ରାଜ୍ୟ ସରକାରଙ୍କ ଦ୍ଵାରା ଆୟୋଜିତ ଗ୍ରୀଷ୍ମ କାଳୀନ ହକି ଶିବିର ଡି. ଏ. ଭି. ପବ୍ଲିକ ସ୍କୁଲ ପିପିଏଲ, ପାରାଦ୍ଵୀପ ପରିସରରେ ଉଦଘାଟିତ

ପାରାଦ୍ଵୀପ : ପିପିଏଲ ଡି.ଏ.ଭି. ପବ୍ଲିକ ସ୍କୁଲ ପରିସରରେ ଓଡ଼ିଶା ସରକାରଙ୍କ ତରଫରୁ ଗ୍ରୀଷ୍ମ କାଳୀନ ହକି ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ପିପିଏଲର ସିଜିଏମ୍ ଏଚଆର୍ ଏବଂ ଆଇଆର୍ ଶ୍ରୀଯୁକ୍ତ ସୁମିତ କୁମାର ସେନାପତି ଆନୁଷ୍ଠାନିକ ଭାବରେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଉକ୍ତ ପ୍ରଶିକ୍ଷଣ ଶିବିରଟି ମେ ମାସ ୫ ରୁ ୨୩ ତାରିଖ ପର୍ଯ୍ୟନ୍ତ ସକାଳ ୬.୩୦ ରୁ ୮.୩୦ ପର୍ଯ୍ୟନ୍ତ ଏବଂ ଅପରାହ୍ନ ୪.୩୦ ରୁ ୬.୦୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।ସମସ୍ତ କାର୍ଯ୍ୟକ୍ରମ ଜଗତସିଂହପୁର ଜିଲ୍ଲାର କ୍ରୀଡା ଅଧିକାରିଣୀ ଶ୍ରୀମତି ବିଶ୍ଵ ବିଜୟିନୀ ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ହୋଇଅଛି । ଏହି ପ୍ରଶିକ୍ଷଣ ଶିବିରରେ ସୁମିତ ଲାକ୍ରା ଓ ରଶ୍ମି କିସାନ ପ୍ରଶିକ୍ଷକ ଭାବରେ ଯୋଗଦାନ କରିଛନ୍ତି । ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୮୦ଜଣରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଏହି ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଶିକ୍ଷଣ ନେବେ । ବିଦ୍ୟାଳୟର ଦୁଇ କ୍ରୀଡା ଶିକ୍ଷକ ଶ୍ରୀ ଶାଶ୍ଵତ କୁମାର ଭାରତୀୟ ଏବଂ ଶ୍ରୀ ଦ୍ଵିବେନ୍ଦୁ ଦାସ ସ୍ୱର୍ଣ୍ଣକର ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିବେ । ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଡିଏଭି ପବ୍ଲିକ ସ୍କୁଲ ଏବଂ ପିପିଏଲ ପାରାଦ୍ଵୀପର କର୍ମକର୍ତ୍ତାମାନେ ପୂର୍ଣ୍ଣ ସହାୟତା ପ୍ରଦାନ କରିଛନ୍ତି।
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )