July 1, 2026
Home » ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ହୋଇଛି:ଜିଲ୍ଲାପାଳ

ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ହୋଇଛି:ଜିଲ୍ଲାପାଳ

0
Screenshot 2026-07-01 152128

ପୁରୀ : ଚଳିତ ରଥଯାତ୍ରା ପାଇଁ ସମସ୍ତ ବ୍ୟବସ୍ଥା ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।ଶ୍ରଦ୍ଧାଳୁ ମାନଙ୍କ ଶୃଙ୍ଖଳିତ ଓ ସୁରକ୍ଷିତ ଦର୍ଶନ ସହ ଅତ୍ୟାବଶ୍ୟକ ବ୍ୟବସ୍ଥା ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା।ସ୍ନାନଯାତ୍ରା ଅତ୍ୟନ୍ତ ଶୃଙ୍ଖଳିତ ଭାବେ ସମାପନ ହୋଇ ଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଜିଲ୍ଲାପାଳ ଶ୍ରୀ ପରିଡା ଆଗାମୀ ରଥଯାତ୍ରା କୁ ମହାପ୍ରଭୁଙ୍କ ଆଶୀର୍ବାଦ ରେ,ସମସ୍ତଙ୍କ ସହଯୋଗ ରେ ସୁନ୍ଦର ଭାବେ ପରିଚାଳନା ପାଇଁ ଅନୁରୋଧ କରିଛନ୍ତି।

ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।ରାସ୍ତା ଘାଟ ମରାମତି, ଦର୍ଶନ ପାଇଁ ବ୍ୟାରିକେଡ ବ୍ୟବସ୍ଥା, ଖରା ହେଲେ ଜଳ ସିଞ୍ଚନ ବ୍ୟବସ୍ଥା, ଅଧିକ ବର୍ଷା ହେଲେ ଜଳ ନିଷ୍କାସନ ବ୍ୟବସ୍ଥା, ସ୍ବାସ୍ଥ୍ୟ ସେବା ପାଇଁ ଅଧିକ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସହ ଚିକତ୍ସକ ଓ ପାରା ମେଡିକାଲ ଙ୍କ ବ୍ୟବସ୍ଥା, ଅଧିକ ଆମ୍ବୁଲାନ୍ସ ବ୍ୟବସ୍ଥା, ଆମ୍ବୁଲାନ୍ସ ଗମନାଗମନ ପାଇଁ ବ୍ୟବସ୍ଥା, ଅଧିକ ସ୍ବେଚ୍ଛାସେବୀ ନିୟୋଜନ, ସ୍ବେଛାସେବୀ ଅନୁଷ୍ଠାନ ମାନେ ବଣ୍ଟନ କରିବାକୁ ଥିବା ବିଭିନ୍ନ ସହାୟତା ପାଇଁ ସ୍ବତନ୍ତ୍ର ସ୍ଥାନ ନିର୍ଦାରଣ,ପାନୀୟ ଜଳର ବ୍ୟାପକ ବ୍ୟବସ୍ଥା,ଅସ୍ଥାୟୀ ଶୌଚାଳୟ ବ୍ୟବସ୍ଥା, ଅଧିକ ପାର୍କିଂ ସ୍ଥଳର ବ୍ୟବସ୍ଥା, ଟ୍ରାଫିକ ପରିଚାଳନା ସହ ଅଧିକ ସୁରକ୍ଷା କର୍ମୀ ନିୟୋଜନ, ସମସ୍ତ କାର୍ଯ୍ୟ କୁ ନିୟନ୍ତ୍ରଣ ପାଇଁ ବରିଷ୍ଠ ଅଧିକାରୀ ମାନଙ୍କୁ ଦାୟିତ୍ୱ, ଶ୍ରଦ୍ଧାଳୁ ମାନଙ୍କୁ ବିବିଧ ସୂଚନା ପ୍ରଦାନ ପାଇଁ ସୂଚନା କେନ୍ଦ୍ର ବ୍ୟବସ୍ଥା, ଏଲଇଡି ଟିଭିର ବ୍ୟବସ୍ଥା, ସହରକୁ ପରିଷ୍କାର ପରିଛନ୍ନତା ପାଇଁ ଅଧିକ ସଫେଇ କର୍ମଚାରୀ ନିୟୋଜନ, ବିଦ୍ୟୁତ ବ୍ୟବସ୍ଥା କୁ ଅଧିକ ସୁଦୃଢ ବ୍ୟବସ୍ଥା, ଗମନାଗମନ ପାଇଁ ଅଧିକ ଟ୍ରେନ, ବସ ଚଳାଚଳ ଇତ୍ୟାଦି ସମସ୍ତ ବ୍ୟବସ୍ଥାକୁ ଚୁଡାନ୍ତ କରାଯାଇଛି।ସର୍ବୋପରି ଶ୍ରଦ୍ଧାଳୁ ମାନେ ଯେମିତି ଏକ ସୁଖଦ ଓ ସୁନ୍ଦର ଅନୁଭବ ନେଇ ମହାପ୍ରଭୁଙ୍କ ଦର୍ଶନ ଭଲ ଭାବରେ କରି ଫେରିବେ ସେଥିପାଇଁ ସରକାର ଓ ପ୍ରଶାସନ ସମସ୍ତ ବ୍ୟବସ୍ଥା କରିଛନ୍ତି ବୋଲି ଜିଲ୍ଲାପାଳ ଶ୍ରୀ ପରିଡା ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *