August 21, 2026
Home » ରଥ ଖଳା: ରଥ ନିର୍ମାଣ କାର୍ଯ୍ୟ ୨୯ ତମ ଦିବସ

ରଥ ଖଳା: ରଥ ନିର୍ମାଣ କାର୍ଯ୍ୟ ୨୯ ତମ ଦିବସ

0
WhatsApp Image 2026-05-20 at 8.35.40 AM (1)

ରଥ ନିର୍ମାଣକାରୀଙ୍କ ଉପସ୍ଥାନ
*ତିନିରଥ ମହାରଣା ସେବକ – ୭୭*ତିନିରଥ ଭୋଇ ସେବକ – ୭୭*ତିନିରଥ କରତି ସେବକ – ୪*ତିନିରଥ ରୂପକାର ସେବକ – ୨୧
*ତିନିରଥ କମାର ସେବକ – ୨୦*ତୁମ୍ବ ବିନ୍ଧ କାରିଗର – ୨*ପାହି ମହାରଣା – ୨*ରଥଖଳା ସହାୟକ (ପାଣିବାଲା)୧ମୋଟ – ୨୦୪ ଜଣ
ଆଜି ରଥ ନିର୍ମାଣର ୨୯ ତମ ଦିବସରେ ରଥ ନିର୍ମାଣକାରୀ ସେବକ ବୃନ୍ଦ ସବୁଦିନପରି ଆଜି ସକାଳ ଘ.୮.୦୦ ଟିକା ସମୟ ପୂର୍ବରୁ ରଥ ଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ରଥ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।
ରଥ ନିର୍ମାଣ ଅଗ୍ରଗତିତିନି ରଥର ୪୨ ଚକ ନିର୍ମାଣ ଶେଷ (ଗତକାଲି ସୁଦ୍ଧା ତିନିରଥର ୩୯ ଚକ ନିର୍ମାଣ ଶେଷ ପରେ ତିନି ରଥର ଅନ୍ୟାନ୍ୟ ଅଂଶ ମାନ ନିର୍ମାଣ ସହ ବାକି ତିନି ଗୋଟି ଚକ ର ନିର୍ମାଣ କାର୍ଯ୍ୟ ଜାରୀ ରହିଥିଲା।)
ଆଜି ତିନି ରଥର ବାକି ଥିବା ଶେଷ ଗୋଟିଏ ଗୋଟିଏ ଚକ ନିର୍ମାଣ ପରେ ତିନିରଥ ର ମୋଟ ୪୨ ଚକ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି।
ତିନି ରଥର ଗରଗରା ଚଉପଟ ଆରମ୍ଭ
ଆଜି ତିନି ରଥର ଆରମ୍ଭ ହୋଇଛି “ଗରାଗରା” ଚଉପଟ କାର୍ଯ୍ୟ । ଗାରଗରା ନିର୍ମାଣ ପାଇଁ ଆଜି ଅପରାହ୍ନରେ ରଥ ଅମୀନ ଶ୍ରୀ ଲକ୍ଷ୍ମଣ ମହାପାତ୍ର ଭୋଇ ସେବକଙ୍କ ସହାୟତାରେ ତିନି ରଥ ଚାଳି କୁ ଯୋଗାଇ ଦେଇଛନ୍ତି ୧୪:୧୬ ସାଇଜର ଗରଗରା ନିର୍ମାଣ ପାଇଁ ଦୁଇଟି ଲେଖାଏଁ ୨୦ ଫୁଟିଆ ଧଉରା କାଠ। ତିନି ରଥର ମହାରଣା ସେବକ ମାନେ ଉକ୍ତ ୨୦ ଫୁଟିଆ ଧଉରା କାଠ ର ଚଉପଟ କାର୍ଯ୍ୟ ଆରମ୍ଭ କରିଛନ୍ତି।

ତିନି ରଥର ଅଖ ନିର୍ମାଣ ପାଇଁ ରଥ ଖଳାରେ କାଠ ସାଇତା ଶେଷ
ଆସନ୍ତାକାଲି ତିନି ରଥର ବାକି ଅଖ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ, ଆଜି ରଥ ଅମୀନ ଭୋଇ ସେବକଙ୍କ ସହାୟତାରେ ଅଖ ନିର୍ମାଣ ପାଇଁ ତିନି ରଥ ପାଇଁ ଆବଶ୍ୟକ ୪୦ ଫୁଟିଆ ଧଉରା କାଠ ଯୋଗାଇଦେଇଛନ୍ତି।
ଆସନ୍ତା କାଲି ଆରମ୍ଭ ହେବ ଭୂଇଁ ଚଉତା ରେ ପାଖୁଡ଼ା ବିନ୍ଧ ସହ ଖମ୍ବୀ ବିନ୍ଧ
ଏଥିସହ ଚଉପଟ ହୋଇ ରହିଥିବା ତିନିରଥର ୧୨ ଟି ଲେଖାଏଁ ଭୂଇଁ ଚଉତା ରେ ଶେଷ ହୋଇଛି ବିନ୍ଧ ମାପ ଚିହ୍ନ। ଆସନ୍ତାକାଲି ତିନିରଥର ମହାରଣାମାନେ ଆରମ୍ଭ କରିବେ ଭୂଇଁ ଚଉତା ରେ ପାଖୁଡ଼ା ବିନ୍ଧ ସହ ଖମ୍ବୀ ବିନ୍ଧ।
ରୂପକାର ଚାଳି
ରୂପକାର ସେବକ ମାନେ ତିନି ରଥର ସାଲ ଗୁଜ ରେ ରୂପ ଖୋଦେଇ ସହ ଶେଷ ହୋଇଥିବା ରୂପ ଗୁଡ଼ିକର ପଲିସ୍ କାର୍ଯ୍ୟ ଏବଂ ରୂପରେ ଅଳଙ୍କାର ପକା କାର୍ଯ୍ୟ ଜାରୀ ରଖିଛନ୍ତି।
କରତୀ ଚାଳି
କରତୀ ସେବକ ମାନେ ଜାରୀ ରଖିଛନ୍ତି ତାଳଧ୍ୱଜ ରଥର ପୋଲ ଗୟଳ ଚିତା କାର୍ଯ୍ୟ, ଚିରଟ ପୂର୍ବରୁ ୪୦ ଫୁଟିଆ ଧଉରା କାଠର ଉଭୟ ପଟର ଚିତା କାର୍ଯ୍ୟ ଉଭୟ ପଟକୁ ବାରିକିରେ ହାଣି ସମତଳ କାର୍ଯ୍ୟ ଆସନ୍ତା କାଲି ତାଳଧ୍ଵଜ ରଥ ପୋଲ ଗୟଳ ଟ ଚିରତ କାର୍ଯ୍ୟ ଆରମ୍ଭ କରିବେ କରତି ସେବକ ମାନେ।
କମାର ଶାଳ
ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା କମାର ସେବକ ମାନେ ତିନିରଥର ଅଖ ଦଣ୍ଡା ବିଡିଆ ଏବଂ ଅଗ ପାତେଳୀ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।
ପାହି ମହାରଣା
ଦୋଳବେଦୀ ଠାରେ ସ୍ନାନ ଯାତ୍ରା ଏବଂ ରଥ ଯାତ୍ରା ରେ ରଥ ଉପରେ ମହାପ୍ରଭୁଙ୍କ ପୂଜାରେ ଆବଶ୍ୟକ କାଠ ନିର୍ମିତ ଉପକରଣ ମାନ ନିର୍ମାଣ କାର୍ଯ୍ୟ ଜାରୀ ରଖିଛନ୍ତି।

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed