July 6, 2025
Home » ରାଜଯକ୍ଷ୍ମା ଅର୍ଥାତ୍ ଟି.ବି. ରୋଗର ନିରାକରଣ ପାଇଁ ୧୦୦ ଦିନର ପଦକ୍ଷେପ !

ରାଜଯକ୍ଷ୍ମା ଅର୍ଥାତ୍ ଟି.ବି. ରୋଗର ନିରାକରଣ ପାଇଁ ୧୦୦ ଦିନର ପଦକ୍ଷେପ !

0
WhatsApp Image 2024-12-18 at 4.19.30 PM

ରାଜଯକ୍ଷ୍ମା ଅବା ଟି.ବି.ରୋଗର ନିରାକରଣ ପାଇଁ ତଥା ଏହାକୁ ସାରା ଭାରତରେ ମୂଳ-ଉତ୍ପାଟନ କରିବା ନିମନ୍ତେ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ୧୦୦ ଦିନର ପଦକ୍ଷେପ ଗ୍ରହଣ କରିଛନ୍ତି ।
ସର୍ବୋପରି ଡିସେମ୍ବର ୭ ତାରିଖରୁ ମାର୍ଚ୍ଚ ୨୦୨୪ ମଧ୍ୟରେ ପ୍ରତିଟି ଗ୍ରାମାଞ୍ଚଳ ରୁ ସହରାଞ୍ଚଳ ପର୍ଯ୍ୟନ୍ତ ଲୋକଙ୍କ ଠାରୁ ଲକ୍ଷଣ ସର୍ଭେ କରାଯାଇ କଫ ସଂଗ୍ରହ କରିବା ଏବଂ ଟି.ବି.ରୋଗର ନିରାକରଣ ସତର୍କତ୍ତା ଅବଲମ୍ବନ କରିବା ବିଷୟରେ ଜନ ସଚେତନତା କାର୍ଯ୍ୟକ୍ରମ କରାଯିବାକୁ ଗଞ୍ଜାମ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି ।
ଏହି ଅବସରରେ ମୁନିସିପେଣ୍ଠ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଏକ ସଚେତନତା ସଭା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଟି.ବି. ରୋଗୀ ରଶ୍ମିତା ଗୌଡ଼, ନିରଞ୍ଜନ ରେଡ୍ଡୀ, ଉର୍ମିଳା ବେହେରା ଙ୍କ ସମେତ ୧୧୦ ଜଣ ଟି.ବି. ରୋଗୀମାନଙ୍କୁ ପୋଷଣ ଖାଦ୍ୟ କିଟ୍ ଏବଂ ଔଷଧ ବିତରଣ କରାଯାଇଛି ।
ମେଡିକାଲ ସୁପରିଟେଣ୍ଡଣ୍ଟ ଡ଼ା. ସ୍ୱାଧୀନ ରଥ, ବରିଷ୍ଠ ଯକ୍ଷ୍ମା ନିରୀକ୍ଷକ ପ୍ରଭାତ କୁମାର୍ ସାହୁ, ଦ୍ଵିତୀୟ ଶ୍ରେଣୀ ସ୍ଵାସ୍ଥ୍ୟଧିକାରୀ ଡା. ଅଜିତ୍ କୁମାର ନାୟକ, ବ୍ଳକ୍ ସ୍ତରୀୟ ଆୟୂଷ ଡ଼ାକ୍ତର ଚନ୍ଦ୍ର ଶେଖର ମିଶ୍ର, ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ବରୁଣ କୁମାର୍ ପାଣିଗ୍ରାହୀ, ଛତ୍ରପୁର ପ୍ରେସ କ୍ଲବ୍ ସଭାପତି ରବିନ୍ଦ୍ର ନାଥ ପଣ୍ଡା, ବରିଷ୍ଠ ସାମ୍ବାଦିକ କେ.ସତ୍ୟନାରାୟଣ ରେଡ୍ଡୀ ପ୍ରମୁଖ ମଞ୍ଚାସୀନ ହୋଇ ଟିବି ରୋଗର ସଚେତନତା ଅଭିଯାନ କାର୍ଯ୍ୟକ୍ରମ ର ଆୟୋଜିତ ଆନୁଷ୍ଠାନିକ ସଭାରେ ଯୋଗ ଦେଇ ସଚେତନତା ର ବାର୍ତ୍ତା ଦେଇଥିଲେ ।
ଟି.ବି. ଚାମ୍ପିୟାନ୍ ମୁନା ବେହେରା, ଆଶା ଦିଦି ନିର୍ମଳା ବେହେରା, ଏଲ୍.ଟି.ଶ୍ରୀଧର ବେହେରା, ଆର୍. ରୋଜା ରେଡ୍ଡୀ, ଟି.ପଦ୍ମଜା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରିଥିଲେ ।

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )l

Leave a Reply

Your email address will not be published. Required fields are marked *