July 1, 2025
Home » ରଙ୍ଗର ପର୍ବ ହୋଲି ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ

ରଙ୍ଗର ପର୍ବ ହୋଲି ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ

0
WhatsApp Image 2025-03-12 at 12.23.11 PM

ଆଉ ଗୋଟିଏ ଦିନ ପରେ ଦୋଳ ଉତ୍ସବ ଅନୁଷ୍ଠିତ ହେବ, ଏଥିପାଇଁ ସହର ଠାରୁ ମଫସଲ ଯାଏଁ ଥିବା ବିଭିର୍ଣ୍ଣ ମନ୍ଦିର ଗୁଡିକରେ ଦୋଳ ପୁର୍ଣିମା ଓ ହୋଲି ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯାୟରେ ପହଞ୍ଚିଛି, ବିଭିର୍ଣ୍ଣ ମନ୍ଦିର ପରିସରରେ ଥିବା ଦୋଳବେଦୀ ଗୁଡିକୁ ରଙ୍ଗୀନ କରାଯାଇଛି, ଶ୍ରୀମନ୍ଦିରରେ ମଧ୍ୟ ଫଗୁ ଦଶମିଠାରୁ ଦୋଳପୁର୍ଣିମା ପର୍ଯ୍ୟନ୍ତ ସ୍ୱତନ୍ତ୍ର ନୀତି ଶ୍ରୀ ଜୀଉ ମାନଙ୍କର ଅନୁଷ୍ଠିତ ହୋଇଛି, ଶ୍ରୀ ଜୀଉମାନେ ଚାଚେରୀ ବେଶ ରତ୍ନ ସିଂହାସନ ଉପରେ ଅନୁଷ୍ଠିତ ହୋଇ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି,

ଦୋଳ ପୂର୍ଣ୍ଣିମା ଦିନ ଶ୍ରୀ ଜୀଉମାନଙ୍କର ରାଜ ରାଜେଶ୍ୱର ବେଶ ବା ସୁନାବେଶ ଅନୁଷ୍ଠିତ ହେବ। ଦୋଳପୁର୍ଣିମା ଦିନ ସକାଳ ଧୂପ ବଢିବାପରେ ମନ୍ଦିରରୁ ଶ୍ରୀ ଜୀଉମାନେ ମଣିବିମାନରେ ଦୋଳବେଦୀକୁ ଯାତ୍ରାକରିବେ , ମଣିବିମାନରେ ରାମକୃଷ୍ଣ, ଭୁଦେବି, ଶ୍ରୀଦେବୀ ଓ ପାଲିଙ୍କିରେ ମଦନ ମୋହନ ଦୋଳବେଦୀକୁ ବିଜେ କରିବେ। ସହରର ବିଭିର୍ଣ୍ଣ ସାହି ଗଳିକନ୍ଦିରେ ବିଭିର୍ଣ୍ଣ ପ୍ରକାରର ରଙ୍ଗ ଓ ପିଚିକାଳିର ପସରା ଖୋଲିଯାଇଛି।

ରଙ୍ଗ ଓ ପିଚଳାଳୀ କିଣିବାପାଇଁ ଦୋକାନ ଗୁଡିକରେ ପ୍ରବଳ ଭିଡ ଲାଗିରହିଛି। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଦୋଳବେଦୀ ଚତୁର୍ପାଶ୍ୱ, ବେଳାଭୂମି ଓ ଅନ୍ୟାନ୍ୟ ପ୍ରମୁଖ ସ୍ଥାନ ଗୁଡିକରେ ପୋଲିସ ମୁତୟନ କରାଯାଇଛି।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *