ରଜ ପାଳିଲେ ସଫେଇ କର୍ମୀ ବି ଏମ୍ ସିର ସ୍ଵତନ୍ତ୍ର ପ୍ରୟାସ

ଭୁବନେଶ୍ବର ମହାନଗର ନିଗମର ବୈଭବ କେନ୍ଦ୍ର ଟିଟିଏସ୍ ଠାରେ ବିଏମ୍ ସି ପକ୍ଷରୁ ଯାକଜମକରେ ପାଳିତ ହୋଇଛି ଭିନ୍ନ ସ୍ଵାଦର ରଜ ମହୋତ୍ସବ ା ଏହି ମହୋତ୍ସବରେ ମେୟର ସୁଲୋଚନା ଦାସ , ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା ମହାମାୟା ସ୍ୱାଇଁ, ସ୍ଥାନୀୟ କର୍ପୋରେଟର ଜୟନ୍ତି ସାହୁ ,କର୍ପୋରେଟର ଭାରତୀ ସିଂ , ଏବଂ ପାଖାପାଖି ୧୫୦ ସଫେଇ କର୍ମଚାରୀ ସାମିଲ୍ ହୋଇଥିଲେ , ଏବଂ ରଜ ଯାହାକି ମୁଖ୍ୟତଃ ମହିଳା ମାନଙ୍କ ପାଇଁ ପାଳନ କରାଯାଏ ସେ ପରିପ୍ରେକ୍ଷୀରେ ସମସ୍ତ ମହିଳା ସଫେଇ କର୍ମଚାରୀଙ୍କୁ ଛୁଟି ଦିଆଯାଇଥିଲା ା
ନିକଟରେ ହୋଇଥିବା ବିମାନ ଦୁର୍ଘଟଣାର ମୃତକଙ୍କ ଆତ୍ମାର ସଦ୍ଗତି ଏବଂ ସେମାନଙ୍କ ପରିବାରକୁ ଧୈର୍ଯ୍ୟ ଦେବାପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ତେବେ ଏହି କାର୍ଯ୍ୟକ୍ରମରେ ପୋଡ ପିଠା ପ୍ରସ୍ତୁତ କରି, ମେହେନ୍ଦି ଓ ଅଳତା ଲଗାଇ ଏବଂ ପାନ ଖାଇ ସମସ୍ତେ ରଜ ସଂକ୍ରାନ୍ତି ପାଳନ କରିଥିଲେ ଓ ଦୋଳିରେ ଝୁଲିଥିଲେ l ଉପସ୍ଥିତ ଥିବା ମେୟର ଏବଂ କର୍ପୋରେଟର ଏଥିରେ ସାମିଲ୍ ହୋଇଥିଲେ l ପରେ ପରେ ନାଚ, ପୁଚି ଓ ଖେଳରେ କାର୍ଯ୍ୟକ୍ରମ ଆଗକୁ ବଢ଼ିଥିଲା l
ସଫେଇ କର୍ମୀଙ୍କ ପାଇଁ ରଜ ଏକ ନିଆରା ପ୍ରୟାସ l ଆମ ସହରକୁ ସଫା ରଖିବାରେ ସେମାନଙ୍କ ଅବଦାନ ର ମହତ୍ତ୍ୱକୁ ଟଙ୍କାରେ ଭରଣା କରିହେବ ନାହିଁ l ପାରିଶ୍ରମିକ ସାଙ୍ଗକୁ ସେମାନଙ୍କ ମାନବିକ ସ୍ଥିତି କୁ ସମ୍ମାନ ଦେବା ଏକ ସାମୁହିକ ଦାୟିତ୍ଵ l ଏଥିପାଇଁ ବି ଏମ୍ ସି ସେମାନଙ୍କୁ ନେଇ ବିଭିନ୍ନ ଗୋଷ୍ଠୀ କାର୍ଯ୍ୟକ୍ରମ ଯାହାକି, ବଡ଼ା ଖାନା, ରାକ୍ଷୀ ପୂର୍ଣ୍ଣିମା ଇତ୍ୟାଦି ଆୟୋଜନ କରିଥାଏ l ଆଜି ଆମେ ରଜ ପର୍ବକୁ ସେମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛୁ lଏହାକୁ ଆମେ ସମସ୍ତେ ନିଜ ଅଞ୍ଚଳରେ କରିଲେ ସେମାନଙ୍କ ତ୍ୟାଗ ର ପ୍ରକୃତ ଉପହାରଟିଏ ଦେଇପାରିବା ବୋଲି କହିଛନ୍ତି
ମାନନୀୟl ମେୟର ସୁଲୋଚନା ଦାସ l