୍ଷ ରେ 10 ରୁ ଉର୍ଦ୍ଧ୍ୱ କର୍ମଚାରୀ ଗିରଫ ହୋଇଥିବା ଜଣାପଡିଛି l ତଥାପି ଏହି ସଂଖ୍ୟା କମିବାର ନାଁ ନେଉନାହିଁ l ମନମୁଣ୍ଡା ଥାନାଧିକାରୀ ସସ୍ମିତା ମଗର ଙ୍କ ନାମ ମାଫିଆ ଙ୍କ ଲିଙ୍କ ରେ ଥିବା ନେଇ ଚିଠି ରେ ଉଲ୍ଲେଖ ରହିଛି ଯେ, ସେ ନିଶା ବ୍ୟବସାୟୀ ଙ୍କ ସହିତ ସମ୍ପର୍କ ରଖିଛନ୍ତି ଏବଂ ପୋଲିସ ଗିରଫଦାରୀ କୁ ଏଡାଇବା ପାଇଁ ସେମାନଙ୍କୁ ସହଯୋଗ କରୁଛନ୍ତି l ଏ ସମ୍ପର୍କ ରେ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ଙ୍କ ପତ୍ର ସଂଖ୍ୟା – 36/Con.17/03/2026 ରେ ଉଲ୍ଲେଖ କରାଯାଇଛି l ଗତ 15/04/2026 ତାରିଖ ମଧ୍ୟରେ ଏହାର ଉତ୍ତର ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା l ନିର୍ଦ୍ଧାରିତ ସମୟ ମଧ୍ୟରେ ଉତ୍ତର ନ ଦିଅନ୍ତି, ତା ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚିଠି ରେ ଉଲ୍ଲେଖ ରହିଥିଲା l ହେଲେ ଏହି ଚିଠି ର ଉତ୍ତର ପୂର୍ବତନ ଥାନାଧିକାରୀ ସସ୍ମିତା ମଗର ସମୟସୀମା ମଧ୍ୟରେ ଦେଇଛନ୍ତି କି ନାହିଁ ତାହା ଜଣାପଡ଼ିନାହିଁ l ଗତ କିଛି ମାସ ତଳେ ବୌଦ୍ଧ ଜିଲ୍ଲା ରୁ ଏକ କଣ୍ଟେନର ଯୋଗେ ବାହାରକୁ ଗଞ୍ଜେଇ ଚାଲାଣ ହେଉଥିଲା l ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅଞ୍ଚଳ ରେ ଉକ୍ତ ଗାଡିକୁ ସୁବଳୟା ପୋଲିସ ଜବତ କରିବା ସହିତ ଗଞ୍ଜେଇ କୁ ମଧ୍ୟ ଜବତ କରିଥିଲା l ଏଥିରେ ମନମୁଣ୍ଡା ଥାନା ଅଞ୍ଚଳ ର ଜଣେ ଯୁବକ ସମ୍ପୃକ୍ତି ଥିବା ନେଇ ପୋଲିସ ତଦନ୍ତ ରୁ ଜାଣିବାକୁ ପାଇଥିଲା l ତାକୁ ଧରିବା ପାଇଁ ପୋଲିସ ବାରମ୍ବାର ମନମୁଣ୍ଡା ଥାନା ଅଞ୍ଚଳ କୁ ଆସି ବିଫଳ ହୋଇଥିଲା l ଶେଷରେ ତାକୁ ଧରିବାରେ ସୁବର୍ଣ୍ଣପୁର ପୋଲିସ ସଫଳ ହୋଇଥିଲା l ତାକୁ ପୋଲିସ ଜେରା କରିବାରୁ ବିଭିନ୍ନ ତଥ୍ୟ ସାମ୍ନା କୁ ଆସିଥିଲା l ସମ୍ପୃକ୍ତ ଅଭିଯୁକ୍ତ ର ମୋବାଇଲ ଜବତ ପରେ ସେଥିରେ ପୂର୍ବତନ ମନମୁଣ୍ଡା ଥାନାଧିକାରୀ ସସ୍ମିତା ମଗର ଙ୍କ ସହିତ ସମ୍ପୃକ୍ତି ଥିବା ଜଣାପଡିଥିଲା l ଏହାପରେ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ବୌଦ୍ଧ ଆରକ୍ଷୀ ଅଧିକ୍ଷକ ଙ୍କୁ ସୂଚନା ଦେଇଥିଲେ l ଏହି ଘଟଣା ପରେ ଚିଠି ଟି ଜାରି ହୋଇଥିବା ଜଣାପଡିଛି l ହେଲେ ଏହାର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ବିଷୟ ରେ କୌଣସି ତଥ୍ୟ ପୋଲିସ ପାଖରୁ ମିଳିନାହିଁ l ପୋଲିସ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ନେଉଛି କି ନାହିଁ ତାହା ଦେଖିବାକୁ ବାକି ରହିଲା l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *