ରାଜ୍ଯରେ ବଢୁଥିବା ମହିଳା ନିର୍ଯାତନା ବିରୁଦ୍ଧରେ ବିଜେଡିର ଆନ୍ଦୋଳନ

ଭେଡେନ :ଆଜି ରାଜ୍ଯରେ ମାଁ ସୁରକ୍ଷିତ ନାଇଁ। ପ୍ରତିଦିନ ମହିଳା ନିର୍ଯାତନା ,ଦୁଷ୍କର୍ମ ବଢିଚାଲିଛି ।।ସୌମ୍ଯାଶ୍ରୀ ଠାରୁ ଆରମ୍ଭକରି ଗୋପାଳପୁର ଗଣଦୁଷ୍କର୍ମ ଏବଂ ନିକଟ ରେ ପୁରୀ ବାଲିହରଚଣ୍ଡି ଠାରେ ଘଟିଥିବା ଗଣ ଦୁଷ୍କର୍ମ ଆଜି ଓଡିଶା ପାଇଁ ଲଜ୍ଯା ସୃଷ୍ଟି କରିଛି ।।ଏଭଳି ପ୍ରତିଦିନ ଲଜ୍ଯାକର ଘଟଣା ଘଟୁଥିଲେ ମଧ୍ଯ ସରକାର ନିରବଦ୍ରଷ୍ଟା ସାଜୁଛନ୍ତି ।।ଆଜି ସରକାର ଦୁଇବର୍ଷ ପୁରଣକରିବାକୁ ଯାଉଥିବା ବେଳେ ରାଜ୍ଯ ରେ ଆଇନ ଶୃଙ୍ଖଳା ବିପର୍ଯସ୍ତ ।।ସରକାର ଙ୍କ ବିଫଳତା ପାଇଁ ଅପରାଧିମାନେ ଏଭଳି ଘଟଣା ଘଟେଇଚାଲିଛନ୍ତି ।।ଆଜି ସାରା ଦେଶ ରେ ପ୍ରଧାନମନ୍ରୀ କଂ ଜନ୍ମଦିନ ପାଳନ ରେ ମାଁ ପାଇଁ ଗଛଟିଏ ଗୋଟିଏ ପ୍ରହସନ ଭଳି ମନେ ହୁଏ ଯେଉଁ ଠି ମାଁ ଅସୁରକ୍ଷିତ ସେଠି ତା ନାଁ ରେ କାର୍ଯ୍ଯକ୍ରମ ହାସ୍ଯାସ୍ପଦ ବୋଲି ବିଜୁ ମହିଳା ଜନତା ଦଳ ର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରୀଆ ବରଗଡ ଜିଲ୍ଲା ଆରକ୍ଷି ଅଧିକ୍ଷକ ଙ୍କ କାର୍ଯ୍ଯାଳୟ ଆଗରେ ଗର୍ଜିଛନ୍ତି ।।
ଆଜି ବିଜୁ ମହିଳା ଜନତାଦଳ ର ଏକ ବିରାଟ ଶୋଭାଯାତ୍ରା ବରଗଡ ମହିଳା ମହାବିଦ୍ଯାଳୟ ସାମନା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତିରେ ମାଳ୍ଯାର୍ପଣ ଓ ପୂଜାର୍ଚ୍ଚନା ପରେ ସରକାରଙ୍କ ଅପାରଗତା ତଥା ମହିଳା ବିରୋଧି ନିତୀ ପ୍ରତିବାଦ ରେ ବିଭିନ୍ନ ନାରାଦେଇ ଜିଲ୍ଲା ଆରକ୍ଷି ଅଧିକ୍ଷକଙ୍କ କାର୍ଯ୍ଯାଳୟ ସାମାନା କୁ ଆସି ବିକ୍ଷୋବ ପ୍ରଦର୍ଶନ କରିଥିଲା ।।ପରେ ରାଜ୍ଯ ପୋଲିସ ଡିଜିଙ୍କ ଉଦ୍ଯେଶ୍ଯ ରେ ଆଇନ ଶୃଙ୍ଖଳା ପରିସ୍ଥିତି ସୁଧାରିବାପାଇଁ ଏକ ଦାବୀ ପତ୍ର ଜିଲ୍ଲା ଆରକ୍ଷି ଅଧିକ୍ଷକଙ୍କ ମାଧ୍ଯମରେ ପ୍ରଦାନ କରାଗଲା ।।ଏହି ବିକ୍ଷୋବ ରେରାଜ୍ଯ ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ପୂର୍ବତନମନ୍ରୀ ରୀତା ସାହୁ,ଜିଲ୍ଲା ସଭାନେତ୍ରୀ ନୀଲ କୁମାରୀ ନାଏକ ,ବରଗଡ ମୁନିଷିପାଲଟି ଅଧ୍ଯକ୍ଷା କଳ୍ପନା ମାଝୀ,ଜିଲାପରିଷଦ ଅଧ୍ଯକ୍ଷା ମାନିନୀ ଭୋଇ,ଜିଲ୍ଲପରିଷଦ ସଭ୍ଯା ପଦ୍ମିନୀ ଗଡତିଆ,ପିଙ୍କିବଢେଇ,ସମିତିସଭ୍ଯା ସୁଧାଞଳି ମେହେର ,ଲକ୍ଷ୍ମିଭୃଏ,ଜୋତି ସାହୁ,ସରପଞ୍ଚ ସୀମା ମେହେର,ଙ୍କ ସହ ଶତାଧିକ ମହିଳାନେତ୍ରୀ ଯୋଗଦାନ କରିଥିଲେ ।।
ଭେଡେନ ରୁ ଇପିଏ ନ୍ଯୁଉଜ୍ ହରିଶଙ୍କର ବେହେରାଙ୍କ ରିପୋଟ,ଭେଡେନ